କାହିଁକି କେସ୍‌ କଲେନି ଆଦିତ୍ୟଙ୍କ ବାପା-ମା, କାନ୍ଦି କାନ୍ଦି କହିଲେ, ନ୍ୟାୟ ପାଇଁ ଗୁହାରୀ କଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସୋଶାଲ ମିଡିଆରେ ଭିଡିଓ ଛାଡ଼ି ନ୍ୟାୟ ପାଇଁ ଗୁହାରୀ କଲେ ଆଦିତ୍ୟଙ୍କ ବାପା-ମା। କାନ୍ଦି କାନ୍ଦି କହିଲେ ଆମର କିଛି ଦରକାର ନାହିଁ , କେବଳ ନ୍ୟାୟ ଦରକାର। ପୁଅର ରହସ୍ୟଜନକ ମୃତ୍ୟୁର ପରଦା ହଟାଇ ପ୍ରକୃତ ସତ୍ୟ ସାମ୍ନାକୁ ଅଣାଯାଉ ବୋଲି ଉଭୟେ ଦାବି କରିଛନ୍ତି। ତାସହିତ ପୁଅର ମୃତ୍ୟୁ ପରେ ସେମାନେ କାହିଁକି କେସ୍‌ କଲେନି ବୋଲି ତାର କାରଣ ମଧ୍ୟ କହିଛନ୍ତି। ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁରୁ ଏ ଯାଏଁ ପରଦା ହଟି ନଥିବା ବେଳେ ଏବେ ତାଙ୍କ ବାପା-ମାଙ୍କକ ଏହି ଲୁହ ଭରା ନିବେଦନ ଏବେ ଭାଇରାଲ ହେବାରେ ଲାଗିଛି।

ଗୋଟିଏ ପରେ ଉକ୍ତ ମମଲାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଅନ୍ୟପଟେ ଉଭୟଙ୍କ ଉପରେ ବିଭିନ୍ନ ପ୍ରକାର ଚାପ ପଡ଼ୁଥିବା ଆଦିତ୍ୟଙ୍କ ବାପା-ମା ଉକ୍ତ ଭିଡିଓରେ କାନ୍ଦି କାନ୍ଦି ପ୍ରକାଶ କରିଛନ୍ତି। ଯେଉଁଥିରେ ତାଙ୍କ ମା  କାନ୍ଦିକାନ୍ଦି ପୁଅ ପାଇଁ ନ୍ୟାୟ ମାଗୁଥିବା ଦେଖିବାକୁ ମିଳିଛି । ସେ ଏଥିରେ କାହିଁକି ତାଙ୍କ ପୁଅର ମୃତ୍ୟୁରେ ଥାନାରେ କେଶ କଲେ ନାହିଁ ତାହା ପ୍ରକାଶ କରିଛନ୍ତି । ତାଙ୍କ କହିବା ମୁତାବକ ସେ ପୁଅର ମୃତ ଦେହ ଦେଖି ହତବାକ ହୋଇଯାଇଥିଲେ। ପୂର୍ବରୁ  ପିପୁଲ ଫର୍‌ ସେବାର ପିଲାମାନେ କେଶ ଦେଇଥିଲେ । ଓକିଲଙ୍କ ପରାମର୍ଶକ୍ରମେ ସେ କେଶ ଦେଇନ ଥିଲେ ବୋଲି ସେ କହିଛନ୍ତି । ତେବେ

କିଛି ଲୋକ ଆସି ତାଙ୍କ ଲାଇନବିଲ ଏବଂ ଘରଭଡ଼ା ଦେବାକୁ କହିଥିଲେ । କିନ୍ତୁ ସେ ଏହାକୁ ପ୍ରତ୍ୟାଖାନ କରିଥିଲେ । ତାଙ୍କର କୌଣସି ଧନ ସମ୍ପତ୍ତି କିଛି ଦରକାର ନାହିଁ ବୋଲି କହିଥିଲେ । ପୁଅକୁ ହରେଇ ଆମେ ଦୁଖରେ ଅଛୁ । ଆମକୁ ସାହାଯ୍ୟକରି ଆଉ ଦୁଖ ନ ଦେବାକୁ ସେ ନିବେଦନ କରିଛନ୍ତି । ସେ କେବଳ ତାଙ୍କ ପୁଅର ନ୍ୟାୟ ଚାହାନ୍ତି ବୋଲି ପ୍ରକାଶ କରିଛନ୍ତି । କିଛି ଦିନ ତଳେ ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ତଦନ୍ତ ଧିମେଇ ଯାଇଥିବାର ଅଭିଯୋଗ ଆଣିଥିଲେ ପିପୁଲ୍ସ ଫର ସେବାର ସଦସ୍ୟ । ଏହାପରେ ଏହି ଭିଡିଓଟି ସାମ୍ନାକୁ ଆସିଥିବା ଜଣାପଡ଼ିଛି।