ଜନ୍ମଦିନ ପାଳିଲେ: ଅପରାଜିତାଙ୍କ ବେଳକୁ ନାଲିଆଖି, ପ୍ରମିଳା ପାଇଁ ଚୁପ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ନେତ୍ରୀ ତଥା ଶାସକଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ କେକ୍ କାଟି ନିଜର ଜନ୍ମଦିନ ପାଳନ କରିଛନ୍ତି। କୋଭିଡ୍ ଟିକା ଆସିଥିଲେ ମଧ୍ୟ ମୁହଁରେ ମାସ୍କ ପିନ୍ଧି ସତର୍କ ରହିବା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଅପିଲ କରୁଥିଲେ ମଧ୍ୟ ପ୍ରମିଳା ଓ ତାଙ୍କ ଦଳୀୟ ସହଯୋଗୀମାନେ ଏହାକୁ ସାମାନ୍ୟତମ ଖାତିର କରିନାହାନ୍ତି। ଏପରିକି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଜନ୍ମଦିନ ପାଳନ […]

Pramila

Pramila

Hemant Lenka
  • Published: Thursday, 04 March 2021
  • Updated: 04 March 2021, 10:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ନେତ୍ରୀ ତଥା ଶାସକଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ କେକ୍ କାଟି ନିଜର ଜନ୍ମଦିନ ପାଳନ କରିଛନ୍ତି। କୋଭିଡ୍ ଟିକା ଆସିଥିଲେ ମଧ୍ୟ ମୁହଁରେ ମାସ୍କ ପିନ୍ଧି ସତର୍କ ରହିବା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଅପିଲ କରୁଥିଲେ ମଧ୍ୟ ପ୍ରମିଳା ଓ ତାଙ୍କ ଦଳୀୟ ସହଯୋଗୀମାନେ ଏହାକୁ ସାମାନ୍ୟତମ ଖାତିର କରିନାହାନ୍ତି। ଏପରିକି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଜନ୍ମଦିନ ପାଳନ ବେଳେ କୋଭିଡ ଗାଇଡଲାଇନର ବିଭିନ୍ନ ନୀତିନିୟମ କଥା କହି ନାଲିଆଖି ଦେଖାଇଥିବା ବିଏମସି କିନ୍ତୁ ପ୍ରମିଳାଙ୍କ ବେଳକୁ ସମ୍ପୂର୍ଣ୍ଣ ଆଖିବୁଜି ଦେଇଛି।

ସୂଚନା ଅନୁସାରେ, ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ନିଜର ସହଯୋଗୀମାନଙ୍କ ସହ କେକ୍ କାଟି ଜନ୍ମଦିନ ପାଳନ କରିଛନ୍ତି। ପ୍ରମିଳାଙ୍କ ଜନ୍ମଦିନ ପାଳିବା ପାଇଁ ବିଜେଡିର ବହୁ ମହିଳା ନେତ୍ରୀ ଏକଜୁଟ ହୋଇଥିବା ଜଣାପଡ଼ିଛି। ତେବେ ପ୍ରମିଳା ଯେଉଁ କୋଠରୀ ମଧ୍ୟରେ କେକ୍ କାଟୁଥିଲେ ତାହା ବେଶ୍ ଛୋଟ ହୋଇଥିବାବେଳେ କୋଭିଡ୍ ଗାଇଡଲାଇନ ଓ ସାମାଜିକ ଦୂରତ୍ୱକୁ ଖୋଲାଖୋଲି ଉଲ୍ଲଘଂନ କରାଯାଇଥିଲା।

[caption id="attachment_624588" align="alignnone" width="794"] କେକ୍‌ ଦେଉଛନ୍ତି ପ୍ରମିଳା[/caption]

କୌଣସି ଜଣେ ବି ମହିଳା ନେତ୍ରୀଙ୍କ ମୁହଁରେ ମାସ୍କ ନଥିଲା। ଓଲଟା ଫଟୋ ପାଇଁ ପୋଜ୍ ଦେବା ନିମନ୍ତେ କୋଭିଡ କଟକଣାକୁ ଜଳାଞ୍ଜଳି ଦିଆଯାଇଥିଲା। ଯଦିଓ ରାଜଧାନୀ ଭୁବନେଶ୍ୱରରେ କୋଭିଡ୍ ନିୟମକୁ ଏବେ ଭୁବନେଶ୍ୱର ମହାନଗର ନିଗମ କଡ଼ାକଡ଼ି ଭାବେ ପାଳନ କରୁଛି। ବିମାନବନ୍ଦର ଓ ରେଳଷ୍ଟେସନରେ ଥର୍ମାଲ ସ୍କ୍ରିନିଂକୁ ବାଧ୍ୟତାମୂଳକ କରୁଥିବାବେଳେ ବିଜେଡି ନେତ୍ରୀମାନେ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରି ଜନ୍ମଦିନ ପାଳନ କରିବାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର ଜନ୍ମଦିନ ପାଳନ କରିବା କାରଣରୁ ବିଏମସିର ନାଲିଆଖିର ଶିକାର ହୋଇଥିଲେ । କୋଭିଡ୍ ଗାଇଡଲାଇନ ଉଲ୍ଲଘଂନ କରିବା ଅଭିଯୋଗ ଦର୍ଶାଇ ବିଏମସି ତାଙ୍କର କାର୍ଯ୍ୟାଳୟକୁ ସିଲ୍ କରିବାକୁ ପଛାଇ ନଥିଲା । ଅନ୍ୟପକ୍ଷରେ ଏବେ ଭୁବନେଶ୍ୱର ସହରରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବା ଆଶଙ୍କାରେ ବିଏମସି ପକ୍ଷରୁ ନିୟମକୁ କଡ଼ାକଡ଼ି କରାଯାଉଥିବାବେଳେ ବିନା ମାସ୍କ ଓ ସାମାଜିକ ଦୂରତ୍ୱରେ ପ୍ରମିଳାଙ୍କ ଜନ୍ମଦିନ ପାଳନକୁ ନେଇ ଏବେ ଦଳୀୟ ମହଲରେ ଚର୍ଚ୍ଚା ଜୋର ଧରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos