ପୁଲିସ୍‌ ଉପରୁ ତୁଟୁଛି କିଛି ଆସ୍ଥା? ନ୍ୟାୟ ପାଇଁ ଜଣଙ୍କ ପରେ ଜଣେ କରୁଛନ୍ତି ଆତ୍ମାହୂତି

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ପୁଲିସ୍‌ ଠାରୁ ନ୍ୟାୟ ଭିକ୍ଷା କରି ନିରାଶ ହେବାରୁ ପୁଣି ଜୀବନ ହାରିଛନ୍ତି ଆଉ ଜଣେ ଯୁବକ। ଶନିବାର ଗଞ୍ଜାମ ଏସପି ଅଫିସ ଆଗରେ ଦେହରେ ପେଟ୍ରୋଲ ଢାଳି ଗୁରୁତର ହୋଇଥିବା ରମ୍ଭା ଥାନା ବୋରିଗାଁର ଯୁବକ ବାଦଲ ସାହୁଙ୍କର ଆଜି ଭୁବନେଶ୍ୱରରେ ଏକ ହସ୍ପିଟାଲରେ ମୃତ୍ୟୁ ହୋଇଛି। ବାଦଲଙ୍କ ମୃତ୍ୟୁ ପରେ ସାମାଜିକ ବାସନ୍ଦ ପାଇଁ ଗାଁ ଲୋକଙ୍କ ବିରୋଧରେ ଏତଲା ଦେଇଛନ୍ତି ତାଙ୍କ ପରିବାର ଲୋକେ। ତେବେ କେବଳ ବାଦଲ ନୁହନ୍ତି, […]

SP OFFICE

SP OFFICE

Hemant Lenka
  • Published: Sunday, 15 May 2022
  • Updated: 15 May 2022, 08:37 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ପୁଲିସ୍‌ ଠାରୁ ନ୍ୟାୟ ଭିକ୍ଷା କରି ନିରାଶ ହେବାରୁ ପୁଣି ଜୀବନ ହାରିଛନ୍ତି ଆଉ ଜଣେ ଯୁବକ। ଶନିବାର ଗଞ୍ଜାମ ଏସପି ଅଫିସ ଆଗରେ ଦେହରେ ପେଟ୍ରୋଲ ଢାଳି ଗୁରୁତର ହୋଇଥିବା ରମ୍ଭା ଥାନା ବୋରିଗାଁର ଯୁବକ ବାଦଲ ସାହୁଙ୍କର ଆଜି ଭୁବନେଶ୍ୱରରେ ଏକ ହସ୍ପିଟାଲରେ ମୃତ୍ୟୁ ହୋଇଛି।

ବାଦଲଙ୍କ ମୃତ୍ୟୁ ପରେ ସାମାଜିକ ବାସନ୍ଦ ପାଇଁ ଗାଁ ଲୋକଙ୍କ ବିରୋଧରେ ଏତଲା ଦେଇଛନ୍ତି ତାଙ୍କ ପରିବାର ଲୋକେ। ତେବେ କେବଳ ବାଦଲ ନୁହନ୍ତି, ଗଲା ୨ ବର୍ଷରେ ଗଞ୍ଜାମ ଜିଲ୍ଲାରେ ଏମିତି ୩-୩ଟି ଘଟଣା ଘଟିଛି। ନ୍ୟାୟ ପାଇଁ ପୁଲିସ ଉପରେ ଭରସା ଜୁଟାଇ ନପାରି ସାଧାରଣ ଲୋକମାନେ ଏମିତି ଚରମ ପଦକ୍ଷେପ ନେଉଥିବା ଚର୍ଚ୍ଚା ହେଉଛି।

୨୦୨୦ ଜାନୁଆର ୨୦ ବ୍ରହ୍ମପୁର ଗୋଳନ୍ଥରା ଥାନାକୁ ନ୍ୟାୟ ପାଇଁ ଆସି ନିଜକୁ ଜାଳିଦେଇଥିଲେ ସନ୍ତୋଷ ସାମନ୍ତରା। ୨୦୨୦ ଫେବୃଆରୀ ୧୨ ଅନ୍ୟାୟର ପ୍ରତିବାଦ କରି ବ୍ରହ୍ମପୁର ଏସପି ଅଫିସ ପରିସରରେ ନିଜ ଦେହରେ ନିଆଁ ଲଗାଇ ଆଖି ବୁଜିଥିଲେ ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ର। ଏସବୁ ଘଟଣାକୁ ନେଇ ବିବାଦ ଚାଲିଥିବା ବେଳେ ଶନିବାର ଗଞ୍ଜାମ ଏସପି ଅଫିସ ସାମ୍ନାରେ ଦେହରେ ପେଟ୍ରୋଲ ଢାଳି ଆତ୍ମାହୂତି ଉଦ୍ୟମ କରିଥିଲେ ରମ୍ଭା ଥାନା ବୋରିଗାଁର ୨୬ ବର୍ଷୀୟ ଯୁବକ ବାଦଲ ସାହୁ।

ଶେଷରେ ସେ ବି ଆଜି ଆଖି ବୁଜିଛନ୍ତି। ଗଲା ୨ ବର୍ଷ ଭିତରେ ଏମିତି ତିନି-ତିନିଟି ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ପୁଲିସ୍‌ ନ୍ୟାୟ ଦେଉ ନଥିବାରୁ ନିରାଶ ହୋଇ ସମସ୍ତେ ଏପରି ପଦକ୍ଷେପ ନେଉଥିବା ଅଭିଯୋଗ ମଧ୍ୟ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଗ୍ରାମବାସୀଙ୍କ ଦ୍ୱାରା ଏକଘରିକିଆ ହୋଇ ସାମାଜିକ ବାସନ୍ଦର ଶିକାର ହୋଇଥିଲେ ବାଦଲଙ୍କ ପରିବାର। ପୂର୍ବରୁ ଏନେଇ ତାଙ୍କ ପରିବାର ରମ୍ଭା ଥାନାରେ ଅଭିଯୋଗ ବି କରିଥିଲେ। ବାରମ୍ବାର ଥାନାକୁ ଦୌଡି ନିରାଶ ହେବା ପରେ ଗତକାଲି ଏସପି ଅଫିସ ଆଗରେ ବାଦଲ ଜୀବନ ହାରିବାକୁ ଉଦ୍ୟମ କରିଥିଲେ ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।

ବାଦଲ ଏସ୍‌ପିଙ୍କୁ ଭେଟି ନଥିଲେ କି ତାଙ୍କ ସମସ୍ୟା ବିଷୟରେ କହି ନଥିଲେ। ଶନିବାର ସେ ଘରେ କାହାକୁ କିଛି ନ କହି ବାଇକ୍‌ରେ ଛତ୍ରପୁର ଆସିଥିଲେ। ସେଠାରେ ଅପରାହ୍ଣରେ ଏସ୍‌ପି ଅଫିସ୍ ସମ୍ମୁଖ ମୁଖ୍ୟ ରାସ୍ତାରେ ହଠାତ୍ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନିଆଯାଇଥିଲା। ସେଠାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ବିଳମ୍ବିତ ରାତିରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଗାଁର ଏକ ଭୋଜିରେ ବାଦଲ ତାଙ୍କ ପରିବାରର ସଂପତ୍ତି ଭାଗବଣ୍ଟାକୁ ନେଇ ପାଟିତୁଣ୍ଡ କରିଥିଲେ। ଏନେଇ ସେ ଗ୍ରାମବାସୀଙ୍କ କଥା ନଶୁଣିବାରୁ ତାଙ୍କୁ ବାସନ୍ଦ କରାଯାଇଥିଲା। ସେହିଭଳି ରମ୍ଭା ଥାନାରେ ବାଦଲଙ୍କ ନାଁରେ ଏକ ମାମଲା ରହିଥିଲା। ସେ ଜଣେ ବ୍ୟକ୍ତିଙ୍କୁ ଗାଳିଗୁଲଜ କରିବା ନେଇ ଏହି ମାମଲା ରୁଜୁ ହୋଇଥିଲା। ତଦନ୍ତ ପରେ ଆତ୍ମାହୂତି ଘଟଣାର ପ୍ରକୃତ ସାମ୍ନାକୁ ଆସିବ ବୋଲି ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story