ବୁମେରାଂ ହେବନାହିଁ ତ ବିଜେପିକୁ ଆଦିବାସୀ କାର୍ଡ଼; ପାଙ୍ଗି, ଗାମାଙ୍ଗ ଓ ଉଲ୍ଲାକା ପରିବାରକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ବିଜେପି ପାଇଁ କୋରାପୁଟ ଅଡୁଆ। ଜୟରାମ ପାଙ୍ଗିଙ୍କ ଆଗମନ ପରେ ଶାଣିତ ହୋଇଛି ଦଳର ଆଦିବାସୀ ଅସ୍ତ୍ର। ଏକଦା ନାଗ-ନାଡି ସଂପର୍କ ଥିବା ପାଙ୍ଗି-ଗୋମାଙ୍ଗ ଓ ଉଲ୍ଲାକା ପରିବାର ଆସିଛନ୍ତି ଗୋଟିଏ ଛତା ତଳକୁ। ତେବେ ଚର୍ଚ୍ଚା ହେଉଛି ତିନି ଆଦିବାସୀ ହେଭିୱେଟଙ୍କ ଭିତରେ ସମୀକରଣ ବଦଳିଗଲେ ୨୦୧୯ରେ ଦଳର କୋରାପୁଟ ଅଙ୍କ ବି ବିଗିଡି ଯାଇପାରେ। ଗିରିଧର ଗମାଙ୍ଗ, ଜୟରାମ ପାଙ୍ଗି ଓ ଦିବଂଗତ ରାମଚନ୍ଦ୍ର ଉଲ୍ଲାକା ଅବିଭକ୍ତ କୋରାପୁଟ ରାଜନୀତିର ତିନି କୋଣର […]

pangi,ulaka-gamanga

pangi,ulaka-gamanga

Rakesh Mallick
  • Published: Wednesday, 10 May 2017
  • Updated: 10 May 2017, 09:48 PM IST

Sports

Latest News

ଭୁବନେଶ୍ୱର: ବିଜେପି ପାଇଁ କୋରାପୁଟ ଅଡୁଆ। ଜୟରାମ ପାଙ୍ଗିଙ୍କ ଆଗମନ ପରେ ଶାଣିତ ହୋଇଛି ଦଳର ଆଦିବାସୀ ଅସ୍ତ୍ର। ଏକଦା ନାଗ-ନାଡି ସଂପର୍କ ଥିବା ପାଙ୍ଗି-ଗୋମାଙ୍ଗ ଓ ଉଲ୍ଲାକା ପରିବାର ଆସିଛନ୍ତି ଗୋଟିଏ ଛତା ତଳକୁ। ତେବେ ଚର୍ଚ୍ଚା ହେଉଛି ତିନି ଆଦିବାସୀ ହେଭିୱେଟଙ୍କ ଭିତରେ ସମୀକରଣ ବଦଳିଗଲେ ୨୦୧୯ରେ ଦଳର କୋରାପୁଟ ଅଙ୍କ ବି ବିଗିଡି ଯାଇପାରେ।

ଗିରିଧର ଗମାଙ୍ଗ, ଜୟରାମ ପାଙ୍ଗି ଓ ଦିବଂଗତ ରାମଚନ୍ଦ୍ର ଉଲ୍ଲାକା ଅବିଭକ୍ତ କୋରାପୁଟ ରାଜନୀତିର ତିନି କୋଣର ତିନି ବିନ୍ଦୁ ଥିଲେ। ଏହି ତିନି ଆଦିବାସୀ ଚେହେରାଙ୍କ ରାସ୍ତା ବି ଥିଲା ଅଲଗା। ରାମଚନ୍ଦ୍ରଙ୍କ ମୃତ୍ୟୁ ପରେ ପୁଅ ଶିବଶଙ୍କର କଂଗ୍ରେସ ଛାଡି ଆସିଲେ ବିଜେପିକୁ। ଗିରିଧର ବି କଂଗ୍ରେସକୁ ବାଏ ବାଏ କରି ପଦ୍ମପାଖୁଡା ଧରିଲେ। ଶେଷରେ ଆସିଲେ ଜୟରାମ। ଏବେ ଗେରୁଆ ଛତା ତଳେ ଗିରିଧର, ଜୟରାମ ଓ ଶିବଶଙ୍କର।

ଜୟରାମ ଓ ଗିରିଧର କୋରାପୁଟ ଲୋକସଭା ଆସନରେ ସାତଥର ମୁହାଁମୁହିଁ ହୋଇଛନ୍ତି। ଶେଷଥର ଅର୍ଥାତ ୨୦୦୯ରେ ହିଁ କେବଳ ଗିରିଧରଙ୍କୁ ମାତ ଦେଇଥିଲେ ଜୟରାମ। ରାଜନୀତିରେ ଶତ୍ରୁ ଏବେ ମିତ୍ର ପାଲଟିବା ପରେ ବଦଳିଛି ସମୀକରଣ। ସଂପର୍କର ତିକ୍ତତାକୁ ଭୁଲିଛନ୍ତି ତିନି ପରିବାରର ନେତା।

ଜୟରାମ ପାଙ୍ଗୀ କହିଛନ୍ତି,“ଗିରିଧର ଗମାଙ୍ଗ ଓ ମୋ ମଧ୍ୟରେ ୬ ଥର ପ୍ରତିଦ୍ୱନ୍ଦୀତା ହୋଇଛି। ମାତ୍ର ଏଥିରେ ଆମ ବ୍ୟକ୍ତିଗତ ଜୀବନରେ କୌଣସି ପ୍ରଭାବ ପଡିନି। ଆଗକୁ ମଧ୍ୟ ପଡ଼ିବନି।”

ଗିରିଧର ଗମାଙ୍ଗ କହିଛନ୍ତି,“ଜୟରାମ ପାଙ୍ଗି ନିଜ ଇଚ୍ଛାରେ ବିଜେପିକୁ ଆସିଛନ୍ତି। ନିର୍ବାଚନରେ ଆମେ ପରସ୍ପର ବିରୋଧରୁ ଲଢ଼ୁଥିଲୁ। ମାତ୍ର ବ୍ୟକ୍ତିଗତ ଜୀବନରେ କେବେ ଲଢ଼ିନାହୁଁ।”

ଶିବଶଙ୍କର ଉଲ୍ଲାକା କହିଛନ୍ତି,“ଆମେ ବିଭିନ୍ନ ରାଜନୈତିକ ଦଳରେ ଥିଲୁ। ଏବେ ଆମେ ଗୋଟିଏ ଛତା ରହିଛୁ। ଦଳର ସବୁ ନୀତି ଓ ନିୟମକୁ ପାଳନ କରିବୁ। ଆଗାମୀ ନିର୍ବାଚନରେ ଏହାର ଫଳ ସମସ୍ତେ ଦେଖିବେ।”

୨୦୧୪ ନିର୍ବାଚନରେ କୋରାପୁଟ ଲୋକସଭା ଆସନରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ଶିବ ଉଲ୍ଲାକା। କଂଗ୍ରେସର ପ୍ରାର୍ଥୀ ଥିଲେ ଗିରିଧର ଗମାଙ୍ଗ। ପରେ ୨୦୧୫ ଜୁନରେ ପୁଅ ଶିଶିର ଗମାଙ୍ଗଙ୍କୁ ଧରି ଗିରିଧର ବିଜେପି ଆସିଲେ। ଏବେ ଉଲ୍ଲାକା, ଗମାଙ୍ଗ ଓ ପାଙ୍ଗି ପରିବାରର ଆଖି କୋରାପୁଟ ଲୋକସଭା ଆସନ ଉପରେ। ତିନି ଆଦିବାସୀ ଚେହେରା ବିଜେପିରେ ସାମିଲ ହେବା ପରେ ଦଳର ଶକ୍ତିବୃଦ୍ଧି ହୋଇଛି ସତ। କିନ୍ତୁ ଏମାନଙ୍କୁ ସନ୍ତୁଷ୍ଟ କରିବା ବିଜେପି ପାଇଁ ଚ୍ୟାଲେଞ୍ଜ ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story