ପୁରୁଷ ବନ୍ଧୁଙ୍କ ସହ ମିଶି ବିଷ ପିଇଦେଲେ ମହିଳା

ଆନନ୍ଦପୁର(ଓଡ଼ିଶା ରିପୋର୍ଟର): ଘରେ ଅଫିସ୍ ଯାଉଛି କହି ସକାଳୁ ବାହାରି ଯାଇଥିବା ଜଣେ ମହିଳା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ନଦୀ ପଠାରୁ ଉଦ୍ଧାର କରିଛି ପୁଲିସ୍‌। ଉଭୟ ବିଷ ପିଇ ଗୁରୁତର ହୋଇପଡ଼ିଥିବାରୁ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେଉଁ ପରିସ୍ଥିତିରେ ଓ କାହିଁକି ଏମାନେ ବିଷ ପିଇଲେ ସେକଥା ଜଣାପଡ଼ିନି। ସେହିପରି ଏମାନେ କେବଳ ବନ୍ଧୁ ନା କୌଣସି ପ୍ରେମ ବ୍ୟାପାରକୁ ନେଇ ଏପରି ଘଟଣା ଘଟିଛି, ତା’ର ତଦନ୍ତ […]

poison

poison

Hemant Lenka
  • Published: Thursday, 09 June 2022
  • Updated: 09 June 2022, 09:01 PM IST

Sports

Latest News

ଆନନ୍ଦପୁର(ଓଡ଼ିଶା ରିପୋର୍ଟର): ଘରେ ଅଫିସ୍ ଯାଉଛି କହି ସକାଳୁ ବାହାରି ଯାଇଥିବା ଜଣେ ମହିଳା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ନଦୀ ପଠାରୁ ଉଦ୍ଧାର କରିଛି ପୁଲିସ୍‌। ଉଭୟ ବିଷ ପିଇ ଗୁରୁତର ହୋଇପଡ଼ିଥିବାରୁ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେଉଁ ପରିସ୍ଥିତିରେ ଓ କାହିଁକି ଏମାନେ ବିଷ ପିଇଲେ ସେକଥା ଜଣାପଡ଼ିନି। ସେହିପରି ଏମାନେ କେବଳ ବନ୍ଧୁ ନା କୌଣସି ପ୍ରେମ ବ୍ୟାପାରକୁ ନେଇ ଏପରି ଘଟଣା ଘଟିଛି, ତା’ର ତଦନ୍ତ ପୁଲିସ୍‌ ଆରମ୍ଭ କରିଛି।

ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ବୀରଗୋବିନ୍ଦପୁର ଗାଁରେ ଏହି ଘଟଣା ଘଟିଛି। ଗାଁର ବୈତରଣୀ ନଦୀ ପଠାରେ ଜଣେ ମହିଳା ଓ ଜଣେ ଯୁବକ ବିଷ ମୁର୍ମୂଷୁ ଅବସ୍ଥାରେ ପଡ଼ିଥିବା ଆଜି ପୁଲିସ୍‌କୁ ଖବର ମିଳିଥିଲେ। ଏହାପରେ ପୁଲିସ୍‌ର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ହସ୍ପିଟାଲ ନେଇଥିଲେ। ସେହିପରି ଘଟଣା ସ୍ଥଳରୁ ପୁଲିସ୍‌ ଗୋଟିଏ ବାଇକ ଜବତ କରିଛି। ସମ୍ଭବତଃ ଉଭୟ ଏହି ବାଇକରେ ନଦୀ ପଠାକୁ ଆସିଥିଲେ ବୋଲି ପୁଲିସ୍‌ ସନ୍ଦେହ କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣଙ୍କ ନାଁ ହେଉଛି ସଂଯୁକ୍ତା ମହାନ୍ତି। ତାଙ୍କ ଘର ହାଟଡିହି ବ୍ଲକ ପନ୍ଦାଡୋ ଗାଁରେ। ସେ ପ୍ରାୟ ବର୍ଷେ ତଳେ ବିବାହ କରିଥିଲେ। ସଂଯୁକ୍ତା ତାଙ୍କ ପଞ୍ଚାୟତରେ ଗୋଟିଏ ଏନଜିଓ ସଂସ୍ଥା ଅଧୀନରେ ଚାକିରି କରନ୍ତି। ଏଥିପାଇଁ ବାହାଘର ପରେ ମଧ୍ୟ ସେ ବାପ ଘରେ ରହୁଥିଲେ। ସେହିପରି ତାଙ୍କ ପୁରୁଷ ବନ୍ଧୁଙ୍କ ଘର ନିକଟସ୍ଥ ନାହାଳିଆ ଗାଁରେ।
ସଂଯୁକ୍ତା କହିଛନ୍ତି, “କିଛି ବି ଘଟଣା ନାହିଁ ମୁଁ ରାଗି କି ବିଷ ପିଇଥିଲି। ମୋ ସାଙ୍ଗ ସହ ମୁଁ ନଦୀ ପଠାକୁ ଯାଇଥିଲି। ମୁଁ ବିଷୟ ଖାଇ ଦେବାରୁ ମୋ ସାଙ୍ଗ ବି ବିଷୟ ଖାଇ ଦେଇଥିଲା। ମୁଁ ତା’ ସହ ଯାଇଥିବାରୁ ମୋର କିଛି ହେଲେ, ତା’କୁ ସମସ୍ତେ ଦାୟୀ କରିଥାଆନ୍ତେ। ତେଣୁ ସେହି ଭୟରେ ମୋ ସାଙ୍ଗ ବିଷ ପିଇ ଦେଇଥିଲା।” ଏ ସମ୍ପର୍କରେ ସଂଯୁକ୍ତାଙ୍କ ପୁରୁଷ ବନ୍ଧଙ୍କ ପ୍ରତିକ୍ରିୟା ମିଳିନାହିଁ। ତାଙ୍କ ଅବସ୍ଥେ ଗୁରୁତର ଥିବା କୁହାଯାଉଛି।

ତେବେ ଉଭୟ କେଉଁ କାରଣରୁ ଘର ଠାରୁ ୩୦ କିମି ଦୂର ବୀରଗୋବିନ୍ଦପୁର ନଦୀ ପଠାକୁ ଯାଇଥିଲେ ଓ ସେଠାରେ ବିଷ ପିଇଲେ, ସେକଥା ଏଯାଏ ସାମ୍ନାକୁ ଆସିନି। ପୁଲିସ୍‌ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos