ପାଣି ପାଇଁ ଗରା ଓ ବାଲ୍‌ତି ଧରି ରାସ୍ତାରେ ବସିଲେ ଗାଁ ଲୋକ

କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): ପାଣି ପାଇଁ ରାସ୍ତାରୋକ। ଗରା ଓ ବାଲ୍‌ତି ଧରି ଲୋକେ ରାସ୍ତାରୋକ ଉପରେ ବସିଲେ। ପାନୀୟ ଜଳ ଯୋଗାଣ ହେଲା ପରେ ରାସ୍ତାରୁ ଉଠିବୁ। ଏପରି ସ୍ଥିତି ଦେଖିବାକୁ ମିଳିଛି ଢେଙ୍କାନାଳ-କାମାକ୍ଷାନଗର ରାସ୍ତାରେ। ପାନୀୟ ଜଳ ସମସ୍ୟା ନେଇ ଗାଁ ଲୋକେ ଗରା ଓ ବାଲ୍‌ତି ଧରି ଗତ ୧୮ ତାରିଖରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ଲୋକଙ୍କ ଅଭିଯୋଗକୁ ଶୁଣି ସମାଧାନ କରାଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ଇତି ମଧ୍ୟରେ […]

villagers protest in kalakhayanager

villagers protest in kalakhayanager

Rakesh Mallick
  • Published: Wednesday, 21 March 2018
  • Updated: 21 March 2018, 04:37 PM IST

Sports

Latest News

କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): ପାଣି ପାଇଁ ରାସ୍ତାରୋକ। ଗରା ଓ ବାଲ୍‌ତି ଧରି ଲୋକେ ରାସ୍ତାରୋକ ଉପରେ ବସିଲେ। ପାନୀୟ ଜଳ ଯୋଗାଣ ହେଲା ପରେ ରାସ୍ତାରୁ ଉଠିବୁ। ଏପରି ସ୍ଥିତି ଦେଖିବାକୁ ମିଳିଛି ଢେଙ୍କାନାଳ-କାମାକ୍ଷାନଗର ରାସ୍ତାରେ।

ପାନୀୟ ଜଳ ସମସ୍ୟା ନେଇ ଗାଁ ଲୋକେ ଗରା ଓ ବାଲ୍‌ତି ଧରି ଗତ ୧୮ ତାରିଖରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ଲୋକଙ୍କ ଅଭିଯୋଗକୁ ଶୁଣି ସମାଧାନ କରାଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ଇତି ମଧ୍ୟରେ ୪ ଦିନ ବିତିଗଲାଣି। ହେଲେ ଗାଁରେ ପାଣି ପହଞ୍ଚି ନାହିଁ। ଲୋକେ ପାଣି ମୁନ୍ଦାଏ ପାଇଁ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି।  ଏହାର ପ୍ରତିବାଦରେ ଗାଁର ଶତାଧିକ ମହିଳା ଓ ପୁରୁଷ ଢେଙ୍କାନାଳ-କାମାକ୍ଷାନଗର ରାସ୍ତାର ବିଜାଡ଼ିହିଠାରେ ରାସ୍ତା ରୋକ କରିଥିଲେ। ଫଳରେ ଗାଡ଼ି ଚଳାଚଳ ଏକପ୍ରକାର ଠପ୍‌ ହୋଇଯାଇଥିଲା। ଖବର ପାଇ କାମାକ୍ଷାନଗର ବିଡିଓ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଓପିଟିସିଏଲ୍‌ ତରଫରୁ ପାଣି ଯୋଗାଣ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos