ସେମାନେ କହିଲେ ଭାଉଜ କୁଆଡ଼େ ଯାଉଛ, ପରେ ବନ୍ଧୁକ ଦେଖାଇ କାର ଭିତରକୁ ନେଇ ଗଲେ…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବନ୍ଧୁକ ଦେଖାଇ ରାଜଧାନୀରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ୪ ଜଣ ବ୍ୟକ୍ତି ମହିଳାଙ୍କୁ କାରରେ ଟେକି ନେଇ ଦୁଷ୍କର୍ମ କରିଥିବା ଥାନାରେ ଏତଲା ହୋଇଛି । ଫେବ୍ରୃଆରୀ ୨୬ରେ ପୀଡ଼ିତା ଘରକୁ ରାତିରେ ଆସୁଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା । ଦୁଇ ଦିନ ଧରି ଅଭିଯୁକ୍ତ ମାନେ ତାଙ୍କ ସହ ଏଭଳି ଅତ୍ୟାଚାର କରିଥିଲେ ।

ଏନେଇ ଥାନାରେ ଏତଲା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ପୁଲିସ କମିଶନରଙ୍କୁ ଭେଟିଥିଲେ ପୀଡ଼ିତା । ସିପିଙ୍କ ନିର୍ଦ୍ଦେଶ ପରେ ମାମଲାର ତଦନ୍ତ ହେଉଛି ।  ମହିଳା ଜଣକ କହିଛନ୍ତି ଯେ, ଗତ ୨୬ ତାରିଖ ରାତିରେ ମୋ ଝିଅକୁ ଦେଖିବାକୁ ବାପ ଘରୁ ଶାଶୂ ଘରକୁ ଆସୁଥିଲି। କିଛି ଯୁବକ ମୋତେ ପିଛା କରି କହିଲେ ଭାଉଜ କୁଆଡ଼େ ଯାଉଛ।

ମୁଁ କହିଥିଲି ମୁଁ ତୁମକୁ ଚିହ୍ନି ନାହିଁ। ସେମାନେ କହିଲେ ଭାଇ କହିଛନ୍ତି ତୁମେ ଆସ। ମୁଁ କହିଲି ମୁଁ ଯିବି ନାହିଁ। ଏତିକି କହିବା ଭିତରେ ସେମାନେ ମୋତେ ଟଣାଓଟରା କଲେ। ମୁଁ ଯେତେବେଳେ ମନା କଲି ମୋତେ ଜବରଦସ୍ତ ବନ୍ଧୁକ ଦେଖାଇ କାର ଭିତରକୁ ଠେଲି ଦେଲେ। ଏମିତି ଜବରଦସ୍ତ ୪ ଜଣ ନେଇ ଗୋଟିଏ ବିଲଡିଂରେ ମୋତେ ଦୁଷ୍କର୍ମ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।