କାହିଁକି ବାଘ ଶୀକାରକୁ ରୋକାଯାଇପାରୁନି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବେଧଡ଼କ ଭାବେ ବିକ୍ରି ହେଉଛି ବାଘ ଛାଲ। ଛାଲରୁ ନଖ ଯାଏଁ ଚାଲିଛି ବେପାର। ଖୋଦ୍ ଭୁବନେଶ୍ୱରରେ ହେଉଛି ବାଘ ଚମଡ଼ାର କଳା ବେପାର। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ହାତରେ ବାଘ ଛାଲ ସହ ଜଣେ ଅଭିଯୁକ୍ତ ଧରାପଡ଼ିବା ପରେ ପୁଣି ଖୋଲିଛି ବାଘ ଶିକାର ଓ ଚାରା ଚାଲାଣର ଗୁମର । ଏହି ଘଟଣାରେ ରାଜଧାନୀରୁ  ଜଣେ ଅଭିଯୁକ୍ତ  ପ୍ରଶାନ୍ତ ନାୟକ ଧରାପଡ଼ିଛନ୍ତି। ଘର ତାଙ୍କର ମୟୁରଭଞ୍ଜ କରଞ୍ଜିଆ ଥାନା ରଡଙ୍ଗରେ। ବରାଦ ମୁତାବକ ପ୍ରଶାନ୍ତ […]

tiger-reserve

tiger-reserve

Tapas Behera
  • Published: Tuesday, 17 November 2020
  • Updated: 17 November 2020, 07:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବେଧଡ଼କ ଭାବେ ବିକ୍ରି ହେଉଛି ବାଘ ଛାଲ। ଛାଲରୁ ନଖ ଯାଏଁ ଚାଲିଛି ବେପାର। ଖୋଦ୍ ଭୁବନେଶ୍ୱରରେ ହେଉଛି ବାଘ ଚମଡ଼ାର କଳା ବେପାର। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ହାତରେ ବାଘ ଛାଲ ସହ ଜଣେ ଅଭିଯୁକ୍ତ ଧରାପଡ଼ିବା ପରେ ପୁଣି ଖୋଲିଛି ବାଘ ଶିକାର ଓ ଚାରା ଚାଲାଣର ଗୁମର । ଏହି ଘଟଣାରେ ରାଜଧାନୀରୁ  ଜଣେ ଅଭିଯୁକ୍ତ  ପ୍ରଶାନ୍ତ ନାୟକ ଧରାପଡ଼ିଛନ୍ତି। ଘର ତାଙ୍କର ମୟୁରଭଞ୍ଜ କରଞ୍ଜିଆ ଥାନା ରଡଙ୍ଗରେ। ବରାଦ ମୁତାବକ ପ୍ରଶାନ୍ତ ନିଜ ବାଇକ ଡିକିରେ ଛାଲ ରଖି ଠିକଣା ଜାଗାକୁ ଯାଉଥିଲା । କ୍ରାଇମବ୍ରାଞ୍ଚର ସୂଚନା ଅନୁଯାୟୀ, ପ୍ରଶାନ୍ତ ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଡ୍ରାଇଭର ଭାବେ କାମ କରେ । ରାଜଧାନୀରେ ଜମିବାଡ଼ି କାରବାର କରୁଥିବା ଅଜିତ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ସେ ଦେଇଥାନ୍ତା ଏହି ବାଘଛାଲ ।

ଏଥିପାଇଁ ପ୍ରାୟ ୫ ଲକ୍ଷ ଟଙ୍କାର ହୋଇଥିଲା ଡିଲ୍ । କିନ୍ତୁ ମାଲ୍ ପହଞ୍ଚିବା ଆଗରୁ ଏସ୍‌ଟିଏଫ୍ ଟିମ୍ ଚଢ଼ାଉ କରି ବାଘଛାଲ ସହ ପ୍ରଶାନ୍ତକୁ ଧରିଛି।  ଏହି ରାକେଟରେ କେବଳ ପ୍ରଶାନ୍ତ ନୁହେଁ, ସଂପୃକ୍ତ ଶିକ୍ଷାନୁଷ୍ଠାନର ଆଉ ଜଣେ ଡ୍ରାଇଭର୍ ବି ସଂପୃକ୍ତ ବୋଲି ପ୍ରଶାନ୍ତ ନିଜେ କହିଛି । ଗତ ୨ବର୍ଷ ମଧ୍ୟରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ୧୪ରୁ ଅଧିକ କଲରାପତରିଆ ବାଘ ଛାଲ ଧରିସାରିଲାଣି। ୨୦୧୯ରେ କୁଚିଣ୍ଡାରେ ୪ଟି ବାଘଛାଲ ସହ ବନ୍ଧା ହୋଇଥିଲେ ୭ ଜଣ ଦୁର୍ବୃତ୍ତ। ସେହିବର୍ଷ ଭବାନୀପାଟଣା ଓ ଦେବଗଡ଼ ବାରକୋଟରେ ଗୋଟିଏ ଲେଖାଏଁ ବାଘଛାଲ ଜବତ ହୋଇଥିଲା। ନୟାଗଡ଼ ଜିଲ୍ଲାରେ ଏବର୍ଷ ଜୁନ୍ ୮ରେ ୨ଟି ବାଘ ଛାଲ ସହ ହରିଣ ଚମଡ଼ା, ଜୁନ୍ ୧୩ରେ ୨ଟି ବାଘ ଚମଡ଼ା ଜବତ କରାଯାଇଥିଲା ।

ସେହିପରି ସମ୍ବଲପୁର ଜିଲ୍ଲା ସୁବର୍ଣ୍ଣପୁରରେ ୧୩ ଅକ୍ଟୋବରରେ ଗୋଟିଏ କଲରାପତରିଆ ବାଘ ଛାଲ ଜବତ ହୋଇଥିଲା। ତେବେ ପ୍ରଶ୍ନ ଉଠୁଛି, କାହିଁକି ବାଘ ଶୀକାରକୁ ରୋକାଯାଇପାରୁନି? ଜଙ୍ଗଲ ସୁରକ୍ଷା ଏବଂ ଅପରାଧୀଙ୍କୁ ସାବାଡ଼୍ ପାଇଁ ୨୦୦୮ରେ ମୁଖ୍ୟମନ୍ତ୍ରୀ ସ୍ପେଶାଲ୍ ଷ୍ଟ୍ରାଇକିଂ ଫୋର୍ସ-ଏସ୍ଏସ୍ଏଫ୍ ଗଠନ ପାଇଁ ଘୋଷଣା କରିଥିଲେ।ହେଲେ ୧୨ ବର୍ଷ ପରେ ବି ନା କାର୍ଯ୍ୟକାରୀ ହୋଇପାରିଲା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ନା ଗଠନ ହୋଇପାରିଲା ଏସ୍ଏସ୍ଏଫ୍।  ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos