ପିତ୍ତଳ ଥାଳିରେ କୋଠ ଭୋଗ ଖାଉଛନ୍ତି ମହାପ୍ରଭୁ , କ୍ଷୁବ୍ଧ ଭକ୍ତ ଓ ଗବେଷକ

ପୁରୀ(ଓଡ଼ିଶା ରିପୋର୍ଟର): ଅମାପ ଧନ ସମ୍ପତ୍ତିର ମାଲିକ ତଥା କୋଟି ଓଡିଆଙ୍କ ପ୍ରାଣ ପ୍ରଭୁ ଜଗନ୍ନାଥଙ୍କୁ ପିତ୍ତଳ ଥାଳିରେ ଲାଗି ହେଉଛି କୋଠ ଭୋଗ। ଏକଥା ଶୁଣି କ୍ଷୁବ୍ଧ ହୋଇଛନ୍ତି ଭକ୍ତ ଓ ଗବେଷକ। ରତ୍ନଭଣ୍ଡାରରେ ସୁନା ଓ ରୁପା ଥାଳି ରହିଥିବା କୁହାଯାଉଥିଲେ ବି କାହିଁକି ସାମାନ୍ୟ ପିତ୍ତଳ ଥାଳିରେ ଦିଆଯାଉଛି ନୈବେଦ୍ୟ ତାକୁ ନେଇ ସୃଷ୍ଟି ହୋଇଛି ଶଙ୍କା ଓ ସନ୍ଦେହ। ରତ୍ନଭଣ୍ଡାରରେ ମହଣ ମହଣ ଧନରତ୍ନ ଥାଇ ସାମାନ୍ୟ ପିତ୍ତଳ ଥାଳିରେ ଚାଲୁଛି […]

4-5

4-5

Tapas Behera
  • Published: Friday, 13 September 2019
  • Updated: 13 September 2019, 09:11 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଅମାପ ଧନ ସମ୍ପତ୍ତିର ମାଲିକ ତଥା କୋଟି ଓଡିଆଙ୍କ ପ୍ରାଣ ପ୍ରଭୁ ଜଗନ୍ନାଥଙ୍କୁ ପିତ୍ତଳ ଥାଳିରେ ଲାଗି ହେଉଛି କୋଠ ଭୋଗ। ଏକଥା ଶୁଣି କ୍ଷୁବ୍ଧ ହୋଇଛନ୍ତି ଭକ୍ତ ଓ ଗବେଷକ। ରତ୍ନଭଣ୍ଡାରରେ ସୁନା ଓ ରୁପା ଥାଳି ରହିଥିବା କୁହାଯାଉଥିଲେ ବି କାହିଁକି ସାମାନ୍ୟ ପିତ୍ତଳ ଥାଳିରେ ଦିଆଯାଉଛି ନୈବେଦ୍ୟ ତାକୁ ନେଇ ସୃଷ୍ଟି ହୋଇଛି ଶଙ୍କା ଓ ସନ୍ଦେହ।

ରତ୍ନଭଣ୍ଡାରରେ ମହଣ ମହଣ ଧନରତ୍ନ ଥାଇ ସାମାନ୍ୟ ପିତ୍ତଳ ଥାଳିରେ ଚାଲୁଛି ଶ୍ରୀଜୀଉିଙ୍କ କୋଠଭୋଗ ନୀତି। ସୁନା କି ରୂପା ପରିବର୍ତ୍ତେ ପିତ୍ତଳ ଥାଳିରେ ହେଉଛି ଷାଠିଏ ପଉଟି ନୈବେଦ୍ୟ ଅର୍ପଣ। ଏମିତିକି ରତ୍ନଭଣ୍ଡାରରେ ୨ଟି ସୁନା ଥାଳି ଓ ବହୁ ରୁପା ଥାଳି ସାଇତା ହୋଇ ରଖାଯାଇଥିଲେ ମଧ୍ୟ ପିତ୍ତଳ ଥାଳିରେ ଭୋଗ ଲଗାଯିବାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ଭକ୍ତ। କିଛି ବର୍ଷ ତଳେ ଜଣେ ଭକ୍ତ ୮ଟି ରୂପାଥାଳି ଠାକୁରଙ୍କୁ ପ୍ରଦାନ କରିଥିବାର ସୂଚନା ରହିଛି, ହେଲେ ସେ ସବୁ ସୁରକ୍ଷିତ ଅଛି କି ନାହିଁ ସେ ନେଇ ବି ସୃଷ୍ଟି ହୋଇଛି ଆଶଙ୍କା । ବରିଷ୍ଠ ସେବାୟତଙ୍କ ମତରେ ପୂର୍ବରୁ ଠାକୁରଙ୍କୁ କେବଳ ସୁନା ଥାଳିରେ ଭୋଗ ଲାଗୁଥିଲା। ୧୮୩୪ ମସିହାରେ ଗର୍ଭଗୃହରୁ ଏକ ପଥର ସୁନାଥାଳି ଉପରେ ଖସି ପଡିବାରୁ ଏହା ଭାଙ୍ଗି ଯାଇଥିଲା ସେବେଠୁ ଆଉ ସୁନା ଥାଳି ବ୍ୟବହାର ହେଉନାହିଁ।

ଏବେ ପ୍ରଶ୍ନ, ଅମାପ ଧନ ସଂପତ୍ତିର ମାଲିକ ଜଗନ୍ନାଥଙ୍କୁ କାହିଁକି ପିତ୍ତଳ ଥାଳିରେ ଲାଗି ହେଉଛି କୋଠଭୋଗ? ରତ୍ନଭଣ୍ଡାରରେ ମହଣ ମହଣ ସୁନା ରୂପା ଥାଇ କାହିଁକି ତିଆରି ହେଉନି ଠାକୁରଙ୍କ ନୂଆ ଭୋଗ ଥାଳି ? କିମ୍ବଦନ୍ତୀ ଅନୁସାରେ, ନିଜର ପ୍ରିୟ ଭକ୍ତ ବନ୍ଧୁ ମହାନ୍ତିଙ୍କୁ ଯେଉଁ ଜଗନ୍ନାଥ ମହାପ୍ରଭୁ ଏକଦା ସୁନା ଥାଳିରେ ଖେଚୁଡ଼ି ଖୁଆଇଥିଲେ, ଏବେ ତାଙ୍କୁ ପିତଳ ଥାଳିରେ ଭୋଗ ଲାଗି ହେବା କଥା ଶୁଣି ବ୍ୟଥିତ ହୋଇଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ। ଏଥିପାଇଁ ସେମାନେ ସିଧାସଳଖ ମନ୍ଦିର ପ୍ରଶାସନ ଆଡ଼କୁ ଅଙ୍ଗୁଳି ଉଠାଇଥିବା ବେଳେ ନୀତି ପ୍ରଶାସକ କହିଛନ୍ତି ଏ ନେଇ ସେ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos