କାହିଁକି ବାରମ୍ବାର ସଫେଇ ଦେଉଛି ବିଜେଡି

ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରାଯିବ ବୋଲି  ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ପରଠୁ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ଆଗାମୀ ସାଧାରଣ ନିର୍ବାଚନ ପାଇଁ ଗତ କିଛିମାସ ଧରି ଅଙ୍କ କଷୁଥିବା ବିଜେଡି ନିଜ ସୁପ୍ରିମୋଙ୍କ ମୁହଁରୁ ବାହାରିଥିବା ଏହି ପଦୁଟିଏ କଥାକୁ ନେଇ ଏବେ ବ୍ୟାକଫୁଟରେ। ଯେଉଁଥିପାଇଁ ବିଜେଡି ଏହା ଉପରେ ତାଳିପକା ଉଦ୍ୟମ କରୁଛି ଓ ଗତ ୩ଦିନ ମଧ୍ୟରେ ୩ଥର […]

n8

n8

Ordigital Desk
  • Published: Saturday, 11 August 2018
  • Updated: 11 August 2018, 09:36 PM IST

Sports

Latest News

ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରାଯିବ ବୋଲି  ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ପରଠୁ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ଆଗାମୀ ସାଧାରଣ ନିର୍ବାଚନ ପାଇଁ ଗତ କିଛିମାସ ଧରି ଅଙ୍କ କଷୁଥିବା ବିଜେଡି ନିଜ ସୁପ୍ରିମୋଙ୍କ ମୁହଁରୁ ବାହାରିଥିବା ଏହି ପଦୁଟିଏ କଥାକୁ ନେଇ ଏବେ ବ୍ୟାକଫୁଟରେ।
ଯେଉଁଥିପାଇଁ ବିଜେଡି ଏହା ଉପରେ ତାଳିପକା ଉଦ୍ୟମ କରୁଛି ଓ ଗତ ୩ଦିନ ମଧ୍ୟରେ ୩ଥର ସ୍ପଷ୍ଟୀକରଣ ଦେଇସାରିଛି। ଆଜି ପୁଣି ଦଳ ଏହି ପ୍ରସଙ୍ଗରେ ଲିଖିତ ସ୍ପଷ୍ଟୀକରଣ ଦେଇଛି।  ତେବେ ପ୍ରଶ୍ନ ଉଠୁଛି, ବିଜେଡି କାହଁକି ଏଭଳି ବାରମ୍ବାର ସଫେଇ ଦେଉଛି।
ଆଜି ଦଳର ମୁଖପାତ୍ର ସସ୍ମିତ ପାତ୍ର ଏକ ଲିଖିତ ପ୍ରେସ୍ ରିଲିଜରେ କହିଛନ୍ତି ଯେ, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି କେଉଁ ପରସ୍ଥିତିରେ ଜେଡିୟୁ ପ୍ରାର୍ଥୀଙ୍କୁ ସମର୍ଥନ ଦେଲେ, ତାହା ସ୍ପଷ୍ଟ ଭାବେ ଦଳ ପକ୍ଷରୁ ଗଣମାଧ୍ୟମ ଓ ରାଜ୍ୟର ଲୋକଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଛି। ବିଜେପି ଏବଂ କଂଗ୍ରେସ ଠାରୁ ବିଜେଡି ପୂର୍ବରୁ ରକ୍ଷା କରିଆସୁଥିବା ସମଦୂରତା ଏବେ ଅଛି ଏବଂ ଆଗକୁ ମଧ୍ୟ ଜାରି ରହିବ। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିର ସମର୍ଥନ କେବଳ ଜେଡିୟୁକୁ ଥିଲା, ଅନ୍ୟ କୌଣସି ରାଜନୈତିକ ଦଳକୁ ନୁହେଁ। ଏହାପରେ ଯଦି ବିରୋଧୀ ଦଳ ନେତାମାନେ ବୁଝି ଅବୁଝା ହେଉଛନ୍ତି, ତେବେ ଆମର କିଛି କହିବାର ନାହିଁ ବୋଲି ସେ କହିଛନ୍ତି।
