ଭୋଟ ବର୍ଜନ ପାଇଁ ଅଡିଓ ଟେପ୍‌ ଜାରି କଲେ ମାଓବାଦୀ

ରାୟଗଡ଼ା: ଆସନ୍ତା ୧୩ ତାରିଖ ପ୍ରଥମ ପର୍ଯ୍ୟାୟ ଭୋଟ ଦିନ କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ବନ୍ଦ ଡାକରା ଦେଇଛନ୍ତି ବାଂଶଧାରା, ଘୁମୁସର ନାଗାବଳୀ ସିପିଆଇ ଡିଭିଜନ ନେତା ଉମାକାନ୍ତ। ଏକ ଅଡିଓ ଟେପ୍‌ ଜରିଆରେ ୧୩ ତାରିଖରେ ଭୋଟ ବର୍ଜନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଏହାସହ ଅଡିଓ ଟେପ୍‌ରେ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସକୁ ସମାଲୋଚନା କରାଯାଇଛି। ଅଡିଓ ଟେପ୍‌ରେ ମାଓବାଦୀଙ୍କ ପକ୍ଷରୁ କୁହାଯାଇଛି,“ବିଜେଡି ସରକାର […]

mao

mao

Rakesh Mallick
  • Published: Saturday, 11 February 2017
  • Updated: 11 February 2017, 06:45 PM IST

Sports

Latest News

ରାୟଗଡ଼ା: ଆସନ୍ତା ୧୩ ତାରିଖ ପ୍ରଥମ ପର୍ଯ୍ୟାୟ ଭୋଟ ଦିନ କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ବନ୍ଦ ଡାକରା ଦେଇଛନ୍ତି ବାଂଶଧାରା, ଘୁମୁସର ନାଗାବଳୀ ସିପିଆଇ ଡିଭିଜନ ନେତା ଉମାକାନ୍ତ। ଏକ ଅଡିଓ ଟେପ୍‌ ଜରିଆରେ ୧୩ ତାରିଖରେ ଭୋଟ ବର୍ଜନ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

ଏହାସହ ଅଡିଓ ଟେପ୍‌ରେ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସକୁ ସମାଲୋଚନା କରାଯାଇଛି। ଅଡିଓ ଟେପ୍‌ରେ ମାଓବାଦୀଙ୍କ ପକ୍ଷରୁ କୁହାଯାଇଛି,“ବିଜେଡି ସରକାର ମିଥ୍ୟା ପ୍ରତିଶ୍ରୁତି ଦେଇଛି। ଖଣି, ପାଣି ଓ ଚିଟ୍‌ଫଣ୍ଡ ଦୁର୍ନୀତିରେ ସରକାର ସାମିଲ ହୋଇଛି। ବିଜେପି ସରକାରଙ୍କ ବିମୁଦ୍ରାକରଣ ବ୍ୟବସ୍ଥା ବିଫଳ ହୋଇଛି। ୨ କୋଟିରୁ ଅଧିକ ନିଯୁକ୍ତି ପ୍ରତିଶ୍ରୁତି ଦେଇଥିବା କେନ୍ଦ୍ର ସରକାର ମାତ୍ର ୨ ଲକ୍ଷ ନିଯୁକ୍ତି ଦେଇଛନ୍ତି। ଦେଶରେ କଂଗ୍ରେସ ସର୍ବାଧିକ ସମୟ ଶାସନ କରିଛି। ଏହି ସମୟରେ ଦେଶରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos