କଟକରେ କ'ଣ କହିବେ ମୋଦି?

ଭୁବନେଶ୍ୱର (ଦେବଦତ୍ତ ରଥ): ଶନିବାର (ମେ ୨୬) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। କଟକର କିଲ୍ଲା ପଡ଼ିଆରେ ତାଙ୍କ ସରକାରର ୪ ବର୍ଷ ପୂରଣର ଉପଲବ୍ଧି ଗୁଡ଼ିକ ଦେଶବାସୀଙ୍କ ଆଗରେ ରଖିବେ। ମୋଦି ଓଡ଼ିଶା ଆସୁଥିବାରୁ ରାଜ୍ୟ ବିଜେପିରେ ଏବେ ପ୍ରବଳ ଉତ୍ସାହ। ଏହା ସ୍ୱଭାବିକ କଥା। ମୋଦିଙ୍କ ଗସ୍ତକୁ ନେଇ ବିଜେପି ଯେତିକି ଉତ୍ସାହିତ, ବିଜେଡି ସେତିକି ଭୟଭୀତ। ଏବେ ସମସ୍ତଙ୍କ ନଜର, ମୋଦି ତାଙ୍କ ଭାଷଣରେ କ’ଣ କହିବେ। କେବଳ ନିଜ ୪ […]

katak

katak

Ordigital Desk
  • Published: Friday, 25 May 2018
  • Updated: 25 May 2018, 10:18 PM IST

Sports

Latest News

ଭୁବନେଶ୍ୱର (ଦେବଦତ୍ତ ରଥ): ଶନିବାର (ମେ ୨୬) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। କଟକର କିଲ୍ଲା ପଡ଼ିଆରେ ତାଙ୍କ ସରକାରର ୪ ବର୍ଷ ପୂରଣର ଉପଲବ୍ଧି ଗୁଡ଼ିକ ଦେଶବାସୀଙ୍କ ଆଗରେ ରଖିବେ। ମୋଦି ଓଡ଼ିଶା ଆସୁଥିବାରୁ ରାଜ୍ୟ ବିଜେପିରେ ଏବେ ପ୍ରବଳ ଉତ୍ସାହ। ଏହା ସ୍ୱଭାବିକ କଥା।

ମୋଦିଙ୍କ ଗସ୍ତକୁ ନେଇ ବିଜେପି ଯେତିକି ଉତ୍ସାହିତ, ବିଜେଡି ସେତିକି ଭୟଭୀତ। ଏବେ ସମସ୍ତଙ୍କ ନଜର, ମୋଦି ତାଙ୍କ ଭାଷଣରେ କ’ଣ କହିବେ। କେବଳ ନିଜ ୪ ବର୍ଷର ସଫଳତା କଥା କହିବେ, ନା ଓଡ଼ିଶାରେ ରାଜନୈତିକ ପାଣିପାଗ ସଂପର୍କରେ କିଛି କହିବେ। ଏବେ ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡି, ବିଜେପିକୁ ଟାର୍ଗେଟ କରିଛି। ତେଣୁ ମୋଦି ଏହାର କାଉଣ୍ଟର ବାଣ ଧରି ଆସିବେ ନା ଚୁପ୍ ରହିବେ?

ରାଜନୈତିକ ପଣ୍ଡିତଙ୍କ କହିବା କଥା ହେଲା, ମୋଦି କେବେହେଲେ ନବୀନଙ୍କୁ କିଛି ଆକ୍ଷେପ କରିବା କେହି ଶୁଣିନାହିଁ। ବରଂ ନବୀନ କେତେବେଳେ କେମିତି ବଙ୍କେଇ ତେଢ଼େଇ ବିଜେପି ସରକାରକୁ କିଛି କହିଛନ୍ତି। ବିଭିନ୍ନ ସମୟରେ ଓଡ଼ିଶା ଆସୁଥିବା କିଛି କେନ୍ଦ୍ରମନ୍ତ୍ରୀ, ନବୀନଙ୍କୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି। ଯଦି ମୋଦି କେବଳ କଂଗ୍ରେସକୁ ଟାର୍ଗେଟ୍ କରନ୍ତି, ତେବେ ଏହାର ପ୍ରଭାବ ଓଡ଼ିଶାରେ କିଛି ପଡ଼ିବନି। କାରଣ ଓଡ଼ିଶାରେ କଂଗ୍ରେସ ତା ସ୍ଥିତି ହରାଇଛି। ତେଣୁ ରାଜ୍ୟ ବିଜେପି ନେତାଏ ଅନେଇ ବସିଛନ୍ତି ମୋଦିଙ୍କ ଶ୍ରୀମୁଖରୁ ନବୀନଙ୍କ ବିରୋଧରେ କିଛି ଶୁଣିବେ।

ହେଲେ ଏହା କେତେଦୂର ସମ୍ଭବ ହେବ ତାହା ଶନିବାର ଜଣାପଡ଼ିବ। ବରଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କେତେବେଳେ ନବୀନ ସରକାରକୁ ସମୁଦ୍ରରେ ଫିଙ୍ଗିଦେବାକୁ ଆହ୍ୱାନ ଦେଇଛନ୍ତି ତ କେତେବେଳେ ପୋଡ଼ା ଟ୍ରାନ୍ସଫର୍ମର ବୋଲି ଆଖ୍ୟା ଦେଇଛନ୍ତି। କିନ୍ତୁ ମୋଦି ସେମିତି କଡା ଭାଷା ବ୍ୟବହାର କରିନାହାଁନ୍ତି।

ଅନ୍ୟ ରାଜ୍ୟରେ ବିରୋଧୀ ଦଳଗୁଡ଼ିକ ମୋଦିଙ୍କୁ ପ୍ରତି କଥାରେ ବିରୋଧ କରୁଥିବା ବେଳେ, ନୋଟ ବନ୍ଦୀ ପରି କେତେକ ପ୍ରସଙ୍ଗରେ ବିଜେଡି ଟିକେ ନରମ ଜଣାପଡୁଥିଲା। ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ବିଜେଡି ବିଜେପିକୁ ସମର୍ଥନ ଦେଇ ସାରିଛି। ତେବେ ଏହା ଭିତରେ ପୁଣି ଆଉଏକ ବଡ଼ ଘଟଣା ଘଟିଛି କର୍ଣ୍ଣାଟକରେ। ବିଜେପି-ବିରୋଧୀ ଦଳ ଗୁଡ଼ିକ ସେଠି ଏକାଠି ହୋଇଥିଲେ ବି ବିଜେଡି କିନ୍ତୁ ସେଠାକୁ ଯାଇନି। ନବୀନ ପଟ୍ଟନାୟକ ଉଭୟ ବିଜେପି ଓ କଂଗ୍ରେସଠାରୁ ସମାନ ଦୂରତାରେ ରହୁଥିବାରୁ କର୍ଣ୍ଣାଟକ ମେଣ୍ଟରେ ବିଜେଡି ସାମିଲ୍ ହେଲାନାହିଁ ବୋଲି କୁହାଯାଇ ପାରେ।

ଓଡ଼ିଶାରେ ବିଜେପିର ସ୍ଥିତି କିଛି ନାହିଁ। ରାଜ୍ୟ ବିଜେପି ନେତାଏ କେବଳ ବାହାସ୍ଫୋଟ ମାରୁଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ତେଣୁ ଏସବୁକୁ ଦେଖି ମୋଦି ବିଜେଡି ଓ ନବୀନଙ୍କ ପ୍ରତି କେଉଁ ପ୍ରକାର ଆଭିମୁଖ୍ୟ ରଖୁଛନ୍ତି ତାହା ୨୬ ତାରିଖରେ ହିଁ ଜଣାପଡ଼ିବ। ଯଦି ମୋଦି କେବଳ ନିଜ ୪ ବର୍ଷର ସଫଳତା କଥା କହି ଚାଲି ଯାଆନ୍ତି, ନବୀନଙ୍କୁ ଆଦୌ ଟାର୍ଗେଟ ନ କରନ୍ତି, ତେବେ ଏହା ରାଜ୍ୟ ବିଜେପି ପାଇଁ ଟିକେ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story