ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଲୋକଙ୍କ ପ୍ରତିବାଦ

ବାରିପଦା (ମାଣିକଲାଲ୍‌ ପାଣି): ରେଳ ଫାଟକ ବନ୍ଦ କରିବାରୁ ନେଇ ଉତ୍ତେଜନା। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପ୍ରତିବାଦ କରିଛନ୍ତି ଲୋକେ। ମୟୂରଭଂଜ ଜିଲ୍ଲା ବାରିପଦା ସହର ଉପକଣ୍ଠ ରଙ୍ଗାମାଟିଆ ଅଂଚଳରେ ଦେଖାଦେଇଛି ଏମିତି ଉତ୍ତେଜନା। ରୂପସା-ବାଙ୍ଗିରିପୋଷି ରେଳଲାଇନରେ ୩୨ ନମ୍ବର ଲେବଲକ୍ରସିଂକୁ ବନ୍ଦ କରିଦେବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ଶହ ଶହ ସଂଖ୍ୟାରେ ଲୋକ ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୩୨ ନମ୍ବର ରେଳଫାଟକ ଦେଇ ଯାଇଥିବା ରାସ୍ତାଟି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ […]

baripada

baripada

Manoranjan Sial
  • Published: Tuesday, 11 August 2020
  • Updated: 11 August 2020, 03:44 PM IST

Sports

Latest News

ବାରିପଦା (ମାଣିକଲାଲ୍‌ ପାଣି): ରେଳ ଫାଟକ ବନ୍ଦ କରିବାରୁ ନେଇ ଉତ୍ତେଜନା। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପ୍ରତିବାଦ କରିଛନ୍ତି ଲୋକେ। ମୟୂରଭଂଜ ଜିଲ୍ଲା ବାରିପଦା ସହର ଉପକଣ୍ଠ ରଙ୍ଗାମାଟିଆ ଅଂଚଳରେ ଦେଖାଦେଇଛି ଏମିତି ଉତ୍ତେଜନା।

ରୂପସା-ବାଙ୍ଗିରିପୋଷି ରେଳଲାଇନରେ ୩୨ ନମ୍ବର ଲେବଲକ୍ରସିଂକୁ ବନ୍ଦ କରିଦେବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ଶହ ଶହ ସଂଖ୍ୟାରେ ଲୋକ ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୩୨ ନମ୍ବର ରେଳଫାଟକ ଦେଇ ଯାଇଥିବା ରାସ୍ତାଟି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ହୋଇଥିବା ବେଳେ ଏହି ଫାଟକକୁ ବନ୍ଦ କରିଦେବା ଫଳରେ ରାସ୍ତାରେ ଯା’ଆସ ବନ୍ଦ ହୋଇଯାଇଛି। ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ବାରିପଦାରୁ କାଠଫାଳକୁ ସଂଯୋଗ କରୁଥିବା ଏହି ରାସ୍ତାରେ ୧୦ରୁ ଅଧିକ ଗାଁର ଲୋକେ ନିର୍ଭର କରୁଛନ୍ତି। ଏଭଳି ସ୍ଥିତିରେ ରେଲୱେ ଫାଟକ କାହିଁକି ବନ୍ଦ କରିଲା ବୋଲି ପ୍ରଶ୍ନ କରିଛନ୍ତି ଲୋକେ। ଉତ୍ତେଜନା ଲାଗି ରହିବାରୁ ମାଜିଷ୍ଟ୍ରେଟଙ୍କ ସହ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos