ପୂର୍ବତନ ସରପଞ୍ଚଙ୍କ ସମେତ ୩ଜଣଙ୍କୁ ପିଟିଲେ ମାଓବାଦୀ
ଚିତ୍ରକୋଣ୍ଡା: ବିଚ୍ଛିନ୍ନାଞ୍ଚଳରେ ପୁଣି ମାଓବାଦୀଙ୍କ ତାଣ୍ଡବ। ଚିତ୍ରକୋଣ୍ଡାର ପଣସପୁଟରେ ପ୍ରଜାକୋର୍ଟ କରି ୩ ଜଣଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ମାଓବାଦୀ। ସେମାନେ ହେଲେ ପଣସପୁଟର ପୂର୍ବତନ ସରପଞ୍ଚ ଅର୍ଜୁନ ହନ୍ତାଳ ଓ ତାଙ୍କ ୨ ସହଯୋଗୀ।
ପୋଲିସ୍ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଏମାନଙ୍କୁ ମାଓବାଦୀ ମାଡ଼ ମାରିଛନ୍ତି। ମାଡ଼ ମାରିବା ପରେ ୩ ଜଣଙ୍କୁ ଗାଁ ମୁଣ୍ଡରେ ଛାଡି ଦେଇଥିଲେ ମାଓବାଦୀ। ଏହାସହ ପୋଲିସ୍କୁ ସହଯୋଗ ନ କରିବାକୁ ଧମକ ଦେଇଥିଲେ।
ଆସନ୍ତାକାଲି ପଣସପୁଟ ନିକଟସ୍ଥ ଜଙ୍ଗଲରେ ମାଓବାଦୀ ପ୍ରଜାକୋର୍ଟ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।