ଅପରପକ୍ଷରେ ରାଜନୀତିକ ବିଶ୍ଲେଷକଙ୍କ ମତରେ ଦୀର୍ଘ ୯ବର୍ଷ ଧରି ସମଦୂରତ୍ୱ ନୀତି କଥା କହି ସୁବିଧାବାଦୀ ରାଜନୀତିକୁ ଆପଣାଇ ଉଭୟ ୟୁପିଏ ଓ ଏନଡିଏ ସରକାରର ନିକଟତର ହୋଇପାରିଥିବା ବିଜେଡି ନିଜର ଅସଲ ଚେହେରା ପଦାରେ ପଡ଼ିଯାଇ ଥିବାରୁ ଆଶଙ୍କିତ ହୋଇପଡ଼ିଛି।
ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ପ୍ରସଙ୍ଗରେ  ରାଜ୍ୟ କଂଗ୍ରେସର କଡ଼ା ସମାଲୋଚନା ଓ ଦଳର ତୃଣମୂଳସ୍ତରର ନେତାଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷକୁ ପ୍ରଶମିତ କରିବାକୁ ବିଜେଡି ଏବେ ବାରମ୍ବାର ସଫେଇ ଦେଉଛି। ଦଳର ମୁଖପାତ୍ର ସସ୍ମିତ ପାତ୍ରଙ୍କ ୨ଥର ସାମ୍ବାଦିକ ସମ୍ମିଳନୀ,  ଦଳର ସମ୍ପାଦକ ବିଜୟ ନାୟକଙ୍କ ଗୋଟିଏ ପ୍ରେସ୍ ରିଲିଜ୍, ଦଳର ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ  ଏବଂ ରାଜ୍ୟସଭାରେ ଦଳର ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଗଣମାଧ୍ୟମକୁ ବୟାନ ହିଁ ବିଜେଡିର ତାଳିପକା ଉଦ୍ୟମ ବୋଲି କୁହାଯାଉଛି । ବିଜେଡି ଯେଉଁ ପ୍ରସଙ୍ଗକୁ ଆଧାର କରି ସମର୍ଥନ ଦେବା ସପକ୍ଷରେ ଯୁକ୍ତି ବାଢ଼ୁଛି ତାହା ଦଳର ଦୋମୁହାଁ ନୀତିକୁ ପଦାରେ ପକାଇଛି। ଅନୁରୂପ ସ୍ଥିତି ମଧ୍ୟ ରାଜ୍ୟ ବିଜେପି ନେତାମାନଙ୍କର।
ଜାଣନ୍ତୁ ବିଜେଡିର ଯୁକ୍ତି ଓ ତା’ର ଯଥାର୍ଥତା
ବିଜେଡିର ଯୁକ୍ତି : ରାଜ୍ୟସଭା ଉପାଧ୍ୟକ୍ଷ ପଦ ଏକ ସାମ୍ବିଧାନିକ ପଦ ହୋଇଥିବାରୁ ସର୍ବସମ୍ମତିକ୍ରମେ ଏବଂ ସଂସଦୀୟ ଗଣତନ୍ତ୍ର ପରମ୍ପରା ଅନୁଯାୟୀ ଜଣେ ପ୍ରାର୍ଥୀ ସେହି ପଦ ପାଇଁ ମନୋନୀତ ହେବେ ବୋଲି ବିଜେଡି ଆଶା କରିଥିଲା। ତାହା ନହେବାରୁ ଜେଡିୟୁର ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିଥିଲା।
ଯଥାର୍ଥତା : ଉପରାଷ୍ଟ୍ରପତି ପଦ ମଧ୍ୟ ଏକ ସାମ୍ବିଧାନିକ ପଦବୀ। ଏହି ପଦ ପାଇଁ ମଧ୍ୟ ସର୍ବସମ୍ମତ ନିଷ୍ପତ୍ତି କିମ୍ବା ସଂସଦୀୟ ଗଣତନ୍ତ୍ର ପରମ୍ପରା ଉପରେ ତ ବିଜେଡି ଗୁରୁତ୍ୱ ଦେଇନଥିଲା । ଓଲଟା ସୁବିଧାବାଦୀ ରାଜନୀତିକ କାର୍ଡ ଖେଳି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମେଣ୍ଟ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧିଙ୍କୁ ବିଜେଡି ସମର୍ଥନ ଦେଇଥିଲା। ଯେହେତୁ ପୂର୍ବରୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିଥିଲା, ସେଥିପାଇଁ ୟୁପିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରି ଉଭୟ ଗୋଷ୍ଠୀକୁ ସନ୍ତୁଷ୍ଟ କରିବାକୁ ଚାହିଁଥିଲା।
ବିଜେଡିର ଯୁକ୍ତି : ବିଜେଡି ଓ ଜେଡିୟୁର ଆଦର୍ଶଗତ ଚିନ୍ତାଧାରା ପାଖାପାଖି ସମାନ। ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନ ଦ୍ୱାରା  ଅନୁପ୍ରାଣିତ ହୋଇ ଉଭୟ ଦଳର ଉତ୍ପତ୍ତି। ଜେଡିୟୁ ଓ ବିଜେଡି ସମଭାବାପନ୍ନ ଦଳ ହୋଇଥିବାରୁ ଜେଡିୟୁ ପ୍ରାର୍ଥୀଙ୍କୁ ସମର୍ଥନ କରାଯାଇଛି।
ଯଥାର୍ଥତା : ବିଜେଡି ଓ ଜେଡିୟୁର ଆଦର୍ଶଗତ ଚିନ୍ତାଧାରା କିଭଳି ସମଭାବାପନ୍ନ ତାହା ବୁଝାପଡ଼ୁନି। କାରଣ ଜେଡିୟୁ ପୂର୍ବରୁ କଂଗ୍ରେସ ସହ ମେଣ୍ଟ କରି ସାଧାରଣ ନିର୍ବାଚନ ଲଢ଼ିସାରିଥିବାବେଳେ ଏବେ ଏନଡିଏ ମେଣ୍ଟର ସହଯୋଗୀ ହୋଇଛି। ବିଜେଡି ଏପର୍ଯ୍ୟନ୍ତ ଅଣକଂଗ୍ରେସ ରାଜନୀତି ଉପରେ ଗୁରୁତ୍ୱ ଦେଇ ଆସୁଛି। ବିଜେପି ସହଯୋଗରେ ବିଜେଡି ୧୯୯୭ ମସିହାରେ ଆତ୍ମପ୍ରକାଶ କରିବା ଦିନଠୁ କୌଣସି ଦିନଟିଏ ବି ଦଳ ଜୟପ୍ରକାଶଙ୍କ ଆନ୍ଦୋଳନ ଦ୍ୱାରା ଅନୁପ୍ରାଣିତ ହେବାକଥା କହିନଥିଲା।
ନବୀନଙ୍କ ଏହି ପଦେ କଥା ହିଁ ଏବେ ଉଭୟ ବିଜେଡି ଓ ବିଜେପିର ନୈତିକତା ଉପରେ ପ୍ରଶ୍ନ ଉଠାଇଛି। ୟୁପିଏ ଓ ଏନଡିଏଠୁ ସମଦୂରତ୍ୱ କଥା କହି ଆସୁଥିବା ନବୀନ ପ୍ରଥମଥର ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କଥା କହିଥିଲେ। ତେବେ ଗଣମାଧ୍ୟମରେ ବକ୍ତବ୍ୟ ରଖିବା ବେଳେ ଏନଡିଏ କଥା ଉଠାଇ ସେ ତାଙ୍କ ନିଜ ଖେଳ ନିଜେ ବିଗାଡ଼ିଛନ୍ତି ନା ନୂଆ ଖେଳ ଖେଳିଛନ୍ତି, ତାହା ହିଁ ଦେଖିବାର କଥା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story