ଗର୍ଭବତୀଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା; ମହିଳା ଫରେଷ୍ଟ ଗାର୍ଡଙ୍କୁ ଉଠାଇନେଲା ପୁଲିସ୍‌

କରଞ୍ଜିଆ (ସତ୍ୟବ୍ରତ ବେହେରା): ବାରାହାପାଣପୋଷି ଗାଁର ଜଣେ ଗର୍ଭବତୀଙ୍କୁ ମାଡ଼ ମାରିବା ଓ ଉଠବସ୍‌ କରିବା ଅଭିଯୋଗରେ କରଞ୍ଜି‌ଆ ଦୁଧିଆଣି ରେଞ୍ଜର ମହିଳା ଫରେଷ୍ଟ ଗାର୍ଡ କବିତା ବେହେରାଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଏହା ସତ୍ତ୍ୱେ ଗାଁ ଲୋକେ ଦୁଧିଆଣି ରେଞ୍ଜର ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି। ସୂଚନା ଅନୁଯାୟୀ, ବାରାହାପାଣପୋଷି ଗାଁରେ ରହୁଥିବା ସୁକୁମତି ଗୟାଙ୍କ ବାପ ଘର ଲୋକେ କାଠ ଚୋରି କରି ରଖିଥିବା ଫରେଷ୍ଟ ଗାର୍ଡ କବିତା ବେହେରା କୌଣସି […]

bhadrak0

bhadrak0

Tapaswini Nayak
  • Published: Friday, 21 February 2020
  • Updated: 21 February 2020, 03:35 PM IST

Sports

Latest News

କରଞ୍ଜିଆ (ସତ୍ୟବ୍ରତ ବେହେରା): ବାରାହାପାଣପୋଷି ଗାଁର ଜଣେ ଗର୍ଭବତୀଙ୍କୁ ମାଡ଼ ମାରିବା ଓ ଉଠବସ୍‌ କରିବା ଅଭିଯୋଗରେ କରଞ୍ଜି‌ଆ ଦୁଧିଆଣି ରେଞ୍ଜର ମହିଳା ଫରେଷ୍ଟ ଗାର୍ଡ କବିତା ବେହେରାଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଏହା ସତ୍ତ୍ୱେ ଗାଁ ଲୋକେ ଦୁଧିଆଣି ରେଞ୍ଜର ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି।

ସୂଚନା ଅନୁଯାୟୀ, ବାରାହାପାଣପୋଷି ଗାଁରେ ରହୁଥିବା ସୁକୁମତି ଗୟାଙ୍କ ବାପ ଘର ଲୋକେ କାଠ ଚୋରି କରି ରଖିଥିବା ଫରେଷ୍ଟ ଗାର୍ଡ କବିତା ବେହେରା କୌଣସି ସୂତ୍ରରୁ ଖବର ପାଇଥିଲେ। ଏନେଇ ଗତକାଲି ସନ୍ଧ୍ୟାରେ ସେ ସୁକୁମତିଙ୍କ ଘରେ ଚଢ଼ଉ କରିଥିଲେ। ହେଲେ ତାଙ୍କ ଘରୁ କାଠ ପାଇ ନଥିଲେ। ଏହାପରେ କବିତା ବେହେରା ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିଲେ। ଘରେ କିଛି ଚୋରା କାଠ ନାହିଁ ବୋଲି ସୁକୁମତିଙ୍କ ଜେଜେ ମା’ ଦ୍ରୌପଦୀ ପୂର୍ତ୍ତି କହିଥିଲେ। ଏହା ଶୁଣି କବିତା ବେହେରା ରାଗି ଯାଇଥିଲେ। ସେ ସୁକୁମତିଙ୍କ ସମେତ ତାଙ୍କ ଜେଜେ ମା’ ଓ ଅନ୍ୟ ଭାଇଭଉଣୀଙ୍କୁ ମାଡ଼ ମାରିଥିଲେ। ଏହାପରେ ସୁକୁମତି ଓ ତାଙ୍କ ଭାଇଙ୍କୁ ଅଫିସକୁ ନେଇ ଯାଇଥିଲେ। ସେଠାରେ ସେମାନଙ୍କୁ ୨୦ ଥର ଉଠବସ କରାଇ ଛାଡ଼ି ଦେଇଥିଲେ।

ଫରେଷ୍ଟ ଗାର୍ଡଙ୍କ ମାଡ଼ରେ ସୁକୁମତିଙ୍କ ହାତ ଭାଙ୍ଗି ଯିବା ସହ ଓ ତାଙ୍କ ପେଟରେ ଯନ୍ତ୍ରଣା ହେଉଥିବା ଅଭିଯୋଗ ହୋଇଛି। ବିନା ଦୋଷରେ ମାଡ଼ ମାରିଥିବାରୁ ଫରେଷ୍ଟ ଗାର୍ଡ କବିତା ବେହେରାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି।

ଏହି ଘଟଣାକୁ ନେଇ ଦୁଧିଆଣିରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଗ୍ରାମବାସୀ ଦୁଧିଆଣି ରେଞ୍ଜର ଅଫିସରେ ତାଲା ପକାଇ ଦେଇଛନ୍ତି। ମହିଳା ଫରେଷ୍ଟ ଗାର୍ଡଙ୍କୁ ଗିରଫ କରିବା ସହ ୪ ଦଫା ଦାବିରେ ଗାଁ ଲୋକେ କରଞ୍ଜିଆ-ବାରିପଦା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ସ୍ଥାନୀୟ ପୁଲିସ ଓ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଥିଲେ। ଦାବି ମୁତାବକ ଫରେଷ୍ଟ ଗାର୍ଡ଼ କବିତାଙ୍କୁ ପୁଲିସ ଅଟକ ରଖିଥିବା ବେଳେ ସାତକୋଶିଆ ରେଞ୍ଜକୁ ବଦଳି କରିଛି। ତେବେ କ୍ଷତିପୂରଣ ଦାବିରେ ଗାଁ ଲୋକେ ଅଡ଼ି ବସିଛନ୍ତି। ଏବେ ମଧ୍ୟ ଆନ୍ଦୋଳନ ଚାଲିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos