ଭିଜିଲାନ୍ସ ଜାଲରେ ବାଲେଶ୍ୱର ଆରଟିଓ  

ବାଲେଶ୍ୱର: ଭିଜିଲାନ୍ସ ଜାଲରେ ସରକାରୀ ବଡ଼ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)  ଅମରେଶ ପାତ୍ରଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।  ଅମରେଶଙ୍କ ଅଫିସ ଓ ଘର ସମେତ ୯ଟି  ସ୍ଥାନରେ ଏହି ଚଢ଼ାଉ କରାଯାଇଛି  ବାଲେଶ୍ୱର, ଖୁଣ୍ଟୁଣି ଓ ଭୁବନେଶ୍ୱରରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର ମଧ୍ୟ ଭିଜିଲାନ୍ସ ଚଢ଼ାଉ କରାଯାଇଛି।