ସହି ପାରିଲେନି ଯୌତୁକ ନିର୍ଯାତନା:ହାରିଲେ ଜୀବନ

ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର): ଯୌତୁକ ନେଲା ଆଉ ଜଣେ ମହିଳାଙ୍କ ଜୀବନ। ଅନେକ ସଚେତନା ଓ ଆଇନ କଡ଼ାକଡ଼ି ହେବା ସତ୍ତ୍ୱେ ଏହା ଥମିବାର ନାଁ ନେଉ ନାହିଁ। ଏପରି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ୍‌ ଅଣ୍ଢରା ଗାଁରେ। ସୂଚନା ଅନୁସାରେ, ଗତକାଲି ବିଳମ୍ୱିତ ରାତିରେ  ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ତାଙ୍କ ନାଁ ନମିତା ମଲ୍ଲିକ। ସେ ଶିକ୍ଷୟତ୍ରୀ ଭାବରେ ୬ ବର୍ଷ ହେବ କାର୍ଯ୍ୟ କରୁଥିଲେ। ଗତ […]

death kendra

death kendra

Rakesh Mallick
  • Published: Sunday, 24 June 2018
  • Updated: 24 June 2018, 11:51 AM IST

Sports

Latest News

ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର): ଯୌତୁକ ନେଲା ଆଉ ଜଣେ ମହିଳାଙ୍କ ଜୀବନ। ଅନେକ ସଚେତନା ଓ ଆଇନ କଡ଼ାକଡ଼ି ହେବା ସତ୍ତ୍ୱେ ଏହା ଥମିବାର ନାଁ ନେଉ ନାହିଁ। ଏପରି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ୍‌ ଅଣ୍ଢରା ଗାଁରେ।

ସୂଚନା ଅନୁସାରେ, ଗତକାଲି ବିଳମ୍ୱିତ ରାତିରେ  ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ତାଙ୍କ ନାଁ ନମିତା ମଲ୍ଲିକ। ସେ ଶିକ୍ଷୟତ୍ରୀ ଭାବରେ ୬ ବର୍ଷ ହେବ କାର୍ଯ୍ୟ କରୁଥିଲେ। ଗତ ଦୁଇ ବର୍ଷ ତଳେ ସେ  ଅଣ୍ଢରା ଗାଁର ରବୀନ୍ଦ୍ର ମଲ୍ଲିକଙ୍କ ପୁଅ ଦେବାଶିଷଙ୍କୁ ବିବାହ କରିଥିଲେ। ହେଲେ ବିବାହର କିଛି ଦିନ ପରେ ଯୌତୁକକୁ ନେଇ ନମିତାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା। ବାପ ଘରୁ ଚାରିଚକିଆ ଗାଡ଼ି ଆଣିବାକୁ ନମିତାଙ୍କୁ ଶାଶୂ ଘର ଲୋକେ ଦାବି କରୁଥିଲେ।

ଯୌତୁକ ପାଇଁ ଶ୍ୱଶୁର,ଶାଶୁ ଓ ଦିଅର ନମିତାଙ୍କୁ ବହୁବାର ନିର୍ଯାତନା  ଦେଉଥିଲେ ବୋଲି ତାଙ୍କ ବାପ ଘର ଲୋକ ଅଭିଯୋଗ କରିଛନ୍ତି। ତେବେ ଏନେଇ ନମିତାଙ୍କ ପରିବାର ଲୋକେ ଶଶୁର,ଶାଶୂ, ଦିଅର ଓ ଦୁଇ ଖୁଡୁତାଶୁରଙ୍କ ନାଁରେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos