କେନ୍ଦ୍ର ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ କ’ଣ କହିଲେ ନବୀନ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରରେ ନେତୃତ୍ୱାଧୀନ ବିଜେପି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ଆନ୍ଧ୍ରପ୍ରଦେଶର ୱାଇଏସ୍‌ଆର୍‌ କଂଗ୍ରେସ ଓ ଟିଡିପି। ସେମାନଙ୍କୁ ସମର୍ଥନ କରିଛନ୍ତି ଅଧିକାଂଶ ବିରୋଧୀ ଦଳ। କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ବାମଦଳଙ୍କ ସହ ଆଉ କିଛି ଦଳ ମଧ୍ୟ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ତେବେ ଏଭଳି ସ୍ଥିତିରେ ବିଜେଡିର ଆଭିମୁଖ୍ୟ ନେଇ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି-“ୟୁପିଏ ହେଉ ବା ଏନ୍‌ଡିଏ, ସମସ୍ତେ ଓଡ଼ିଶାକୁ ଅବହେଳା କରିଛନ୍ତି। ଓଡ଼ିଶାର […]

nvn

nvn

Rakesh Mallick
  • Published: Monday, 19 March 2018
  • Updated: 19 March 2018, 08:15 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରରେ ନେତୃତ୍ୱାଧୀନ ବିଜେପି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ଆନ୍ଧ୍ରପ୍ରଦେଶର ୱାଇଏସ୍‌ଆର୍‌ କଂଗ୍ରେସ ଓ ଟିଡିପି। ସେମାନଙ୍କୁ ସମର୍ଥନ କରିଛନ୍ତି ଅଧିକାଂଶ ବିରୋଧୀ ଦଳ। କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ବାମଦଳଙ୍କ ସହ ଆଉ କିଛି ଦଳ ମଧ୍ୟ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ତେବେ ଏଭଳି ସ୍ଥିତିରେ ବିଜେଡିର ଆଭିମୁଖ୍ୟ ନେଇ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି-“ୟୁପିଏ ହେଉ ବା ଏନ୍‌ଡିଏ, ସମସ୍ତେ ଓଡ଼ିଶାକୁ ଅବହେଳା କରିଛନ୍ତି। ଓଡ଼ିଶାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ଅଣଦେଖା କରିଛନ୍ତି। ଯାହାକୁ ଆମେ ଲୋକସଭାରେ ଉଠାଇବୁ।”

ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟ ଓ ଅନ୍ୟାନ୍ୟ ଦାବିରେ ଆଜି ଲୋକସଭାରେ ସାଂସଦମାନେ ହଟ୍ଟଗୋଳ କରିଥିଲେ। ଶାନ୍ତ ରହିବାକୁ ବାରମ୍ବାର ଅନୁରୋଧ କରୁଛନ୍ତି ବାଚସ୍ପତି ସୁମିତ୍ରା ମହାଜନ। ହେଲେ ତାଙ୍କ କଥାକୁ ଆଦୌ ଶୁଣୁନଥିଲେ ବିରୋଧୀ ସାଂସଦ। ଫଳରେ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ୍ ଉପରେ ଆଲୋଚନା ହେବା ପୂର୍ବରୁ ମୁଲତବୀ ହୋଇଗଲା ଗୃହ। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ୱାଇଏସ୍‌ଆର୍‌ କଂଗ୍ରେସ ଓ ଟିଡିପି ସଦସ୍ୟଙ୍କ ହଟ୍ଟଗୋଳ ସାଙ୍ଗକୁ କାବେରୀ ଜଳ ବିବାଦ ପ୍ରସଙ୍ଗରେ ଏଆଇଏଡିଏମ୍‌କେ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ହଟ୍ଟଗୋଳ ଚାଲିଥିବା ଭିତରେ ଗୃହମନ୍ତ୍ରୀ ରାଜନାଥ ସିଂ ଅନାସ୍ଥା ପ୍ରସ୍ତାବ ସହ ବିରୋଧୀଙ୍କ ଅନ୍ୟ ସମସ୍ତ ଦାବି ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା କହିବା ସତ୍ତ୍ୱେ ମଧ୍ୟ ସ୍ଥିତି ଶାନ୍ତ ପଡିନଥିଲା। ଫଳରେ ଗୃହକୁ କାଲି ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି। ରାଜ୍ୟସଭାରେ ମଧ୍ୟ ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ।

ଏନ୍‌ଡିଏ ମେଣ୍ଟ ନିକଟରେ ଆବଶ୍ୟକତାଠାରୁ ଢେର ଅଧିକ ସାଂସଦଙ୍କ ସମର୍ଥନ ରହିଛି। ତେବେ ଅନାସ୍ଥା ନୋଟିସ୍ ଗୃହୀତ ହେଲେ  ବିରୋଧୀ ଗୋଷ୍ଠୀଙ୍କ ଶକ୍ତି ଦେଖିବାକୁ ମିଳିବ ବୋଲି କୁହାଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos