ମାତିଲେ ମାଆ: ଆସିଲେ ପିଟିଲେ ଭାଙ୍ଗିଲେ

ବଲାଙ୍ଗିର: ମଦ ବିରୋଧୀ ଆନ୍ଦୋଳନ ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି। ମହିଳାମାନେ ଏକତ୍ର ହୋଇ ମଦକୁ ବିରୋଧ କରିବା ସହିତ ଭାଟି ଭାଙ୍ଗୁଛନ୍ତି। ବଲାଙ୍ଗିର ଜିଲ୍ଲା ଝାଙ୍କରପାଲ୍ଲୀ କୁଟୁମ୍ୱଲାରେ ନୂଆ କରି ଖୋଲିଥିବା ମଦ ଭାଟିକୁ ଆଜି କିଛି ମହିଳା ମିଳିତ ଭାବେ ଆସି ଭାଙ୍ଗି ଦେଇଛନ୍ତି। ଗାଁ ଲୋକଙ୍କ ବିରୋଧ ସତ୍ତ୍ୱେ ମଦ ଭାଟି ଖୋଲା ଯାଇଥିଲା। ଯାହାଫଳରେ ଘରୋଇ ହିଂସା ବଢ଼ୁଥିଲା। ପୁରୁଷମାନେ ଯାହା ଉପାର୍ଜନ କରୁଥିଲେ ସେହି ଅର୍ଥରେ ମଦ ପିଇ […]

wine shop

wine shop

Rakesh Mallick
  • Published: Friday, 16 June 2017
  • Updated: 16 June 2017, 05:04 PM IST

ବଲାଙ୍ଗିର: ମଦ ବିରୋଧୀ ଆନ୍ଦୋଳନ ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି। ମହିଳାମାନେ ଏକତ୍ର ହୋଇ ମଦକୁ ବିରୋଧ କରିବା ସହିତ ଭାଟି ଭାଙ୍ଗୁଛନ୍ତି। ବଲାଙ୍ଗିର ଜିଲ୍ଲା ଝାଙ୍କରପାଲ୍ଲୀ କୁଟୁମ୍ୱଲାରେ ନୂଆ କରି ଖୋଲିଥିବା ମଦ ଭାଟିକୁ ଆଜି କିଛି ମହିଳା ମିଳିତ ଭାବେ ଆସି ଭାଙ୍ଗି ଦେଇଛନ୍ତି।

ଗାଁ ଲୋକଙ୍କ ବିରୋଧ ସତ୍ତ୍ୱେ ମଦ ଭାଟି ଖୋଲା ଯାଇଥିଲା। ଯାହାଫଳରେ ଘରୋଇ ହିଂସା ବଢ଼ୁଥିଲା। ପୁରୁଷମାନେ ଯାହା ଉପାର୍ଜନ କରୁଥିଲେ ସେହି ଅର୍ଥରେ ମଦ ପିଇ ଦେଉଥିଲେ। ପାରିବାରିକ ଅଶାନ୍ତି ଦେଖା ଦେଉଥିଲା। ଏନେଇ ବାରମ୍ୱାର ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା। ଫଳରେ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଆଜି ଅସନ୍ତୋଷ ଉଗ୍ରରୂପ ଧାରଣ କରିଥିଲା। ଶତାଧିକ ମହିଳା ହାତରେ ଠେଙ୍ଗା ବାଡ଼ି ଧରି ଏକତ୍ର ହୋଇଥିଲେ। ପରେ ମଦ ଭାଟି ଭାଙ୍ଗି ଦେଇଥିଲେ। ଏପରିକି ମଦକୁ ବାହାରେ ନଷ୍ଟ କରିଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos