ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବନପାଳ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଜାଲରେ ପଡ଼ିଛନ୍ତି ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ଡିଭିଜନ୍‌ ଛାମୁଣ୍ଡିଆ ବନପାଳ ଗୋଲଖ ବିହାରୀ ବେହେରା। ବନରକ୍ଷୀ ପୁଷ୍ପାଞ୍ଜଳୀ ପଣ୍ଡାଙ୍କଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଛନ୍ତି।

ଜଙ୍ଗଲରେ ନିଆଁ ଲାଗିବାକୁ ନେଇ ବନରକ୍ଷୀ ପୁଷ୍ପାଞ୍ଜଳୀଙ୍କୁ ବନଖଣ୍ଡ ଅଧିକାରୀ କାରଣ ଦର୍ଶାଅ ନୋଟିସ୍‌ କରିଥିଲେ। ଏହି ମାମଲାକୁ ରଫାଦଫା କରିବା ପାଇଁ ବନପାଳ ତାଙ୍କୁ ୩୫ ହଜାର ଟଙ୍କା ମାଗିଥିବା ଅଭିଯୋଗ ହୋଇଥିଲା। ଏହାପରେ ପୁଷ୍ପାଞ୍ଜଳୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ଯୋଜନା ମୁତାବକ ଆଜି ପୁଷ୍ପାଞ୍ଜଳୀ ଟଙ୍କା ଦେଉଥିଲେ। ଏହି ସମୟରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ବନପାଳଙ୍କୁ ଧରିଥିଲେ। ଏପରିକି ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।