ଭାଇରାଲ ଭିଡିଓ ପ୍ରସାରଣ ଉପରେ ରୋକ ଲଗାଇଲେ କୋର୍ଟ

ଭୁବନେଶ୍ୱର: ବିବାଦୀୟ ଭାଇରାଲ ଭିଡିଓର ପ୍ରସାରର ଉପରେ ଭୁବନେଶ୍ୱର ସିଭିଲ ଜଜ୍‌ (ସିନିୟର ଡିଭିଜନ) ଅନ୍ତରୀଣ ସ୍ଥଗିତାଦେଶ ଦେଇଛନ୍ତି। ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ପକ୍ଷରୁ ଏ ନେଇ ଦାଏର ମାମଲାର ଣୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ଘଟଣାର ତଦନ୍ତ ଚାଲିଥିବାରୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବିବାଦୀୟ ଭାଇରାଲ ଭିଡିଓ ପ୍ରସାରଣ, ପ୍ରକାଶନ ଓ ବିତରଣ ଉପରେ କଟକଣା ଲଗାଇଛନ୍ତି କୋର୍ଟ। ଏହାସହ କୋର୍ଟ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ, ନିଆଁଖୁଣ୍ଟା […]

court

court

Rakesh Mallick
  • Published: Saturday, 17 December 2016
  • Updated: 17 December 2016, 11:36 PM IST

Sports

Latest News

ଭୁବନେଶ୍ୱର: ବିବାଦୀୟ ଭାଇରାଲ ଭିଡିଓର ପ୍ରସାରର ଉପରେ ଭୁବନେଶ୍ୱର ସିଭିଲ ଜଜ୍‌ (ସିନିୟର ଡିଭିଜନ) ଅନ୍ତରୀଣ ସ୍ଥଗିତାଦେଶ ଦେଇଛନ୍ତି। ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ପକ୍ଷରୁ ଏ ନେଇ ଦାଏର ମାମଲାର ଣୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି।

ଘଟଣାର ତଦନ୍ତ ଚାଲିଥିବାରୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବିବାଦୀୟ ଭାଇରାଲ ଭିଡିଓ ପ୍ରସାରଣ, ପ୍ରକାଶନ ଓ ବିତରଣ ଉପରେ କଟକଣା ଲଗାଇଛନ୍ତି କୋର୍ଟ। ଏହାସହ କୋର୍ଟ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ, ନିଆଁଖୁଣ୍ଟା ଡଟ୍‌ କମ୍‌ର ପ୍ରୋପାଇଟର ପ୍ରଦୀପ ପାଣ୍ଡେଙ୍କୁ ଜବାବ ରଖିବା ପାଇଁ ନୋଟିସ୍‌ କରିଛନ୍ତି।

ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୮ ତାରିଖରେ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos