ଏଥର ବଜେଟରେ କଣ ହେବ ବିସ୍ଫୋରଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ଦିନକ ପରେ ଆସିବ ସାଧାରଣ ବଜେଟ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ଏଥର କୃଷି ଓ ଶିଳ୍ପ କ୍ଷେତ୍ରକୁ ବେଶୀ ଗୁରୁତ୍ୱ ଦେଇ ପାରନ୍ତି ସରକାର। ବିଶେଷକରି ଚାଷୀଙ୍କୁ ଖୁସି କରିବା ଭଳି କିଛି ଠୋସ୍ ପଦକ୍ଷେପ ସହ ନିଯୁକ୍ତି ସୁଯୋଗ ବୃଦ୍ଧି ଲାଗି ଶିଳ୍ପ କ୍ଷେତ୍ରକୁ ମଧ୍ୟ ସଶକ୍ତ କରିବାକୁ ସରକାର ଯୋଜନା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଅର୍ଥମନ୍ତ୍ରୀ ଅରୁଣ […]

what expect in general budgect

what expect in general budgect

Rakesh Mallick
  • Published: Tuesday, 30 January 2018
  • Updated: 30 January 2018, 09:44 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ଦିନକ ପରେ ଆସିବ ସାଧାରଣ ବଜେଟ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ଏଥର କୃଷି ଓ ଶିଳ୍ପ କ୍ଷେତ୍ରକୁ ବେଶୀ ଗୁରୁତ୍ୱ ଦେଇ ପାରନ୍ତି ସରକାର। ବିଶେଷକରି ଚାଷୀଙ୍କୁ ଖୁସି କରିବା ଭଳି କିଛି ଠୋସ୍ ପଦକ୍ଷେପ ସହ ନିଯୁକ୍ତି ସୁଯୋଗ ବୃଦ୍ଧି ଲାଗି ଶିଳ୍ପ କ୍ଷେତ୍ରକୁ ମଧ୍ୟ ସଶକ୍ତ କରିବାକୁ ସରକାର ଯୋଜନା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ବ୍ରିଫ୍‌କେଶ୍ ଉପରେ ସାରା ଦେଶର ନଜର। ଦେଶର ସବୁଠୁ ବଡ଼ କ୍ଷେତ୍ର କୃଷି ଓ ଶିଳ୍ପ ପାଇଁ ଏଥର ବଜେଟରେ କ’ଣ ରହିବ ଖୁସି ଖବର? ସାଧାରଣ ବଜେଟ ପୂର୍ବରୁ ଏହାକୁ ନେଇ ଦେଶବାସୀଙ୍କ ମନରେ ବଢ଼ୁଛି ଉତ୍କଣ୍ଠା। ଚଳିତ ବଜେଟରେ କୃଷି କ୍ଷେତ୍ରକୁ ଅର୍ଥମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଦେବା ଅନୁମାନ କରାଯାଉଛି। କାରଣ ରାଷ୍ଟ୍ରପତି ନିଜ ଅଭିଭାଷଣରେ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ ସରକାର ଲକ୍ଷ୍ୟ ରଖିଥିବା କହିଥିଲେ। ଏହାକୁ ନଜର ରଖିଲେ ଏଥର ବଜେଟରେ କୃଷି ଋଣ, ଫସଲ ବୀମା ଓ ଜଳସେଚନ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇପାରେ ବୋଲି ଅନୁମାନ  କରାଯାଉଛି। ସେହିଭଳି କୃଷି ଯନ୍ତ୍ରପାତି, ଫସଲର ସହାୟକ ମୂଲ୍ୟ ବୃଦ୍ଧି ଓ ସାର ମୂଲ୍ୟରେ ରିହାତି ନେଇ ମଧ୍ୟ ସରକାର କିଛି  ଠୋସ୍ ପଦକ୍ଷେପ ନେଇପାରନ୍ତି। ଦେଶର ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରୁଥିବାରୁ ନିର୍ବାଚନ ପୂର୍ବରୁ ଶେଷ  ପୂର୍ଣ୍ଣାଙ୍ଗ ବଜେଟରେ ଏହି ବର୍ଗକୁ ଖୁସି କରିବା ସୁଯୋଗକୁ ସରକାର ହାତଛଡ଼ା କରିବେ ନାହିଁ ବୋଲି ଅନୁମାନ କରାଯାଉଛି।

ଗତ କିଛି ବର୍ଷ ଧରି ଶିଳ୍ପ କ୍ଷେତ୍ରରେ ମାନ୍ଦାବସ୍ଥା ଲାଗି ରହିଥିବାରୁ ଏ ଦିଗରେ ବି ଆଭିମୁଖ୍ୟ ବଦଳାଇ ପାରନ୍ତି ସରକାର। ବିଶେଷକରି ଏମ୍‌ଏସ୍‌ଏମ୍‌ଇ ଓ କୃଷିକୁ ସହାୟକ ହେଉଥିବା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ୱ ଦେଇପାରନ୍ତି।  ସେହିଭଳି ଏଥର ଶିଳ୍ପ କ୍ଷେତ୍ରରେ ଟିକସ ପରିମାଣକୁ ୨୫ ପ୍ରତିଶତ କରିବା ନେଇ ମଧ୍ୟ ସମ୍ଭାବନା ରହିଛି। ଅନ୍ୟ ପଟେ ଧିମେଇ ଯାଇଥିବା ରିଅଲ ଇଷ୍ଟେଟ୍ ଓ ପଛୁଆ ପଡ଼ିଥିବା ଆଇଟି କ୍ଷେତ୍ରକୁ ସୁଧାରିବା ଲାଗି ମଧ୍ୟ ବଜେଟର କିଛି ବ୍ୟବସ୍ଥା ରହିବା ନେଇ ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos