ପୁଅ ଓ ଝିଅକୁ ହାଣି ମାଆର ଆତ୍ମହତ୍ୟା ଉଦ୍ୟମ: ଝିଅ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବୀରଲକ୍ଷ୍ମଣପୁର ବ୍ଲକ ବରିଗୁଡ଼ା ଗାଁରେ ପୁଅଝିଅଙ୍କୁ ହାଣିବା ପରେ ମାଆ ଆତ୍ମହତ୍ୟା ଉଦ୍ୟମ କରିଛି। ମାଆର କଟୁରୀ ଚୋଟରେ ଝିଅର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଅଛି।  ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପାରିବାରିକ କଳହରୁ ଏପରି ଅଭାବନୀୟ ଘଟଣା ଘଟିଥିବା ସନ୍ଦେହ କରାଯାଉଛି।  ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।