ପୂର୍ବତନ ବିଡିଓଙ୍କ ସମ୍ପତ୍ତି ବାଜାପ୍ତ କଲେ କୋର୍ଟ

କଟକ(ଓଡିଶା ରିପୋର୍ଟର): ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ମାମଲାରେ ଜଣେ ପୂର୍ବତନ ବିଡିଓଙ୍କ ସମ୍ପତ୍ତି ବାଜ୍ୟାପ୍ତ ହୋଇଛି। ସୁନ୍ଦରଗଡ଼ ଜିଲା ଲେଫ୍ରିପଡାର ପୂର୍ବତନ ବିଡିଓ ସୁବାସ ଚନ୍ଦ୍ର ମିଶ୍ରଙ୍କ ୧୩ ଲକ୍ଷ ୭୮ ହଜାର ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜାପ୍ତ କରିବାକୁ କଟକ ସ୍ୱତନ୍ତ୍ର କ୍ଷମତାପ୍ରାପ୍ତ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଢେଙ୍କାନାଳ ଜିଲା ଖମାର ସାହିରେ ଥିବା ଏକ ଘରର କିଛି ଅଂଶ ରହିଛି। ଯାହାକି ଏକ ବ୍ୟାଙ୍କରେ ଜମା ଥିଲା।

୨୦୦୬ ମସିହାରେ କଟକ ଭିଜିଲାନ୍ସ ଡିଭିଜନ ପକ୍ଷରୁ ଦାୟର ଏକ ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ସୁବାସଙ୍କ ବିରୋଧରେ ୧୬ ଲକ୍ଷ ୨୦ ହଜାର ୭୫୨ ଟଙ୍କାର ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।