ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ଶିଳ୍ପ ଉନ୍ନୟନ ଅଧିକାରୀ ସୀତାରାମ ସାହୁଙ୍କ ଘରେ ଆଜି ସକାଳୁ ରେଡ୍ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଏକାସଙ୍ଗରେ ପୁରୀ, ଭୁବନେଶ୍ୱର ଓ ନୟାଗଡ଼ର ୫ଟି ସ୍ଥାନରେ ଚଢ଼ାଉ କରୁଛି ଭିଜଲାନ୍ସ ଟିମ୍ ।
ଏହି ଚଢାଉରେ ୮ଟି ଟିମ୍ଙ୍କୁ ନିୟୋଜିତ କରାଯାଇଛି । ୪ ଜଣ ଡିଏସ୍ପି, ୫ଜଣ ଇନ୍ସପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ଚଢାଉରେ ସାମିଲ ହୋଇଛନ୍ତି । ତେବେ ଚଢାଉ ଜାରି ରହିଥିବାରୁ କେତେ ଆୟ ବହିର୍ଭୂତ ସଂପତ୍ତି ମିଳିଛି ତାହା ସ୍ପଷ୍ଟ ହୋଇନାହିଁ ।