ଭାରତ ବନ୍ଦକୁ ସମର୍ଥନ କଲେ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଭାରତ ବନ୍ଦକୁ ସମର୍ଥନ କରୁଛୁ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ କହିଛନ୍ତି,“ ସାରା ଦେଶରେ ଦରଦାମ ବୃଦ୍ଧି ସହ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଏହାସହ ବେକାରୀ ସମସ୍ୟା ମଧ୍ୟ ବଢ଼ିଛି। ଲୋକଙ୍କ ହାତରେ କାମ ନାହିଁ। ସବ୍‌କା ସାଥ୍, ସବ୍‌କା ବିକାଶ ନୁହେଁ, ସବ୍‌କା ବିନାଶ୍‌ ହେବାକୁ ଯାଉଛି।”  ଯଦିଓ ଏହି ବନ୍ଦକୁ ସମର୍ଥନ କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି, ତେବେ ଏ […]

bjd,,,

bjd,,,

Tapaswini Nayak
  • Published: Tuesday, 07 January 2020
  • Updated: 07 January 2020, 02:50 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଭାରତ ବନ୍ଦକୁ ସମର୍ଥନ କରୁଛୁ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ କହିଛନ୍ତି,“ ସାରା ଦେଶରେ ଦରଦାମ ବୃଦ୍ଧି ସହ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଏହାସହ ବେକାରୀ ସମସ୍ୟା ମଧ୍ୟ ବଢ଼ିଛି। ଲୋକଙ୍କ ହାତରେ କାମ ନାହିଁ। ସବ୍‌କା ସାଥ୍, ସବ୍‌କା ବିକାଶ ନୁହେଁ, ସବ୍‌କା ବିନାଶ୍‌ ହେବାକୁ ଯାଉଛି।”  ଯଦିଓ ଏହି ବନ୍ଦକୁ ସମର୍ଥନ କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି, ତେବେ ଏ ସମର୍ଥନ ନେଇ ବିଜେଡି ତରଫରୁ କିଛି ସ୍ପଷ୍ଟ କରାଯାଇନି। କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ତରଫରୁ ଡକାଯାଇଥିବା ଭାରତ ବନ୍ଦ ଡାକରାକୁ ଗତକାଲି ରାଜ୍ୟ କଂଗ୍ରେସ ସମର୍ଥନ କରିଥିଲା।

ସିଏଏ, ଦରଦାମ ବୃଦ୍ଧି ଓ ବେକାରୀ ପ୍ରଭୃତି ସମସ୍ୟାକୁ ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ୍ ପକ୍ଷରୁ ‌ଆସନ୍ତାକାଲି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ବନ୍ଦରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଥିବା ମଞ୍ଚ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos