ଆଜିଠୁ ଶୀତ ଅଧିବେଶନ, ବିଧାନସଭାକୁ ସରଗରମ କରିବ ଅର୍ଚ୍ଚନା ନାଗ ପ୍ରସଙ୍ଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ। ଶୀତକାଳୀନ ଅଧିବେଶନକୁ ଏଥର ସରଗରମ କରିବ ଅର୍ଚ୍ଚନା ନାଗ ପ୍ରସଙ୍ଗ। ବିରୋଧୀ ବିଜେପି ଓ କଂଗ୍ରେସ ଅର୍ଚ୍ଚନା ପ୍ରସଙ୍ଗରେ ସରକାରୀ ଦଳକୁ ଘେରିବାକୁ ଯୋଜନା କରିଛନ୍ତି।

ବର୍ତ୍ତମାନ ମାମଲାରେ ଇଡି ତଦନ୍ତ ଆରମ୍ଭ କରିଥିବାରୁ ପୁଲିସ୍ ତଦନ୍ତରେ ଶିଥିଳତାକୁ ନେଇ ସରକାରଙ୍କୁ ଅକଳରେ ପକାଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ସେହିପରି ଚାଷୀ ପ୍ରସଙ୍ଗରେ ମଧ୍ୟ ଅଲୋଚନା ହେବ। ଚାଷୀଙ୍କୁ ଇନ୍‌ପୁଟ ସବ୍‌ସିଡି, ଆଇନ୍ ଶୃଙ୍ଖଳା ସ୍ଥିତି  ଓ ଦରଦାମ୍ ବୃଦ୍ଧିକୁ ନେଇ ବି ଗୃହରେ ବିରୋଧୀ ପ୍ରସଙ୍ଗ ଉଠାଇବେ।

ଅନ୍ୟପଟେ ଆଜି ସକାଳ ସାଢେ ୧୦ଟାରେ ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଯେଉଁଥିରେ ବିରୋଧୀଙ୍କୁ ସାମନା କରିବାକୁ କାଉଣ୍ଟର ଷ୍ଟ୍ରାଟେଜି ପ୍ରସ୍ତୁତ କରିବ ଦଳ।

ଆଜି ବିଧାନସଭା ଆରମ୍ଭରେ ପ୍ରଥମେ ଦିବଂଗତ ସଦସ୍ୟ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ। ଗୃହର ସଦସ୍ୟ ଥାଇ ବିଧାୟକ ବିଜୟରଞ୍ଜନ ସିଂ ବରିହା ଓ ବିଷ୍ଣୁଚରଣ ସେଠୀଙ୍କର ପରଲୋକ ଘଟିଥିବାବେଳେ ପୂର୍ବତନ ସଦସ୍ୟ ଭାବେ ଗୋଲକ ନାଏକ, କପିଳ ତିଓ୍ୱାରି, ଗୋପନାରାୟଣ ଦାସ ଓ ଆଦିକନ୍ଦ ସେଠୀଙ୍କୁ ବି ଦିଆଯିବ ଶ୍ରଦ୍ଧାଞ୍ଜଳି।

 

 

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।