ଭାଙ୍ଗିଲା ସଫେଇ ନାଳର ସୁଇସ୍ ଗେଟ୍

କୋଣାର୍କ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ଗୋପ ନେତପୁରଠାରେ ସଫେଇ ନାଳର ସୁଇସ୍ ଗେଟ୍ ଭାଙ୍ଗିଯାଇଛି। ଫଳରେ କୁଶଭଦ୍ରା ନଦୀର ଵନ୍ୟା ଜଳ  ଗାଁଗୁଡ଼ିକୁ ପଶିଯାଇଛି। ବନ୍ୟା ପାଣି ମାଡ଼ିଯିବା ଯୋଗୁ ନାଗପୁର,ବଡ଼ତରା, ତରକୋର  ଓ ସୁତନ ଆଦି ୪ଟି ପଞ୍ଚାୟତର ୨୦ରୁ ଊର୍ଦ୍ଧ୍ୱ ଗାଁ ଜଳମଗ୍ନ ହୋଇଛି। ଏହି ବନ୍ୟା ଜଳ ଚାଷ ଜମିରେ ମାଡ଼ିଯିବା ଯୋଗୁ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ସେହିପରି ଭାର୍ଗବୀ ନଦୀର ବନ୍ୟାଜଳ ଧନୁଆ ନଦୀରେ ପ୍ରବେଶ କରିବା […]

Kushabhadra

Kushabhadra

Tapaswini Nayak
  • Published: Tuesday, 16 August 2022
  • Updated: 16 August 2022, 12:39 PM IST

Sports

Latest News

କୋଣାର୍କ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ଗୋପ ନେତପୁରଠାରେ ସଫେଇ ନାଳର ସୁଇସ୍ ଗେଟ୍ ଭାଙ୍ଗିଯାଇଛି। ଫଳରେ କୁଶଭଦ୍ରା ନଦୀର ଵନ୍ୟା ଜଳ  ଗାଁଗୁଡ଼ିକୁ ପଶିଯାଇଛି। ବନ୍ୟା ପାଣି ମାଡ଼ିଯିବା ଯୋଗୁ ନାଗପୁର,ବଡ଼ତରା, ତରକୋର  ଓ ସୁତନ ଆଦି ୪ଟି ପଞ୍ଚାୟତର ୨୦ରୁ ଊର୍ଦ୍ଧ୍ୱ ଗାଁ ଜଳମଗ୍ନ ହୋଇଛି। ଏହି ବନ୍ୟା ଜଳ ଚାଷ ଜମିରେ ମାଡ଼ିଯିବା ଯୋଗୁ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି।

ସେହିପରି ଭାର୍ଗବୀ ନଦୀର ବନ୍ୟାଜଳ ଧନୁଆ ନଦୀରେ ପ୍ରବେଶ କରିବା ଦ୍ୱାରା ନିମାପଡ଼ା ବ୍ଲକ ବଡ଼ମାଛପୁର ଓ ଶଗଡ଼ା ପଞ୍ଚାୟତର ୧୨ଟି ଗାଁ ଜଳମଗ୍ନ ହୋଇଛି।

ଆସନ୍ତା ୩ ଘଣ୍ଟାରେ ବନ୍ୟା ପିକ୍ ଛୁଇଁବ। ଏହି ୩ ଘଣ୍ଟା ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି  ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି।ମୁଣ୍ଡଳିରେ ବର୍ତ୍ତମାନ ୧୧.୬ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଆଉ କିଛି ବଢ଼ିବା ପରେ ଜଳ ପ୍ରବାହ ପରିମାଣ କମିବ। ହୀରାକୁଦରେ  ଜଳଭଣ୍ଡାର ଗେଟ୍‌ ଖୋଲିବା ନେଇ ଆଜି ଅପରାହ୍ଣରେ ନିଷ୍ପତ୍ତି  ନିଆଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଜଳ ପରିଚାଳନା ନେଇ ଆଜି ଅପରାହ୍ନ ୪ଟା ସମୟରେ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଆଲୋଚନା ହେବ। ଦୁଇ ରାଜ୍ୟର ମୁଖ୍ୟ ସଚିବଙ୍କ ମଧ୍ୟରେ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos