ବିଜେପୁର ଉପ-ନିର୍ବାଚନରେ କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡ଼ିବା ପରେ ସେଠାରେ ହେବ ଉପନିର୍ବାଚନ। ଏଥିପାଇଁ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। ବିଜେଡି ଓ ବିଜେପିରେ ଏକାଧିକ ଆଶାୟୀ ଥିବାବେଳେ ଦଳ କାହାକୁ ଯୋଗ୍ୟ ଭାବେ ବାଛୁଛି, ତାକୁ ନେଇ ସସ୍ପେନ୍ସ ବଢୁଥିବାବେଳେ କଂଗ୍ରେସ ସେହି ପୁରୁଣା ମୁହଁକୁ ସୁଯୋଗ ଦେବ ନା ନୂଆ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବ ତାକୁ ନେଇ ବଢିଛି […]

c-88

c-88

Tapaswini Nayak
  • Published: Tuesday, 04 June 2019
  • Updated: 04 June 2019, 07:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡ଼ିବା ପରେ ସେଠାରେ ହେବ ଉପନିର୍ବାଚନ। ଏଥିପାଇଁ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। ବିଜେଡି ଓ ବିଜେପିରେ ଏକାଧିକ ଆଶାୟୀ ଥିବାବେଳେ ଦଳ କାହାକୁ ଯୋଗ୍ୟ ଭାବେ ବାଛୁଛି, ତାକୁ ନେଇ ସସ୍ପେନ୍ସ ବଢୁଥିବାବେଳେ କଂଗ୍ରେସ ସେହି ପୁରୁଣା ମୁହଁକୁ ସୁଯୋଗ ଦେବ ନା ନୂଆ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବ ତାକୁ ନେଇ ବଢିଛି ଉତ୍କଣ୍ଠା।

ନବୀନ ବିଜେପୁର ଆସନ ଛାଡ଼ିବା ପରେ ଏବେ ଚର୍ଚ୍ଚା ଉପନିର୍ବାଚନରେ କିଏ ହେବେ ବିଜେଡି ପ୍ରାର୍ଥୀ? ବିଜେପୁରର ବିକାଶ ପାଇଁ ସଙ୍କଳ୍ପବଦ୍ଧ ବୋଲି କହିଥିବା ନବୀନ କାହାକୁ ଭରସା କରି ମଇଦାନକୁ ଛାଡ଼ିବେ? ଚର୍ଚ୍ଚା ଓ ଆଲୋଚନା ଭିତରେ ରେସ୍‌ରେ କିନ୍ତୁ ସବୁଠୁ ଆଗରେ ଅଛନ୍ତି ୨୦୧୮ ଉପନିର୍ବାଚନ ଜିତିଥିବା ସ୍ୱର୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ । ଯେହେତୁ ରୀତା ଏହି ଆସନରେ ମାତ୍ର ବର୍ଷେ ବିଧାୟିକା ଭାବେ କାମ କରିଛନ୍ତି, ତେଣୁ ତାଙ୍କୁ ଆଉ ଥରେ ସୁଯୋଗ ଦେଇପାରନ୍ତି ନବୀନ । ରୀତା ବି ସ୍ୱାମୀଙ୍କ ଅଧୁରା ସପ୍ନକୁ ପୂରଣ କରିବାର ଆଶା ରଖି ପୁଣି ଥରେ ପ୍ରାର୍ଥୀ ହେବାକୁ ଇଛା ପ୍ରକାଶ କରିଛନ୍ତି । ସେପଟେ ବିଜେପି ଛାଡ଼ି ବିଜେଡିରେ ମିଶିଥିବା ସୁବାସ ଚୌହାନ ବି ଆଶାୟୀ ଥିବା କହିଥିବା ବେଳେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁକୁ ନେଇ ବି ହେଲାଣି ଚର୍ଚ୍ଚା। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ନବୀନ। ଏମାନଙ୍କ ଭିତରୁ କାହାକୁ ପ୍ରାର୍ଥୀ କରିବେ ନା ଅନ୍ୟ କୌଣସି ନୂଆ ମୁହଁକୁ ସୁଯୋଗ ଦେବେ, ତାକୁ ଅପେକ୍ଷା।

ବିଜେଡି ଯାହାକୁ ବି ପ୍ରାର୍ଥୀ କରୁ, ଦମଦାର ଟକ୍କର ଦେବାକୁ କିନ୍ତୁ ତୟାର ହେଉଛି ବିଜେପି। ଯଦିଓ ଏ ଦଳରେ ବି ଆଶାୟୀଙ୍କ ସଂଖ୍ୟା କମ୍ ନାହିଁ, ତଥାପି ଟିକେଟ୍ ଦୌଡ଼ରେ ନୂଆ ନୂଆ ନାଁ ବି ଚର୍ଚ୍ଚାକୁ ଆସୁଛି।

୨୦୧୮ ଉପନିର୍ବାଚନ ବେଳେ ପ୍ରତିଦ୍ୱନ୍ଦିତା କରିଥିବା ଅଶୋକ ପାଣିଗ୍ରାହୀ ଓ ଗତ ନିର୍ବାଚନରେ ନବୀନଙ୍କ ସହ ଲଢ଼ି ୫୩ ହଜାରରୁ ଅଧିକ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବା ସନତ ଗଡ଼ତିଆଙ୍କ ନାଁକୁ ନେଇ ଚର୍ଚ୍ଚା ଅଧିକ ହେଉଥିବା ବେଳେ, ଏ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗାଇସିଲଟ ବ୍ଲକରେ ନିଜ ଘର ହୋଇଥିବାରୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବି ଲଢିବାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ସେପଟେ ବିଜେପୁର ଉପନିର୍ବାଚନ ଲଢ଼େଇରେ କଂଗ୍ରେସରୁ କିଏ ? ୨୦୧୮ ବାଇଇଲେକ୍ସନ ବେଳେ ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁ ଦଳ ଛାଡ଼ିଦେବା ପରେ ଏବେ ରେସ୍‌ରେ ସବୁଠୁ ଆଗରେ ଅଛନ୍ତି ରିପୁନାଥ ସେଠ୍। କାରଣ ଗତ ବିଧାନସଭା ନିର୍ବାଚନରେ ଖୋଦ୍ ମୁଖ୍ୟମନ୍ତ୍ରୀ ଲଢିଥିବା ସତ୍ତ୍ୱେ ରିପୁନାଥ ପାଇଥିଲେ ୧୪ ହଜାରରୁ ଅଧିକ ଭୋଟ୍। ତେଣୁ ସେ ଆଉ ଥରେ ପ୍ରାର୍ଥୀ ହେଊଛନ୍ତି ନା କଂଗ୍ରେସ ଆଉ କାହାକୁ ଛିଡ଼ା କରୁଛି, ତାକୁ ନେଇ ଚର୍ଚ୍ଚା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos