ସୁପରସ୍ପେଶାଲିଟି ହସ୍ପିଟାଲ ହେବ ଭିମ୍‌ସାର

ଭୁବନେଶ୍ୱର:ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟର(ଭିମ୍‌ସାର) ସୁପରସ୍ପେଶାଲିଟି ହସ୍ପିଟାଲ ହେବ। ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରଥମ ଗଭର୍ଣ୍ଣି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ଏଥିପାଇଁ ଏକ ସବ୍‌ କମିଟି ଗଠନ କରିଛନ୍ତି। ଏହି ସବ୍‌କମିଟି ଭିମ୍‌ସାରର ଭିତ୍ତିଭୂମି ବିକାଶ, ଅଧ୍ୟାପକ ଓ ଡାକ୍ତର ନିଯୁକ୍ତି, ହଷ୍ଟେଲ ନିର୍ମାଣ, ସିଟ୍‌ ବୃଦ୍ଧି ନେଇ ଅନୁଧ୍ୟାନ କରି ଏକ ମାସ […]

vimsar

vimsar

Rakesh Mallick
  • Published: Thursday, 08 September 2016
  • Updated: 08 September 2016, 07:40 PM IST

Sports

Latest News

vimsarଭୁବନେଶ୍ୱର:ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟର(ଭିମ୍‌ସାର) ସୁପରସ୍ପେଶାଲିଟି ହସ୍ପିଟାଲ ହେବ। ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରଥମ ଗଭର୍ଣ୍ଣି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ରାଜ୍ୟ ସରକାର ଏଥିପାଇଁ ଏକ ସବ୍‌ କମିଟି ଗଠନ କରିଛନ୍ତି। ଏହି ସବ୍‌କମିଟି ଭିମ୍‌ସାରର ଭିତ୍ତିଭୂମି ବିକାଶ, ଅଧ୍ୟାପକ ଓ ଡାକ୍ତର ନିଯୁକ୍ତି, ହଷ୍ଟେଲ ନିର୍ମାଣ, ସିଟ୍‌ ବୃଦ୍ଧି ନେଇ ଅନୁଧ୍ୟାନ କରି ଏକ ମାସ ମଧ୍ୟରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ। କମିଟିର ସପାରିଶ ଅନୁସାରେ ରାଜ୍ୟ ସରକାର ପଦକ୍ଷେପ ନେବେ। ଏହାସହ ଭିମ୍‌ସାରରେ ଓପିଏସ୍‌ସି ଜରିଆରେ ୮୮ ଜଣ ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତି ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ମୁଖ୍ୟଶାସନ ସଚିବ କହିଛନ୍ତି,“ଆଜିର ବୈଠକରେ ବହୁତ ଗୁଡିଏ ନିଷ୍ପତ୍ତି ନିଆଯାଇଛି। ଭିମ୍‌ସାରକୁ ସୁପରସ୍ପେଶାଲିଟି ହସ୍ପିଟାଲ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ବିଶେଷ କରି ଭିମ୍‌ସାରର ଭିତ୍ତିଭୂମି ବିକାଶ, ଅଧ୍ୟାପକ ଓ ଡାକ୍ତର ନିଯୁକ୍ତି, ହଷ୍ଟେଲ ନିର୍ମାଣ ଓ ସିଟ୍‌ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଛି।”

ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା କହିଛନ୍ତି,“ଭିମ୍‌ସାର ସୁପରସ୍ପେଶାଲିଟି ହସ୍ପିଟାଲ ହେବାକୁ ଯାଉଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ସହଯୋଗରେ ଏହା ସମ୍ଭବ ହେବ। ଏହାସହ ୟୁଜି ଓ ୧୦ଟି ପିଜି ହଷ୍ଟେଲ ଖୋଲାବାକୁ ପଦକ୍ଷେପ ନିଆଯାଉଛି। ଏହାସହ ବାଳିକା ହଷ୍ଟେଲ ମଧ୍ୟ ନିର୍ମାଣାଧୀନ ରହିଛି। ଖୁବଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos