ଜେଲ ଗଲେ କୋଟିପତି କିରାଣି
ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଜେଲ ଗଲେ କୋଟିପତି କିରାଣି। ନିଜ ଆୟଠାରୁ ଠୁଳ କରିଥିବା ଅଧିକ ସମ୍ପତ୍ତିର ହିସାବ ଦେଇ ନପାରି ଶେଷରେ ଗତକାଲି ବନ୍ଧା ହୋଇଥିଲେ ଆଗଲପୁର ବ୍ଲକର ମୁଖ୍ୟ କିରାଣି ପ୍ରଫୁଲ୍ଲ କୁମାର ସା।
ବିଭିନ୍ନ ଯୋଜନାରେ ଅର୍ଥ ଲୁଟ୍ କରିବା ସହିତ ପିସି କାରବାର କରି ମାଲେମାଲ ହୋଇଥିବା କୋଟିପତି କିରାଣି ପ୍ରଫୁଲ୍ଲଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ କରିଥିଲା। ପ୍ରଫୁଲ୍ଲଙ୍କ ବଲାଙ୍ଗିର ଗାନ୍ଧି ନଗରପଡ଼ାରେ ଥିବା ଦୁଇ ମହଲା କୋଠା, ହାଟପଦା ପଡ଼ାରେ ଥିବା ଦୁଇ ମହଲା କୋଠା ଓ ଆଗଲପୁର ବ୍ଲକରେ ଥିବା କାର୍ଯ୍ୟାଳୟରେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କର ୧ କୋଟି ୩୨ ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସଂପତ୍ତି ଥିବା ଜଣାପଡିଥିଲା ।
ଆୟ ସଂପର୍କରେ ସଠିକ ତଥ୍ୟ ଦେଖାଇ ନ ପାରିବାରୁ, ଭିଜିଲାନ୍ସ ପ୍ରଫୁଲ୍ଲ ଓ ତାଙ୍କ ସ୍ତ୍ରୀଙ୍କ ନାଁରେ ମାମଲା ରୁଜୁ କରିଥିଲା। ପ୍ରଫୁଲ୍ଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନା ମଂଜୁର ହେବାରୁ ତାଙ୍କୁ ଜେଲ ଯିବାକୁ ପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।