ଯୌତୁକ ଲାଗି ବଧୂହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

ଯାଜପୁର (ଓଡ଼ିଶା ରିପୋର୍ଟର): ଯାଜପୁର ଟାଉନ ଥାନା ଅନ୍ତର୍ଗତ ରାମମନ୍ଦିର ନୂଆଗାଁ ଅଞ୍ଚଳରେ ଯୌତୁକ ପାଇଁ ବଧୂହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ହେଲେ ଦୀପ୍ତରଞ୍ଜନ ପାତ୍ରଙ୍କ ପତ୍ନୀ ଜ୍ୟୋତିରାଣୀ ।

୩ ବର୍ଷ ତଳେ ଉଭୟଙ୍କର ବିବାହ ହୋଇଥିଲା ବିବାହ ପରେ ଜ୍ୟୋତିରାଣୀଙ୍କୁ ଶାଶୁ ଘର ଲୋକେ ଯୌତୁକ ଆଣିବାକୁ କହି ଶାରୀରିକ  ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଅନେକ ସମୟରେ ଜ୍ୟୋତିରାଣୀ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଏଥିପାଇଁ ଜ୍ୟୋତିରାଣୀ ନିଜ ବାପ ଘରକୁ କିଛି ମାସ ତଳେ ପଳାଇ ଆସିଥିଲେ  କିନ୍ତୁ ଶାଶୁଘର ଲୋକେ ପୁଣି ବୁଝାସୁଝା କରି ଜ୍ୟୋତିରାଣୀଙ୍କୁ ଫେରାଇ ନେଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି।

ଜ୍ୟୋତିରାଣୀଙ୍କ ବାପଘର ପକ୍ଷରୁ ହତ୍ୟା ଅଭିଯୋଗ ଆଣି ଥାନାରେ ଏତଲା ଦିଆଯାଇଛି। ଅଭିଯୋଗ ପରେ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ତାଙ୍କ ସ୍ୱାମୀ ତଥା ଅଭିଯୁକ୍ତ ଦିପ୍ତୀରଞ୍ଜନଙ୍କୁ ଅଟକ ରଖିଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି। 

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।