ଘାସ ବାଛୁଥିବାବେଳେ ମାରିଲା ବିଜୁଳି; ଜଣେ ମୃତ, ଜଣେ ଗୁରୁତର

ରେଢ଼ାଖୋଲ (ଓଡ଼ିଶା ରିପୋର୍ଟର): ବିଲରେ ଘାସ ବାଛୁଥିବା ବେଳେ ହେଲା ବଜ୍ରପାତ। ସେହି ବିଲରେ ଟଳି ପଡ଼ିଲେ ଜଣେ ମହିଳା। ଅନ୍ୟ ଜଣେ ମହିଳା ମଧ୍ୟ ଗୁରୁତର ହୋଇଛନ୍ତି। ଏହି ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ବନଶାଜାଲ ପଞ୍ଚାୟତ ମହାଲିଙ୍ଗ ଗାଁରେ। ମୃତ ମହିଳା ଜଣଙ୍କ ହେଲେ ସୁପ୍ରଭା ବେହେରା। ଗୁରୁତର ଥିବା ତୁଳସୀ ପ୍ରଧାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ  ସ୍ଥାନାନ୍ତର କରାଯାଇଛି।

ଗତକାଲି ସୁପ୍ରଭା ଓ ତୁଳସୀ  ଘାସ ବାଛିବାକୁ ବିଲକୁ ଯାଇଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା।  ଦୁହେଁ ବେହୋସ ହୋଇ ତଳେ ପଡ଼ି ଯାଇଥିଲେ। ଉଭୟଙ୍କୁ  ପରିବାର ଲୋକ ଉଦ୍ଧାର କରି ଚାରମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସୁପ୍ରଭାଙ୍କୁ ମୃତ ଘୋଷଣା କରିଥିଲେ।  ତୁଳସୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।