ଡାକ୍ତରଖାନାରୁ ଆସି ରାସ୍ତାରେ ପ୍ରସବ କଲେ ମହିଳା

ଭଦ୍ରକ (ପାର୍ଥ ସାରଥୀ  ନାୟକ): କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ବରଂ ଭଦ୍ରକ ପରି ଏକ ଜିଲ୍ଲା ମୁଖ୍ୟାଳୟ ରାସ୍ତାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏଠାରେ ବି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଚିତ୍ର। ଉପଯୁକ୍ତ  ଚିକିତ୍ସା  ନ ପାଇ ରାସ୍ତାରେ ପ୍ରସବ କରିଛନ୍ତି ଜଣେ ମହିଳା।   ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତ୍ର ୫୦ ମିଟର ଦୂରରେ ରାସ୍ତା ଉପରେ ଏଭଳି ଘଟଣା ଘଟିଛି । ଡାକ୍ତରଙ୍କ ଦାୟିତ୍ୱହୀନତା ଯୋଗୁ ଏଭଳି ଘଟଣା ଘଟିଥିବା […]

77777777777777777-1

77777777777777777-1

Tapaswini Nayak
  • Published: Monday, 20 April 2020
  • Updated: 20 April 2020, 08:24 AM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ  ନାୟକ): କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ବରଂ ଭଦ୍ରକ ପରି ଏକ ଜିଲ୍ଲା ମୁଖ୍ୟାଳୟ ରାସ୍ତାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏଠାରେ ବି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଚିତ୍ର। ଉପଯୁକ୍ତ  ଚିକିତ୍ସା  ନ ପାଇ ରାସ୍ତାରେ ପ୍ରସବ କରିଛନ୍ତି ଜଣେ ମହିଳା।  

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତ୍ର ୫୦ ମିଟର ଦୂରରେ ରାସ୍ତା ଉପରେ ଏଭଳି ଘଟଣା ଘଟିଛି । ଡାକ୍ତରଙ୍କ ଦାୟିତ୍ୱହୀନତା ଯୋଗୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଚାନ୍ଦବାଲି ଭୂଇଁବୃତ୍ତି ପଞ୍ଚାୟତର ନୂଆଗାଁର ମିନତିଙ୍କୁ ପ୍ରସବ ନିମନ୍ତେ ଗତକାଲି ସନ୍ଧ୍ୟାରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଥିବା ଡାକ୍ତର ତାଙ୍କୁ ଭଦ୍ରକକୁ ରେଫର କରି ଦେଇଥିଲେ ।

ଭଦ୍ରକରେ ପହଞ୍ଚିବାବେଳକୁ ଅବସ୍ଥା ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ କଟକ ଯିବାକୁ ଡାକ୍ତର କହିଥିଲେ। ତେବେ ଲକ୍‌ଡାଉନ ଯୋଗୁ ଗାଡ଼ି ମିଳିବାରେ ସମସ୍ୟା ହେବ ବୋଲି କହିବା ସତ୍ତ୍ୱେ ଡାକ୍ତର ଶୁଣିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସେଠାରୁ ପରିବାର ଲୋକେ ମିନତିଙ୍କୁ ରିକ୍ସାରେ ବସାଇ ରାତି  ପ୍ରାୟ ୧୦ଟା  ବେଳେ ନିକଟରେ ଥିବା ନର୍ସିଂହୋମକୁ ନେଉଥିଲା ବେଳେ ରାସ୍ତାରେ ତାଙ୍କର ପ୍ରସବ ହୋଇଥିଲା ପରେ ମା ଓ ଶିଶୁକୁ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos