୪ ଦିନ ପରେ ଟାପୁରୁ ଉଦ୍ଧାର ହେଲେ ଗୋଟିଏ ପରିବାର

ଆଳି (ବନମାଳି ସାହୁ): ୪ ଦିନ ଧରି ଭୋକ ଉପାସରେ ଟାପୁରେ ପଡ଼ି ରହିଲେ। ଶେଷରେ ଏହି ଅସହାୟ ପରିବାର ପାଇଁ ଦେବଦୂତ ସାଜିଛନ୍ତି ଅଗ୍ନିଶମ କର୍ମଚାରୀ। ୫ ଜଣ ସଦସ୍ୟଙ୍କୁ ନିରାପଦ ଭାବେ ସେଠାରୁ ଉଦ୍ଧାର କରିଛନ୍ତି। ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ କଇଥାପାଳ ଟାପୁରେ। ଏମାନଙ୍କ ମଧ୍ୟରେ ତିନି ଜଣ ଶିଶୁ ଓ ଦୁଇ ଜଣ ମହିଳା ରହିଛନ୍ତି। ଖରସ୍ରୋତା ନଦୀରେ ହଠାତ୍ ବନ୍ୟା ଆସିବାରୁ କଇଥାପାଳ ଟାପୁରେ ଗୋଟିଏ […]

Tapu

Tapu

Tapaswini Nayak
  • Published: Sunday, 30 August 2020
  • Updated: 30 August 2020, 08:06 PM IST

Sports

Latest News

ଆଳି (ବନମାଳି ସାହୁ): ୪ ଦିନ ଧରି ଭୋକ ଉପାସରେ ଟାପୁରେ ପଡ଼ି ରହିଲେ। ଶେଷରେ ଏହି ଅସହାୟ ପରିବାର ପାଇଁ ଦେବଦୂତ ସାଜିଛନ୍ତି ଅଗ୍ନିଶମ କର୍ମଚାରୀ। ୫ ଜଣ ସଦସ୍ୟଙ୍କୁ ନିରାପଦ ଭାବେ ସେଠାରୁ ଉଦ୍ଧାର କରିଛନ୍ତି। ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ କଇଥାପାଳ ଟାପୁରେ। ଏମାନଙ୍କ ମଧ୍ୟରେ ତିନି ଜଣ ଶିଶୁ ଓ ଦୁଇ ଜଣ ମହିଳା ରହିଛନ୍ତି।

ଖରସ୍ରୋତା ନଦୀରେ ହଠାତ୍ ବନ୍ୟା ଆସିବାରୁ କଇଥାପାଳ ଟାପୁରେ ଗୋଟିଏ ପରିବାର ଚାରି ଦିନ ହେବ ଫସି ରହିଥିଲେ। ଯାହା ଖାଇବା ଥିଲା ସବୁ ସରିଯିବାପରେ ସେମାନେ ସେଠାରେ ଭୋକ ଉପାସରେ ଦିନ କାଟୁଥିଲେ। କୂଳକୁ ଆସିବାକୁ ତାଙ୍କ ପାଖରେ କୌଣସି ବାଟ ନଥିଲା।

ଏ ସମ୍ପର୍କରେ ଗ୍ରାମବାସୀମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇବା ପରେ ଦେଵଦୂତ ସାଜିଥିଲେ ଅଗ୍ନିଶମ କର୍ମଚାରୀ। ସେମାନେ କାଇଥାପାଳ ଗାଁରେ ପହଞ୍ଚି ପାଣି ଘେରରେ ଥିବା ଏକ ପରିବାରକୁ ଗତକାଲି ଉଦ୍ଧାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos