ରିୟାଙ୍କ ଓଡ଼ିଶା ଲିଙ୍କ ନେଇ ଏମିତି କହିଲେ ଡିଜିପି ଅଭୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲିଉଡ ଅଭିନେତା ସୁଶାନ୍ତ ସିଂହଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଓଡ଼ିଶା ଲିଙ୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ରିୟା ଡ୍ରଗ୍ସ କାରବାର ସମ୍ପର୍କରେ କଥା ହେବା ବେଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର କଥା ଉଠାଇଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏବେ ଏହା ଉପରେ ମୁହଁ ଖୋଲିଛନ୍ତି ଓଡ଼ିଶା ଡିଜିପି ଅଭୟ। ଆଜି ଅଭୟଙ୍କୁ ରିୟାଙ୍କ ଭୁବନେଶ୍ୱର ଲିଙ୍କ ଉପରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତର ଦେଇ ସେ କହିଛନ୍ତି, ରିୟାଙ୍କ […]

c

c

Hemant Lenka
  • Published: Thursday, 27 August 2020
  • Updated: 27 August 2020, 04:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲିଉଡ ଅଭିନେତା ସୁଶାନ୍ତ ସିଂହଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଓଡ଼ିଶା ଲିଙ୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ରିୟା ଡ୍ରଗ୍ସ କାରବାର ସମ୍ପର୍କରେ କଥା ହେବା ବେଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର କଥା ଉଠାଇଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏବେ ଏହା ଉପରେ ମୁହଁ ଖୋଲିଛନ୍ତି ଓଡ଼ିଶା ଡିଜିପି ଅଭୟ।

ଆଜି ଅଭୟଙ୍କୁ ରିୟାଙ୍କ ଭୁବନେଶ୍ୱର ଲିଙ୍କ ଉପରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତର ଦେଇ ସେ କହିଛନ୍ତି, ରିୟାଙ୍କ ଓଡ଼ିଶା ଲିଙ୍କ ନେଇ କିଛି ବି ଏଯାଏ ସ୍ପଷ୍ଟ ହୋଇନି। ଡ୍ରଗ୍ସ କାରବାର ସମ୍ପର୍କରେ ଅଭିଯୋଗ ଆସିବା ପରେ ତଦନ୍ତକାରୀ ସଂସ୍ଥା ଏହାର ଖୋଳତାଡ଼ କରୁଛି। ସେମାନେ ଯଦି ଓଡ଼ିଶା ପୁଲିସ୍‌ର ସହଯୋଗ ମାଗିବେ, ତା’ହେଲେ ଆମେ ସହଯୋଗ କରିବାକୁ ପ୍ରସ୍ତୁତ ରହିଛୁ ବୋଲି ସେ କହିଛନ୍ତି।


ଗତକାଲି ଟାଇମ୍ସ ନାଓର ରିପୋର୍ଟ ଅନୁଯାୟୀ ରିୟା-ସିମୋନ୍ ଖମ୍ବାଟାଙ୍କ ସହ ୧୬ ମାର୍ଚ୍ଚ ୨୦୨୦ରେ ହ୍ୱାଟସଆପରେ ଚାଟ୍ କରିଥିଲେ। ଯେଉଁଥିରେ ରିୟା ପଚାରିଛନ୍ତି, ଚିମ୍ ୟୁ ବ୍ୟାକ୍ ? ଯାହାପରେ ସିମୋନ୍ ତାଙ୍କୁ ଏକ ଅଡିଓ ଫାଇଲ୍ ପଠାଇଛନ୍ତି। ଏହାର ଜବାବ ଦେଇ ରିୟା କହିଛନ୍ତି ଏବେ ଘଟଣା ଭୁବନେଶ୍ୱରରେ। ଆଉ ସିମୋନ୍ ପଚାରିଛନ୍ତି ତୁମେ ଭୁବନେଶ୍ୱରରେ କି ? ଏହାର ଜବାବରେ ରିୟା ହଁ ବୋଲି କହିଥିଲେ।

ସିମୋନଙ୍କ ସହ ଡ୍ରଗ୍ସ ଲିଙ୍କ୍ ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା। ଆଉ ଏବେ ଭୁବନେଶ୍ୱରକୁ ନେଇ ରିୟାଙ୍କ ଚାଟ ସନ୍ଦେହକୁ ଆହୁରି ବଢ଼ାଇଛି। ତେବେ ଭୁବନେଶ୍ୱର ଲିଙ୍କ୍ ସମ୍ପର୍କରେ ସିବିଆଇ, ଇଡି କିମ୍ବା ଏବେ ଡ୍ରଗ୍ସ ଲିଙ୍କର ତଦନ୍ତ କରୁଥିବା ନାର୍କୋଟେକ୍ସ ବ୍ୟୁରୋ ପକ୍ଷରୁ ସ୍ପଷ୍ଟ କରାଯାଇନି। ସେହିପରି ଏହି ଖବର ସମ୍ପର୍କରେ କେବଳ ଟାଇମ୍ସ ନାଓ ପ୍ରକାଶ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos