ସାଳନ୍ଦୀ ନଦୀକୁ ଡେଇଁ ପଡ଼ିଲେ ଯୁବତୀ

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରାଜଘାଟ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ଜଣେ ଯୁବତୀ ନିଖୋଜ ହୋଇ ଯାଇଛନ୍ତି। ଏପର୍ଯ୍ୟନ୍ତ ଯୁବତୀଙ୍କ ପତ୍ତା ମିଳି ନାହିଁ। ଯୁବତୀଙ୍କ ପରିଚୟ ମିଳି ନଥିବା ବେଳେ ତାଙ୍କ ଘର ଭଦ୍ରକ ଜିଲ୍ଲା ଗେଲଟୁଆର ବୋଲି ଜଣାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଆଜି ସକାଳେ ଯୁବତୀ ଜଣଙ୍କ ରାଜଘାଟ ପୋଲ ଉପରେ ବୁଲାବୁଲି କରୁଥିଲେ। ସେଠାରେ ଜଣେ ସ୍ଥାନୀୟ ଲୋକଙ୍କ ପାଖରୁ ମୋବାଇଲ ଆଣି ପରିବାର […]

Bhadrak

Bhadrak

Tapaswini Nayak
  • Published: Tuesday, 26 July 2022
  • Updated: 26 July 2022, 01:44 PM IST

Sports

Latest News

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରାଜଘାଟ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ଜଣେ ଯୁବତୀ ନିଖୋଜ ହୋଇ ଯାଇଛନ୍ତି। ଏପର୍ଯ୍ୟନ୍ତ ଯୁବତୀଙ୍କ ପତ୍ତା ମିଳି ନାହିଁ। ଯୁବତୀଙ୍କ ପରିଚୟ ମିଳି ନଥିବା ବେଳେ ତାଙ୍କ ଘର ଭଦ୍ରକ ଜିଲ୍ଲା ଗେଲଟୁଆର ବୋଲି ଜଣାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଆଜି ସକାଳେ ଯୁବତୀ ଜଣଙ୍କ ରାଜଘାଟ ପୋଲ ଉପରେ ବୁଲାବୁଲି କରୁଥିଲେ। ସେଠାରେ ଜଣେ ସ୍ଥାନୀୟ ଲୋକଙ୍କ ପାଖରୁ ମୋବାଇଲ ଆଣି ପରିବାର ଲୋକଙ୍କ ସହ କଥା ହୋଇଥିଲେ। ପରିବାର ଲୋକଙ୍କ ସହ କଥା ହେବାର କିଛି ସମୟ ପରେ ସାଳନ୍ଦୀ ନଦୀକୁ ଡେଇଁ ପଡ଼ିଥିଲେ।

ଘରୋଇ କଳିକୁ ନେଇ ଯୁବତୀ ଜଣଙ୍କ ନଦୀକୁ  ଡେଇଁ ପଡ଼ିଥିବା ସୂଚନା ମିଳିଛି। ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ପୁଲିସ  ଯୁବତୀଙ୍କୁ ଖୋଜାଖୋଜି  କରୁଛନ୍ତି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos