ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା

ପୁରୀ: ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ଲାଇଟ ହାଉସ୍‌ ବେଳାଭୂମିରେ ବାଲୁକା ମୂର୍ତ୍ତିରେ ମହିଳାଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି।  ନାରୀ କିଭଳି ସାହସିକ ପଦକ୍ଷେପ ନେଇ ବିଶ୍ୱରେ ପରିବର୍ତ୍ତନ ଆଣିପାରେ ତାହା ବାଲୁକା କଳା ମାଧ୍ୟମରେ ନିଖୁଣ ଭାବେ ଦର୍ଶାଇଛନ୍ତି। ବାଲିରେ ନୋବେଲ ବିଜେତା ମଲାଲା ୟୁସୁଫଜାଇଙ୍କ ପ୍ରତିମୂର୍ତ୍ତି ସେ କରିଛନ୍ତି। ଏହି ବାଲୁକା ମୂର୍ତ୍ତି ନିର୍ମାଣ ପାଇଁ ୨୦ ଟନ୍‌ ବାଲି ବ୍ୟବହାର କରାଯାଇଛି। ବିଶ୍ୱ ମହିଳା ଦିବସରେ ମହିଳାଙ୍କ ମଧ୍ୟରେ ସଚେତନତା ସୃଷ୍ଟି […]

sandart

sandart

Rakesh Mallick
  • Published: Wednesday, 08 March 2017
  • Updated: 08 March 2017, 01:32 PM IST

Sports

Latest News

ପୁରୀ: ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ଲାଇଟ ହାଉସ୍‌ ବେଳାଭୂମିରେ ବାଲୁକା ମୂର୍ତ୍ତିରେ ମହିଳାଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି।  ନାରୀ କିଭଳି ସାହସିକ ପଦକ୍ଷେପ ନେଇ ବିଶ୍ୱରେ ପରିବର୍ତ୍ତନ ଆଣିପାରେ ତାହା ବାଲୁକା କଳା ମାଧ୍ୟମରେ ନିଖୁଣ ଭାବେ ଦର୍ଶାଇଛନ୍ତି। ବାଲିରେ ନୋବେଲ ବିଜେତା ମଲାଲା ୟୁସୁଫଜାଇଙ୍କ ପ୍ରତିମୂର୍ତ୍ତି ସେ କରିଛନ୍ତି। ଏହି ବାଲୁକା ମୂର୍ତ୍ତି ନିର୍ମାଣ ପାଇଁ ୨୦ ଟନ୍‌ ବାଲି ବ୍ୟବହାର କରାଯାଇଛି।

ବିଶ୍ୱ ମହିଳା ଦିବସରେ ମହିଳାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସୁଦର୍ଶନ ପଟ୍ଟନାୟକ ସ୍ୟାଣ୍ଡ ଆର୍ଟ ଛାତ୍ରମାନେ ମଧ୍ୟ ବାଲୁକାକଳା କୃତି ପ୍ରଦର୍ଶନ କରିଥିଲେ। ୪ଟନ୍‌ ବାଲିରେ ଏହି ବାଲୁକାକଳା କୃତି କରିବା ପାଇଁ ୪ ଘଣ୍ଟା ସମୟ ଲାଗିଥିଲା। ମହିଳାଙ୍କ ଏହି କଳାକୃତି ଦେଖିବାକୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ବେଶ୍‌ ଭିଡ଼ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos