ବାଲେଶ୍ୱରରେ ବିଜେଡିର ଡ୍ରାମା ପ୍ରାୟୋଜିତ ନୁହେଁ ତ?

ଭୁବନେଶ୍ୱର(ପ୍ରକାଶ ସେଠୀ): ତୀବ୍ର ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝା ମଧ୍ୟରେ ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବେ। ତେବେ ନବାଗତ ସ୍ୱରୂପଙ୍କୁ ବିଜେଡି ସୁପ୍ରିମୋ କେଉଁ ଆଧାରରେ ପ୍ରାର୍ଥୀ ଚୟନ କଲେ ଏବଂ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ଓ ତାଙ୍କ ପତ୍ନୀଙ୍କ ପ୍ରାର୍ଥୀତ୍ୱକୁ କାହିଁକି ଖାରଜ କଲେ ତାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଥିବାବେଳେ ଉପନିର୍ବାଚନରେ ୧-୧ ଫର୍ମୂଲାକୁ ଆପଣାଇବା ନିମନ୍ତେ ଦୁଇ […]

7hn

7hn

Tapas Behera
  • Published: Wednesday, 14 October 2020
  • Updated: 15 October 2020, 03:35 PM IST

ଭୁବନେଶ୍ୱର(ପ୍ରକାଶ ସେଠୀ): ତୀବ୍ର ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝା ମଧ୍ୟରେ ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବେ। ତେବେ ନବାଗତ ସ୍ୱରୂପଙ୍କୁ ବିଜେଡି ସୁପ୍ରିମୋ କେଉଁ ଆଧାରରେ ପ୍ରାର୍ଥୀ ଚୟନ କଲେ ଏବଂ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ଓ ତାଙ୍କ ପତ୍ନୀଙ୍କ ପ୍ରାର୍ଥୀତ୍ୱକୁ କାହିଁକି ଖାରଜ କଲେ ତାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଥିବାବେଳେ ଉପନିର୍ବାଚନରେ ୧-୧ ଫର୍ମୂଲାକୁ ଆପଣାଇବା ନିମନ୍ତେ ଦୁଇ ଦଳ ବିଜେଡି ଓ ବିଜେପିର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଅଘୋଷିତ ଡିଲ୍ ହୋଇନାହିଁ ତ? ବିଜେଡି ଗତବର୍ଷ ଗୋଟିଏ ରାଜ୍ୟସଭା ଆସନ ବିଜେପିକୁ ଅଯାଚିତ ଭାବେ ଟେକି ଦେବା ଭଳି ଏଥର ଉପନିର୍ବାଚନରେ ବି ଅନୁରୂପ ରଣନୀତି ଆପଣାଇଥିବା ଆକଳନ କରାଯାଉଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ସଦର ଆସନ ପାଇଁ ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତି ଅପ୍ରତ୍ୟାଶିତ। ବାଲେଶ୍ୱର ବିଜେଡିରେ ପୂର୍ବତନ ସାଂସଦ ତଥା ଦଳର ଜିଲ୍ଲା ସଭାପତି ରବୀନ୍ଦ୍ର ଜେନାଙ୍କ ପ୍ରଭାବ କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ୨୦୧୯ ସାଧାରଣ ନିର୍ବାଚନରେ ପରାଜିତ ହେବାପରଠୁ ବାଲେଶ୍ୱର ସଦରର ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାସଙ୍କ ସହ ଛାମୁଆ କର୍ମୀ ବି ନାହାନ୍ତି। ଶ୍ରୀ ଜେନା ପରାଜିତ ହୋଇଥିଲେ ମଧ୍ୟ ତାଙ୍କୁ ବିଜେଡି ଫେବୃୟାରୀ ମାସରେ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦେବା ଓ ଜୁନ୍ ମାସରେ ବିଧାୟକ ମଦନମୋହନ ଦତ୍ତଙ୍କ ଅକାଳ ମୃତ୍ୟୁ ପରେ ସେ ଜିଲ୍ଲା ସଂଗଠନକୁ ସକ୍ରିୟ କରିବାରେ ଲାଗିଥିଲେ। ତଳସ୍ତରର କର୍ମୀଙ୍କ ପାଖରେ ପହଂଚିବା ସହ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ଦଳୀୟ ସଂଗଠନକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେଇଥିଲେ। ଏପରିକି ପୂର୍ବତନ ବିଧାୟକ ଅରୁଣ ଦେଙ୍କୁ ମିଶାଇବା ସହ ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନଙ୍କୁ ୪୮ଘଣ୍ଟା ମଧ୍ୟରେ ପୁଣିଥରେ ବିଜେଡିକୁ ଫେରାଇ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏସବୁ ମିଶ୍ରଣ ପର୍ବ ମାଧ୍ୟମରେ ଶ୍ରୀ ଜେନା କିମ୍ବା ତାଙ୍କ ପତ୍ନୀ ସୁବାସିନୀଙ୍କ ପ୍ରାର୍ଥୀତ୍ୱ ଦାବିଦାରୀ ଉପରେ ବିଜେଡି ସୁପ୍ରିମୋଙ୍କ ମୋହର ଲାଗିବ ବୋଲି ଦଳର ଦାୟିତ୍ୱରେ ଥିବା ରାଜ୍ୟସ୍ତରୀୟ ବରିଷ୍ଠ ନେତାମାନେ ଏକପ୍ରକାର ନିଶ୍ଚିତ ଥିଲେ। କର୍ମୀ ଓ ନେତାଙ୍କ ସମେତ ସାଧାରଣ ଲୋକ ବି ଶ୍ରୀ ଜେନାଙ୍କ ସପକ୍ଷରେ ଥିବାବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅପ୍ରତ୍ୟାଶିତ ଭାବେ ଚର୍ଚ୍ଚାରେ ନଥିବା ପୂର୍ବତନ କାଉନସିଲର ସ୍ୱରୂପ କୁମାର ଦାସ(ସାଂଗଠନିକ ଦକ୍ଷତା ନଥିବା ଓ ସଦର ନିର୍ବାଚନମଣ୍ଡଳୀ ସମ୍ପର୍କରେ ଅନଭିଜ୍ଞ)ଙ୍କୁ ପ୍ରାର୍ଥୀ ଘୋଷଣା କରି ବାଲେଶ୍ୱର ବିଜେଡିରେ ଅସ୍ଥିରତା ସୃଷ୍ଟିକୁ ଆମନ୍ତ୍ରଣ କରିଛନ୍ତି।

ତେବେ ବିଜେଡି ସୁପ୍ରିମୋ ଓ ତାଙ୍କ ପରାମର୍ଶଦାତା ଏଭଳି ଅପ୍ରତ୍ୟାଶିତ ନିଷ୍ପତ୍ତି କାହିଁକି ନେଲେ ତାହା ବୁଝିବା ପାଇଁ ବାଲେଶ୍ୱର ଉପନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଦଳର ବରିଷ୍ଠ ନେତାମାନଙ୍କୁ ବେଶୀ ସମୟ ଲାଗିନଥିଲାବେଳେ ଉପର ଦେଖାଣିଆ ତାଳିପକା ଉଦ୍ୟମ ଜାରି ରହିଛି। ଏପରିକି ସୁପ୍ରିମୋଙ୍କ ନିଷ୍ପତ୍ତିର ପୁନର୍ବିଚାର ହେବନି ବୋଲି ନବୀନ ନିବାସରୁ ଫୋନ୍ ମାଧ୍ୟମରେ ଶ୍ରୀ ଜେନାଙ୍କୁ ରୋକଠୋକ୍ କୁହାଯିବା ସହ କର୍ମୀଙ୍କ ମେଳି ଓ ବିରୋଧାଭାସକୁ ପ୍ରଶମିତ କରିବା ନିମନ୍ତେ ତାଗିଦ୍ କରାଗଲା ବୋଲି ସୂଚନା ମିଳିଛି। ଯେଉଁ ଚାପରେ ଶ୍ରୀ ଜେନାଙ୍କୁ ଚୁପ୍ ରହିବାକୁ ତାଗିଦ୍ କରାଯାଇଛି ତାକୁ ସ୍ଥାନୀୟ କର୍ମୀମାନେ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିବା ଜଣାପଡ଼ିଛି। ସମସ୍ତ ବିରୋଧ ସତ୍ତ୍ୱେ ସେଠାରେ ଅନଭିଜ୍ଞ ସ୍ୱରୂପଙ୍କୁ ପ୍ରାର୍ଥୀ କରି ପରୋକ୍ଷରେ ବିଜେପି ପ୍ରାର୍ଥୀଙ୍କ ବିଜୟକୁ ସୁନିଶ୍ଚିତ କରିବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଛି।

ଚିଟଫଣ୍ଡ, ଖଣି ଦୁର୍ନୀତି ଓ ବ୍ଲାକରୋଜ୍ ଜାହାଜ ବୁଡ଼ି ଘଟଣାର ସିବିଆଇ ତଦନ୍ତକୁ ନେଇ ଗତ ଏକ ଦଶନ୍ଧି ଧରି ରାଜ୍ୟ ସରକାର ବ୍ୟାକଫୁଟରେ ଅଛନ୍ତି।

ଆଉ ଖାସ୍ ଏହି କାରଣ ପାଇଁ ବିଜେଡି ଏବେ ଉପରେ ପଡ଼ି ପ୍ରେମ ଦେଖାଇବା ସହ ଗୋଟିଏ ସିଟକୁ ମଧ୍ୟ ବାଜି ଲଗାଇବାକୁ ପଛାଇ ନଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି। ଆଉ ଉପନିର୍ବାଚନ ହେଉଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନକୁ ବିଜେଡି ଓ ବିଜେପି ପୂର୍ବସ୍ଥିତି ଅର୍ଥାତ୍ ୧-୧ ଫର୍ମୂଲାରେ ରଖିବାକୁ ଅଘୋଷିତ ବୁଝାମଣା କରିଥାଇ ପାରନ୍ତି।

ସୂଚନାଯୋଗ୍ୟ, ବିଧାନସଭାରେ ଆବଶ୍ୟକ ସଂଖ୍ୟା ନଥାଇ ବି ୨୦୧୯ ଜୁନ୍ ମାସରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇବାକୁ ବିଜେଡି ସୁପ୍ରିମୋ କୁଣ୍ଟାବୋଧ କରିନଥିଲେ। ଆଉ ତା’ର ପ୍ରତିବଦଳରେ ପାଟକୁରାରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଜିତିବାର ସମସ୍ତ ସମ୍ଭାବନା ଥିବା ସତ୍ତ୍ୱେ ତାଙ୍କୁ ପରାଜିତ କରିବାର ସମସ୍ତ ମାର୍ଗକୁ ବିଜେଡି ଉନ୍ମୁକ୍ତ ରଖିଲା,ଯାହା ଉପରେ ସେତେବେଳେ ବିଜେପି ନେତୃତ୍ୱ ମଧ୍ୟ ଚୁପ୍ ରହିଥିବା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story