ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଉପନିର୍ବାହୀ ଯନ୍ତ୍ରୀ

ଭଦ୍ରକ (ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଜିଲ୍ଲା ସାଳନ୍ଦୀ ଡିଭିଜନ୍‌ର ଜଳସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀ କମଳାକାନ୍ତ ବେହେରାଙ୍କ ଘରେ ଭିଜିଲାନ୍ସ  ଚଢାଉ କରିଛି। କମଳାକାନ୍ତଙ୍କ ଗବସାହି ସ୍ଥିତ ବାସଭବନ, ରାହାଞ୍ଜରେ ପୈତୃକ ଘର, ଭଦ୍ରକ ସ୍ଥିତ କାର୍ଯ୍ୟାଳୟ ଏବଂ ମୟୂରଭଞ୍ଜ ମୋରଡ଼ାରେ ଶ୍ୱଶୂର ଘରେ ୪ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି।  ଚଢାଉ ଅବ୍ୟାହତ ରହିଥିବା ବେଳେ ତାଙ୍କ ବାସ ଭବନରୁ ନଗଦ ୩୮ ହଜାର ୧୦୦ ଟଙ୍କା ଏବଂ ୮ ଗୋଟି ବ୍ୟାଙ୍କର ୧୩ ଗୋଟି ପାସବୁକ ଜବତ ହୋଇଛି।