ବ୍ୟବସାୟୀଙ୍କୁ କିଡ୍‌ନାପ୍‌ କରିଥିଲେ, ବନ୍ଧା ହେଲେ ୱେବ୍ ପୋର୍ଟାଲ୍‌ ମୁଖ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣେ ବ୍ୟବସାୟୀ ଓ ତାଙ୍କ ସହଯୋଗୀଙ୍କୁ ଅପହରଣ କରି ଦାଦା ବଟି ମାଗିବା ଅଭିଯୋଗରେ ଗିରଫ ହୋଇଛନ୍ତି ଏକ ୱେବ ଚ୍ୟାନେଲର ମୁଖ୍ୟ। ପୂର୍ବରୁ ଏହି ମାମଲାରେ ସମ୍ପୃକ୍ତ ୱେବ୍‌ ଚ୍ୟାନେଲ୍‌ର ମହିଳା ସାମ୍ବାଦିକଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଥିଲା। ଏବେ ପୁଲିସ୍‌ ଜାଲରେ ପଡ଼ିଛନ୍ତି ୱେବ ଚ୍ୟାନେଲ ମୁଖ୍ୟ ରଘୁନାଥ ସାହୁ ଓରଫ ରାଜା । ତାଙ୍କୁ କୋଲକାତାରୁ ଗିରଫ କରାଯାଇଛି। ରାଜାଙ୍କୁ ଗିରଫ କରି ଓଡ଼ିଶା ଅଣାଯାଇଥିବା ବେଳେ ମାମଲା […]

arrest

arrest

Niharika Rout
  • Published: Monday, 06 September 2021
  • Updated: 06 September 2021, 02:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣେ ବ୍ୟବସାୟୀ ଓ ତାଙ୍କ ସହଯୋଗୀଙ୍କୁ ଅପହରଣ କରି ଦାଦା ବଟି ମାଗିବା ଅଭିଯୋଗରେ ଗିରଫ ହୋଇଛନ୍ତି ଏକ ୱେବ ଚ୍ୟାନେଲର ମୁଖ୍ୟ। ପୂର୍ବରୁ ଏହି ମାମଲାରେ ସମ୍ପୃକ୍ତ ୱେବ୍‌ ଚ୍ୟାନେଲ୍‌ର ମହିଳା ସାମ୍ବାଦିକଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଥିଲା। ଏବେ ପୁଲିସ୍‌ ଜାଲରେ ପଡ଼ିଛନ୍ତି ୱେବ ଚ୍ୟାନେଲ ମୁଖ୍ୟ ରଘୁନାଥ ସାହୁ ଓରଫ ରାଜା । ତାଙ୍କୁ କୋଲକାତାରୁ ଗିରଫ କରାଯାଇଛି।

ରାଜାଙ୍କୁ ଗିରଫ କରି ଓଡ଼ିଶା ଅଣାଯାଇଥିବା ବେଳେ ମାମଲା ଉପରୁ ପୂରା ପରଦା ହଟିବ ଓ ସେମାନେ ଆଉ କାହାକୁ ଟାର୍ଗେଟ କରଥିଲେ ଜଣାପଡ଼ିବ ବୋଲି କୁହାଯାଉଛି।  ୱେବ ଚ୍ୟାନେଲ୍ ଆଢ଼ୁଆଳରେ କିଭଳି ଏସବୁ କାମ କରାଯାଉଥିଲା, ସେ ଦିଗକୁ ନେଇ ବି ତଦନ୍ତ କରାଯିବ।

ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,  ମାଇନ୍ସ ବ୍ୟବସାୟ ସହ ଜଡ଼ିତ ଜଣେ ଯୁବକ ଓ କେନ୍ଦ୍ରାପଡ଼ାରେ ରହୁଥିବା ତାଙ୍କର ଜଣେ ସହଯୋଗୀଙ୍କୁ ଗତ ୫ ତାରିଖରେ ଭୁବନେଶ୍ୱରକୁ କେହି ଫୋନ କରି ଡାକିଥିଲେ । ସେମାନେ ଭୁବନେଶ୍ୱରରେ ପହଞ୍ଚିବା ପରେ ନନ୍ଦନକାନନ ଥାନା ଅଧୀନ ରଘୁନାଥପୁରଠାରେ ଥିବା ଏକ ୱେବ ଚ୍ୟାନେଲ କାର୍ଯ୍ୟାଳୟକୁ ଉଭୟଙ୍କୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ୫  ଲକ୍ଷ ଟଙ୍କା ଦେବା ପାଇଁ କୁହାଯାଇଥିଲା। ମାତ୍ର ଉଭୟ ଯୁବକ ମନା କରିବାରୁ ସେଠାରେ ସେମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥିଲା। ଉଭୟଙ୍କୁ ନିର୍ଘାତ ମାଡ଼ ମରାଯାଇଥିବା ବେଳେ ସିଗାରେଟ ଚେଙ୍କ ମଧ୍ୟ ଦିଆଯାଇଥିଲା। ସେମାନଙ୍କ ଶରୀରର ବିଭିନ୍ନ ସ୍ଥାନରେ ଏହାର ଚିହ୍ନ ଦେଖିବାକୁ ମିଳିଥିଲା।

ଉଭୟଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଥିବାରୁ ପରିବାର ଲୋକ ଯୋଗାଯୋଗ କରିପାରୁ ନ ଥିଲେ।  ୨ ଦିନ ପରେ ଉଭୟଙ୍କ ପରିବାର ଲୋକଙ୍କୁ ସେମାନଙ୍କ ଅପହରଣ ବିଷୟରେ କୁହାଯିବା ସହ ୫ ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା। ମାତ୍ର ୫୦ ହଜାରର ଟଙ୍କାରେ କଥା ଛିଣ୍ଡିଥିଲା।  ୫୦ ହଜାର ପାଇବା ପରେ ଉଭୟଙ୍କୁ ଛଡ଼ା ଯାଇଥିଲା।

ଏନେଇ ଉଭୟଙ୍କ ପରିବାର ଲୋକ ନନ୍ଦନକାନନ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ୱେବ୍‌ ଚ୍ୟାନେଲ୍‌ର ମହିଳା ସାମ୍ବାଦିକ ସମେତ ୬ ଜଣଙ୍କୁ ଗିରଫ କରିଥିଲା।  ହେଲେ ଘଟଣାର ମୁଖ୍ୟ ଅଭିଯୁକ୍ତ ରଘୁନାଥ ସାହୁ ଫେରାର ହୋଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos