ଗ୍ରହଶାନ୍ତି ପୂଜାରୁ ଅଶାନ୍ତି: ଗୁଣି ସନ୍ଦେହ ୩ ମହିଳାଙ୍କୁ ବାନ୍ଧି ପିଟିଲେ

ନବରଙ୍ଗପୁର: ବିଜ୍ଞାନ ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଜାଲରୁ ମୁକୁଳି ପାରୁନାହିଁ ମଣିଷ।  ଲୋକଙ୍କ ମନରେ ବସା ବାନ୍ଧି ରହିଛି ଗୁଣି ଗାରେଡ଼ି ଭଳି ଅନ୍ଧବିଶ୍ୱାସ। ଏହାର ବଶବର୍ତ୍ତୀ ହୋଇ କେତେବେଳେ କେଉଁଠି ଗାଁ ଲୋକ ମିଶି କାହାକୁ ହତ୍ୟା କରୁଛନ୍ତି ତ କେଉଁଠି କରୁଛନ୍ତି ସଂଘବଦ୍ଧ ଆକ୍ରମଣ। ପୁଣି ଏହିପରି ଏକ ଖବର ଆସିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ସିନ୍ଧିଗୁଡ଼ା ଗାଁରୁ। ଗୁଣି ଗାରେଡ଼ି ସନ୍ଦେହରେ ଏଠି ୩ ଜଣ ମହିଳାଙ୍କୁ […]

NN

NN

Rakesh Mallick
  • Published: Wednesday, 23 August 2017
  • Updated: 23 August 2017, 02:16 PM IST

ନବରଙ୍ଗପୁର: ବିଜ୍ଞାନ ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଜାଲରୁ ମୁକୁଳି ପାରୁନାହିଁ ମଣିଷ।  ଲୋକଙ୍କ ମନରେ ବସା ବାନ୍ଧି ରହିଛି ଗୁଣି ଗାରେଡ଼ି ଭଳି ଅନ୍ଧବିଶ୍ୱାସ। ଏହାର ବଶବର୍ତ୍ତୀ ହୋଇ କେତେବେଳେ କେଉଁଠି ଗାଁ ଲୋକ ମିଶି କାହାକୁ ହତ୍ୟା କରୁଛନ୍ତି ତ କେଉଁଠି କରୁଛନ୍ତି ସଂଘବଦ୍ଧ ଆକ୍ରମଣ।

ପୁଣି ଏହିପରି ଏକ ଖବର ଆସିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ସିନ୍ଧିଗୁଡ଼ା ଗାଁରୁ। ଗୁଣି ଗାରେଡ଼ି ସନ୍ଦେହରେ ଏଠି ୩ ଜଣ ମହିଳାଙ୍କୁ ଲୋକେ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ମହିଳାଙ୍କର ଦୋଷ ଏତିକି, ସେମାନେ ଗୁଣି କାମ କରିଥିବା ଲୋକମାନେ ସନ୍ଦେହ କରୁଛନ୍ତି। ତେବେ ପୂରା ଘଟଣା ସନ୍ଦେହ ଘେରରେ ରହିଛି। ପୋଲିସ୍ ଘଟଣାର ତଦନ୍ତ କରୁଛି। ପଢ଼ନ୍ତୁ ପୂରା ଘଟଣା।

ଗତକାଲି ସିନ୍ଧିଗୁଡ଼ା ଗାଁରେ ଗ୍ରହ ଶାନ୍ତି ପୂଜା ଚାଲିଥିଲା। ପୂଜା କରୁଥିଲେ କିଛି ମହିଳା। ପୂଜା ପରେ ହଠାତ୍ କିଛି ପୁରୁଷ ଓ ମହିଳା ଅସ୍ୱାଭାବିକ ଆଚରଣ କରିଥିଲେ। ଏହାକୁ ନେଇ ଗାଁ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ପୂଜା କରିବାକୁ ଆସିଥିବା ମହିଳାମାନେ ଗୁଣିଗାରେଡ଼ି କରିଛନ୍ତି ବୋଲି ଲୋକମାନେ ସନ୍ଦେହ କରିବା ଆରମ୍ଭ କରିଥିଲେ। ସନ୍ଦେହ ଧୀରେ ଧୀରେ ଖରାପ ଦିଗକୁ ଗତିଗଲା। କିଛି ଲୋକ ଉତ୍ତ୍ୟକ୍ତ ହୋଇ ପୂଜା ପାଇଁ ଡକାଯାଇଥିବା ୩ ଜଣ ମହିଳାଙ୍କୁ ପ୍ରଥମେ ଅଟକ ରଖିଥିଲେ ଓ ପରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଏହି ୩ ମହିଳାଙ୍କୁ ଉଦ୍ଧାର କରିଥିଲା। ମାଡ ମାରିଥିବା ସନ୍ଦେହରେ ଅନ୍ୟ ୬ ଜଣ ମହିଳାଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ପରେ ତାଙ୍କୁ ଛାଡି ଦେଇଥିଲା।

ପାପଡ଼ାହାଣ୍ଡି ଏସଡିପିଓ ବିମଳକାନ୍ତ ବ୍ରହ୍ମା କହିଛନ୍ତି- “ସିନ୍ଧିଗୁଡ଼ା ଗାଁର ନୀଳଗୌଡ଼ଙ୍କ ପରିବାର ଲୋକ ଅସ୍ୱାଭାବିକ ଆଚରଣ କରିଥିଲେ। ଗାଁ ଲୋକେ ଏହାକୁ ଗୁଣିଗାରେଡ଼ି ବୋଲି ସନ୍ଦେହ କରିଥିଲେ। ଗାଁର ଜଣେ ମହିଳାଙ୍କୁ ମନ୍ତ୍ରପାଠ କରି ଏହାକୁ ଭଲ କରିବାକୁ ଡାକିଥିଲେ। କିନ୍ତୁ ମହିଳାମାନେ ମନା କରିଥିଲେ। କହିଥିଲେ- ଆମେ କିଛି ଜାଣିନାହୁଁ, ଭଲ କରିବାକୁ ଆମ ପାଖରେ ସେପରି କିଛି ଶକ୍ତି ନାହିଁ। ଗାଁ ଲୋକେ ଡାକ୍ତରଙ୍କ ପରାମର୍ଶ ନ ନେଇ ମନ୍ତ୍ରପାଠ ଦ୍ୱାରା ଭଲ କରିପାରିବେ ବୋଲି ଭାବିଥିଲେ। ମନ୍ତ୍ରପାଠ ପାଇଁ ଡାକିଥିବା ମହିଳାଙ୍କୁ ଗାଁ ଲୋକେ ଅଟକ ରଖିଥିଲେ। ପୋଲିସ୍‌ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲା। ମହିଳାମାନଙ୍କୁ ମାଡ଼ ମାରିବାର କୌଣସି ଅଭିଯୋଗ ଆମ ପାଖରେ ହୋଇନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos