ମାମଲା ରଫାଦଫା ପାଇଁ ନେଉଥିଲେ, ବନ୍ଧା ହେଲେ

ବାରିପଦା (ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଆଇଆଇସି ବ୍ରଜବନ୍ଧୁ ନାୟକ ଓ ଏଏସ୍‌ଆଇ ରବିନାରାୟଣ ସୁଆର। ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଆଜି ଦୁହିଁଙ୍କୁ ଭିଜିଲାନ୍ସ ଗିରିଫ କରିଛି। ଗତ ସେପ୍ଟେମ୍ୱର ୨୯ ତାରିଖରେ କପ୍ତିପଦା ବଜାରରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ପୋଲିସ ୪ଟି ବାଇକ ଜବତ କରିବା ସହ ୧୬ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା। ପରେ ମାମଲା ପ୍ରତ୍ୟାହାର ପାଇଁ ଥାନା ଅଧିକାରୀ ସଂପୃକ୍ତ […]

vigilance-arrest-two-thana-babu

vigilance-arrest-two-thana-babu

Rakesh Mallick
  • Published: Wednesday, 20 December 2017
  • Updated: 20 December 2017, 08:14 PM IST

Sports

Latest News

ବାରିପଦା (ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଆଇଆଇସି ବ୍ରଜବନ୍ଧୁ ନାୟକ ଓ ଏଏସ୍‌ଆଇ ରବିନାରାୟଣ ସୁଆର। ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଆଜି ଦୁହିଁଙ୍କୁ ଭିଜିଲାନ୍ସ ଗିରିଫ କରିଛି। ଗତ ସେପ୍ଟେମ୍ୱର ୨୯ ତାରିଖରେ କପ୍ତିପଦା ବଜାରରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ପୋଲିସ ୪ଟି ବାଇକ ଜବତ କରିବା ସହ ୧୬ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା। ପରେ ମାମଲା ପ୍ରତ୍ୟାହାର ପାଇଁ ଥାନା ଅଧିକାରୀ ସଂପୃକ୍ତ ବାଇକ ବ୍ୟକ୍ତିଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ମଗିଥିଲେ। ତେବେ ଏଥିରେ ସେମାନେ ଅରାଜି ହୋଇ ପରେ ୨୦ ହଜାର ଟଙ୍କା ମାଗିଥିଲେ।  ଏନେଇ ସଂପୃକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଆଜି ଦୁଇ ଥାନା ବାବୁ ଲାଞ୍ଚ ଟଙ୍କା ନେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀ ସେମାନଙ୍କୁ ଧରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos