ରିପୋର୍ଟ ତଲବ କଲେ ମହିଳା କମିଶନ ଅଧ୍ୟକ୍ଷା
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହିଳା କଙ୍କାଳ ମିଳିବା ଘଟଣା କମିଶନରେଟ ପୁଲିସକୁ ରିପୋର୍ଟ ତଲବ କରିଛନ୍ତି ମହିଳା କମିଶନ ଅଧ୍ୟକ୍ଷା। ତଦନ୍ତ କରି ମାସେ ଭିତରେ ରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ କଙ୍କାଳ ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ କରିବାକୁ ପଠାଯାଇଛି। ଶରୀରର ଦାନ୍ତ, ହାଡ଼ର କିଛି ଅଂଶ, ନଖ ଓ ଚୁଟି ଫୋରେନସିକ ଲ୍ୟାବକୁ ପଠାଯାଇଛି କମିଶନରେଟ୍ ପୁଲିସ। ଏହି ଘଟଣାର ତଦନ୍ତ ପାଇଁ ମହିଳା ଥାନାର ଜଣେ ଇନ୍ସପେରଙ୍କୁ ଦାୟିତ୍ୱ ଦିଆଯାଇଛି।
୨୦୧୯ରେ ବେଆଇନ ଗଞ୍ଜେଇ ଚାଲାଣ ମାମଲାରେ ଗଞ୍ଜାମ ପୁଲିସ ମହିନ୍ଦ୍ରା ଗାଡିଟିକୁ ଜବତ କରିଥିଲା। ସେବେଠୁ ଗାଡିଟି ଭୁବନେଶ୍ୱର ଉପକଣ୍ଠ ଯାଆଁଳ ଫାଣ୍ଡି ପରିସରରେ ପଡ଼ି ରହିଥିଲା। ପରିତ୍ୟକ୍ତ ଅବସ୍ଥାରେ ଥିବା ମହିନ୍ଦ୍ରା ଏକ୍ସୟୁଭି ଗାଡି ଭିତରୁ ଏହି କଙ୍କାଳ ଉଦ୍ଧାର ହୋଇଥିଲା। ପରେ ପୁଲିସର ସାଇଣ୍ଟିଫିକ ଟିମ୍ କଙ୍କାଳକୁ ଉଦ୍ଧାର କରି ଏମ୍ସକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣେ ମହିଳାଙ୍କ ଶବ ଏବଂ ମୃତ ମହିଳାଙ୍କ ବୟସ ପ୍ରାୟ ୪୫ ବର୍ଷ ବୋଲି ଜଣାପଡିଥିଲା। ଏଥିସହ ସେ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ସ୍ୱାଭାବିକ ଭାବେ ପ୍ରାଣ ହରାଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।