ଅଣ୍ଡା ତରକାରି ପାଇଁ ମା’କୁ ହତ୍ୟା କଲା ପୁଅ

ଝାରସୁଗୁଡ଼ା( ଓଡ଼ିଶା ରିପୋର୍ଟର): ଯେଉଁ ମା’ ଦଶମାସ ଗର୍ଭରେ ରଖି ଜନ୍ମ ଦେଇଥିଲା, ପଣତ କାନିରେ ନିଜ ମୁହଁ ପୋଛି ଦେଉଥିଲା। ସେହି ମାକୁ’ ହାଣି ହତ୍ୟା କଲା ପୁଅ। ଏପରି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ସଦରଥାନା ଅନ୍ତର୍ଗତ ଇବ୍ ଗାଁରେ। ମୃତ ମହିଳା ଜଣଙ୍କ ହେଲେ କୁମୋଦିନୀ ଭୋଇ। ତାଙ୍କୁ ୪୫ବର୍ଷ ହୋଇଥିଲା। ଅଭିଯୁକ୍ତ ପୁଅ ରାଜେଶ ଭୋଇକୁ ପୁଲିସ ଗିରଫ କରିଛି। ସୂଚନା ଅନୁସାରେ, ଗତକାଲି ରାତିରେ କୁମୋଦିନୀ ଘରେ ରୋଷେଇ କରୁଥିଲେ। […]

DeadBody

DeadBody

Tapaswini Nayak
  • Published: Tuesday, 23 November 2021
  • Updated: 23 November 2021, 01:23 PM IST

Sports

Latest News

ଝାରସୁଗୁଡ଼ା( ଓଡ଼ିଶା ରିପୋର୍ଟର): ଯେଉଁ ମା’ ଦଶମାସ ଗର୍ଭରେ ରଖି ଜନ୍ମ ଦେଇଥିଲା, ପଣତ କାନିରେ ନିଜ ମୁହଁ ପୋଛି ଦେଉଥିଲା। ସେହି ମାକୁ’ ହାଣି ହତ୍ୟା କଲା ପୁଅ। ଏପରି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ସଦରଥାନା ଅନ୍ତର୍ଗତ ଇବ୍ ଗାଁରେ। ମୃତ ମହିଳା ଜଣଙ୍କ ହେଲେ କୁମୋଦିନୀ ଭୋଇ। ତାଙ୍କୁ ୪୫ବର୍ଷ ହୋଇଥିଲା। ଅଭିଯୁକ୍ତ ପୁଅ ରାଜେଶ ଭୋଇକୁ ପୁଲିସ ଗିରଫ କରିଛି।

ସୂଚନା ଅନୁସାରେ, ଗତକାଲି ରାତିରେ କୁମୋଦିନୀ ଘରେ ରୋଷେଇ କରୁଥିଲେ। ଏହି ସମୟରେ  ପୁଅ ରାଜେଶ ବଜାରରୁ ଅଣ୍ଡା ଆଣିଥିଲେ ଓ ରୋଷେଇ କରିବା ପାଇଁ କହିଥିଲେ। ହେଲେ ମାଆ ଅଣ୍ଡା ତରକାରି ରୋଷେଇ କରିବାକୁ ମନା କରିଥିଲେ। ଏଥିରେ ରାଜେଶ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ମାଆକୁ ଅତର୍କିତ ଭାବରେ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ କୁମୋଦିନୀଙ୍କ ମୃତ୍ୟୁ ଘଟିଥିଲା।

ଏହି ଘଟଣାକୁ ନେଇ କୁମୋଦିନୀଙ୍କ ଦିଅର ଥାନାରେ ଲିଖିତ  ଅଭିଯୋଗ କରିଥିଲେ।  ଆଜି ସକାଳେ ସଦରଥାନା ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos