ଜଳୁଛି ବଲାଙ୍ଗିର, ଜୀବନ ଯାତ୍ରା ଅସ୍ତବ୍ୟସ୍ତ

ବଲାଙ୍ଗିର(ସସ୍ମିତା ସାହୁ): ସବୁବେଳେ ଚର୍ଚ୍ଚାରେ ଥାଏ ବଲାଙ୍ଗିର। ଉପରେ ତାତି, ତଳେ ତାତି। ମଝିରେ ଡହଳ ବିକଳ ଜନଜୀବନ। ଗତକିଛି ଦିନ ଧରି ଅସହ୍ୟ ଗରମ ଯୋଗୁଁ ସିଝୁଛି ବଲାଙ୍ଗିର। ଏଠାରେ ପାରଦ ପହଞ୍ଚିଲାଣି ପାଖାପାଖି ୪୨.୬ ଡିଗ୍ରୀ। ଟାଇଁ ଟାଇଁ ଖରାରେ ମୁହଁ ପୋଡ଼ି ପକାଉଛି। ଲୋକେ ଘରୁ ବାହାରି ପାରୁ ନାହାନ୍ତି। ଦିନ ୧୦ଟା ବେଳକୁ ରାସ୍ତାଘାଟ ଶୂନଶାନ୍‌ ହୋଇଯାଉଛି। ଏହି ସମୟରେ ଦାଉ ସାଧୁଛି ବିଜୁଳି। ଘନଘନ ବିଜୁଳି କାଟ ଯୋଗୁଁ ଲୋକେ […]

water problem in bolangir

water problem in bolangir

Rakesh Mallick
  • Published: Friday, 20 April 2018
  • Updated: 20 April 2018, 09:56 PM IST

Sports

Latest News

ବଲାଙ୍ଗିର(ସସ୍ମିତା ସାହୁ): ସବୁବେଳେ ଚର୍ଚ୍ଚାରେ ଥାଏ ବଲାଙ୍ଗିର। ଉପରେ ତାତି, ତଳେ ତାତି। ମଝିରେ ଡହଳ ବିକଳ ଜନଜୀବନ। ଗତକିଛି ଦିନ ଧରି ଅସହ୍ୟ ଗରମ ଯୋଗୁଁ ସିଝୁଛି ବଲାଙ୍ଗିର। ଏଠାରେ ପାରଦ ପହଞ୍ଚିଲାଣି ପାଖାପାଖି ୪୨.୬ ଡିଗ୍ରୀ। ଟାଇଁ ଟାଇଁ ଖରାରେ ମୁହଁ ପୋଡ଼ି ପକାଉଛି। ଲୋକେ ଘରୁ ବାହାରି ପାରୁ ନାହାନ୍ତି। ଦିନ ୧୦ଟା ବେଳକୁ ରାସ୍ତାଘାଟ ଶୂନଶାନ୍‌ ହୋଇଯାଉଛି। ଏହି ସମୟରେ ଦାଉ ସାଧୁଛି ବିଜୁଳି। ଘନଘନ ବିଜୁଳି କାଟ ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି।

ବଲାଙ୍ଗିରରେ ଏବେ ଅସହ୍ୟ ଗରମ ସାଙ୍ଗକୁ ଉତ୍କଟ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଲୋକେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି। ଏହା ନଗ୍ନ ଚିତ୍ର ଇନ୍ଦିରାନଗରରେ ଦେଖିବାକୁ ମିଳିଛି। ଜନସ୍ୱାସ୍ଥ୍ୟ ବିଭାର ପକ୍ଷରୁ ଏହି ବସ୍ତିକୁ ପାଣି ସଂଯୋଗ ନାହିଁ। ପୂରା ପଡାରେ ମାତ୍ର ଦୁଇଟି ନଳକୂପ। କିନ୍ତୁ ଏବେ ଭୂତଳଜଳ ତଳକୁ ଚାଲି ଯାଇଥିବାରୁ ନଳକୂପ ଅଚଳ ହୋଇପଡ଼ିଛି। ସାହାରା ପାଲଟିଛି ଏକ ମାତ୍ର ପାଣି ଟାଙ୍କି। ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟରୁ ମାତ୍ର ଦୁଇଶହ ମିଟର ଦୂରରେ ଥିବା ବସ୍ତିର ଯଦି ଏପରି ହାଲ, ତାହେଲେ ସହରର ଅନ୍ୟ ତଳି ଅଂଚଳର ଅବସ୍ଥାକୁ ସହଜରେ ଅନୁମାନ କରିହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos