ଧରମ ଭାଇ ସହ ମିଶି ନେଲା ସ୍ୱାମୀର ଜୀବନ

ସୋର (ଶଶିକାନ୍ତ ବେହେରା): ଅଗ୍ନୀକୁ ସାକ୍ଷୀ ରଖି ବେଦୀରେ ବସିଥିଲେ। ହୋମ ନିଆଁକୁ ସାଥୀ ରଖି ମଥାରେ ଦେଇଥିଲେ ସିନ୍ଦୂର। ସବୁ ଦୋଷ କ୍ଷମା କରିବେ ବୋଲି କଥା ମଧ୍ୟ ଦେଇଥିଲେ। ହେଲେ ହଠାତ ଆସିଥିଲା ସୁଖ ସଂସାରରେ ଝଡ଼। ହସ ଖୁସିର ସଂସାର ଭାଙ୍ଗି ଚୁରମାର ହୋଇଗଲା। ଯାହାର ହାତ ଧରି ସୁନେଲି ସ୍ୱପ୍ନ ଦେଖିଥିଲେ ସିଏ ସାଜିଲା ବଇରି। ଧରମ ଭାଇ ସହ ମିଶି ସ୍ୱାମୀକୁ ହତ୍ୟା କଲା। ଏମିତି ଲୋମହର୍ଷକାରୀ ଘଟଣା ବାଲେଶ୍ୱର […]

murder

murder

Rakesh Mallick
  • Published: Tuesday, 22 May 2018
  • Updated: 22 May 2018, 04:15 PM IST

Sports

Latest News

ସୋର (ଶଶିକାନ୍ତ ବେହେରା): ଅଗ୍ନୀକୁ ସାକ୍ଷୀ ରଖି ବେଦୀରେ ବସିଥିଲେ। ହୋମ ନିଆଁକୁ ସାଥୀ ରଖି ମଥାରେ ଦେଇଥିଲେ ସିନ୍ଦୂର। ସବୁ ଦୋଷ କ୍ଷମା କରିବେ ବୋଲି କଥା ମଧ୍ୟ ଦେଇଥିଲେ। ହେଲେ ହଠାତ ଆସିଥିଲା ସୁଖ ସଂସାରରେ ଝଡ଼। ହସ ଖୁସିର ସଂସାର ଭାଙ୍ଗି ଚୁରମାର ହୋଇଗଲା। ଯାହାର ହାତ ଧରି ସୁନେଲି ସ୍ୱପ୍ନ ଦେଖିଥିଲେ ସିଏ ସାଜିଲା ବଇରି। ଧରମ ଭାଇ ସହ ମିଶି ସ୍ୱାମୀକୁ ହତ୍ୟା କଲା। ଏମିତି ଲୋମହର୍ଷକାରୀ ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ଘଟିଛି। ଏହି ଘଟଣା ଏବେ ସମ୍ପୃକ୍ତ ଅଞ୍ଚଳରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି।

ପୂରା ଘଟଣା ଏମିତି। ବରୁଣସିଂ ପଞ୍ଚାୟତ ମାଳ ଗାଁର ଜୟଦେବ ଦାସ ନାୟକ। ସେ ତିଳୋତ୍ତମା ନାୟକଙ୍କୁ ବିବାହ କରିଥିଲେ। ବୈବାହିକ ଜୀବନ ଠିକ୍‌ଠାକ ଚାଲିଥିଲା। ସେମାନଙ୍କ ଔରଷରୁ ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। ଝିଅ ୧୩ ବର୍ଷର ହୋଇଥିବା ବେଳେ ପୁଅ ୮ ବର୍ଷର। ସ୍ୱାମୀର ସରଳତାର ସୁଯୋଗ ନେଇ ସ୍ତ୍ରୀ କରୁଥିଲା ଚୋରା ପିରତି। ଏହି ଘଟଣା ପଦାରେ ପଡ଼ିବା ପରେ ଜୟଦେବ ତାଙ୍କ ସ୍ତ୍ରୀଙ୍କୁ ବାରଣ କରିଥିଲେ। ଏହାକୁ ନେଇ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ପୁଟିତୁଣ୍ଡ ହେଉଥିଲା। ପରିବାରର ସ୍ଥିତି ଖରାପ ହେଉଥିବା ଦେଖି ଜୟଦେବଙ୍କୁ ତାଙ୍କ ବାପା ଅଲଗା କରିଦେଲେ। ଜୟଦେବ ଅଲଗା ହେବା ପରେ ତାଙ୍କ ସ୍ତ୍ରୀଙ୍କ ପାଇଁ ରାସ୍ତା ଖୋଲିଗଲା। ପାନ ଦୋକାନୀ ଧରମ ଭାଇ ମିତେଶ ପରିଡ଼ାଙ୍କ ସହ ମିଶି ସ୍ୱାମୀକୁ ରାସ୍ତାରୁ ହଟାଇବା ପାଇଁ ସ୍ତ୍ରୀ ତିଳୋତ୍ତମା ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି।

ଗତ ୧୯ ତାରିଖ ରାତିରେ ଜୟଦେବ ତାଙ୍କ ପୁଅ ସହ ଖଟରେ ଶୋଇଥିଲେ। ରାତି ପ୍ରାୟ ୧ରୁ ୨ଟା ହେବ। ତିଳୋତ୍ତମା ତାଙ୍କ ଧରମ ଭାଇ ମିତେଶଙ୍କୁ ଘରକୁ ଡାକିଥିଲେ। ତା’ପରେ ଖଟିଆରେ ଶୋଇଥିବା ଜୟଦେବଙ୍କୁ କୁରାଢ଼ୀରେ ଆକ୍ରମଣ କରିଥିଲେ। ଜୟଦେବଙ୍କ ମୁଣ୍ଡରେ ଲାଗିଥିଲା ଗଭୀର କ୍ଷତ। ବାପାଙ୍କ ଚିତ୍କାର ଶୁଣି ପାଖରେ ଶୋଇଥିବା ୮ ବର୍ଷର ପୁଅ ଉଠି ପଡ଼ିଥିଲେ। ରକ୍ତାକ୍ତ ଅବସ୍ଥାରେ ବାପାଙ୍କୁ ଦେଇ ମାଆ ପାଖକୁ ଦୌଡ଼ି ଯାଇଥିଲା। ନିଜର ଚରିତ୍ରକୁ ଲୋଚାଇବାକୁ ଯାଇ ତିଳୋତ୍ତମା ଶ୍ୱଶୁରଙ୍କ ପାଖରେ ବାହାନା କରିଥିଲେ। ପରେ ଏକ ଅଟୋରେ ଜୟଦେବଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା। ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜୟଦେବଙ୍କ ମୃତ୍ୟୁ ଘଟିଥିଲା।

ସନ୍ଧାନୀ କୁକୁର ସହାୟତାରେ ପୋଲିସ ଘଟଣାର ପରର୍ଦ୍ଦାଫାସ କରିବା ସହିତ ତିଳୋତ୍ତମା ଓ ମିତେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କକରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos