ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଅଧିକାରୀ

ବରଗଡ଼(ଦୀପକ ଶର୍ମା)/ ନବରଙ୍ଗପୁର (ସନ୍ତୋଷ କୁମାର ପଲାଇ): ଆଜି ଗୋଟିଏ ଦିନରେ ଦୁଇ ଜଣ ସରକାରୀ ଅଧିକାରୀ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ସରୋଜ କୁମାର ରଥଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ସେହିପରି ନବରଙ୍ଗପୁର ଲାମ୍ପ୍ସ ଏମ୍‌ଡି ନୀଳାମ୍ବର ଶତପଥୀଙ୍କ ଘର ଏବଂ ଅଫିସରରେ ରେଡ୍ ଭିଜିଲାନ୍ସ କରିଛି।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରୋଜଙ୍କ ଘରେ ଚଢ଼ାଉ ହୋଇଛି। ବରଗଡ଼ ଭିଜିଲାନ୍ସ ଡିଏସ୍‌ପି ବି.କେ. ନାୟକଙ୍କ ନେତୃତ୍ୱରେ ଦୁଇ ଜଣିଆ ଟିମ୍‌ ଏହି ଚଢାଉ କରିଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ସରୋଜଙ୍କ ଅଫିସ ଓ ଘରେ କାଗଜପତ୍ର ଯାଞ୍ଚ କରିଛନ୍ତି।
ସେହିପରି ନବରଙ୍ଗପୁର ଲାମ୍ପ୍ସ ଏମ୍‌ଡି ନୀଳାମ୍ବର ଶତପଥୀଙ୍କ ଘର ଏବଂ ଅଫିସରରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୀଳାମ୍ବର ଶତପଥୀଙ୍କ ସରକାରୀ ବାସଭବନ, ଅଫିସ, ଉମରକୋଟ ସ୍ଥିତ ୪ଟି ଘର ଏବଂ ଏକ ଘରୋଇ ସ୍କୁଲରେ ରେଡ ହୋଇଛି। ଉମରକୋଟର ଗୁଲିପାଟଣା, ହାଟପଦା ଓ ଲୁଣିଆଯୋଡ଼ି ଅଞ୍ଚଳରେ ଭିଜିଲାନ୍ସ ଚଢାଉ କରିଛି।