ଅନୁଗୋଳ ଓ ଢେଙ୍କାନାଳରେ ଭିଜିଲାନ୍ସ କୋର୍ଟ ଖୋଲାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଅନୁଗୋଳ ଓ ଢେଙ୍କାନାଳରେ ଭିଜିଲାନ୍ସ କୋର୍ଟ ଖୋଲିବ ବୋଲି ଆଜି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଉଦଯାପନୀ ଉତ୍ସବରେ ଘୋଷଣା କରିଛନ୍ତି। ଏହି ଅବସରରେ ଭିଜିଲାନ୍ସ ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ଯୋଗଦେଇ କହିଥିଲେ,“ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ୪୪୯ଟି ମାମଲା ରୁଜୁ ହୋଇଛି। ୨୮୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ  ୨୯ କ୍ଲାସ ୱାନ୍ ଓ ୨୭ ଜଣ କ୍ଲାସ ଟୁ ଅଫିସର […]

cm

cm

Rakesh Mallick
  • Published: Monday, 07 November 2016
  • Updated: 07 November 2016, 05:24 PM IST

Sports

Latest News

cmଭୁବନେଶ୍ୱର:  ଅନୁଗୋଳ ଓ ଢେଙ୍କାନାଳରେ ଭିଜିଲାନ୍ସ କୋର୍ଟ ଖୋଲିବ ବୋଲି ଆଜି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଉଦଯାପନୀ ଉତ୍ସବରେ ଘୋଷଣା କରିଛନ୍ତି।

ଏହି ଅବସରରେ ଭିଜିଲାନ୍ସ ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ଯୋଗଦେଇ କହିଥିଲେ,“ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ୪୪୯ଟି ମାମଲା ରୁଜୁ ହୋଇଛି। ୨୮୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ  ୨୯ କ୍ଲାସ ୱାନ୍ ଓ ୨୭ ଜଣ କ୍ଲାସ ଟୁ ଅଫିସର ଅଛନ୍ତି।”

ସେ କହିଛନ୍ତି,“ମୋଟ ୫୭ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଗତ ୫ ବର୍ଷରେ ୧୩୪ ଜଣଙ୍କୁ ବରଖାସ୍ତ କରାଯାଇଛି। ସେଥିମଧ୍ୟରେ ୫ଜଣ କ୍ଲାସ ୱାନ ଅଫିସର ଅଛନ୍ତି।”

ଏହି ଉତ୍ସବରେ ରାଜ୍ୟ ସୂଚନା କମିଶନର, ମୁଖ୍ୟ ଶାସନ ସଚିବ ଓ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଯୋଗଦେଇଥିଲେ।

ଗତ ଏକ ସପ୍ତାହ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା ଦୁର୍ନୀତି ନିବାରଣ ସପ୍ତାହ। ଏଥିରେ ବିଭିନ୍ନ ବର୍ଗର ବ୍ୟକ୍ତି ସାମିଲ ହୋଇ ଦୁର୍ନୀତି ନିବାରଣ ପାଇଁ ଶପଥ ପାଠ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos