ରାଉରକେଲାରେ ମହିଳା ଡ୍ରଗ ଡିଲର ଗିରଫ୍
ରାଉଲକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଜଣେ ମହିଳା ଡ୍ରଗ୍ସ ଡିଲର ଧରାପଡ଼ିଛନ୍ତି। ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ତାଙ୍କୁ ଗିରଫ କରିଛି। ଏହି ଗିରଫ ଡ୍ରଗ୍ସ ଡିଲରଙ୍କ ନାଁ ହେଉଛି ନରିସା ଖାତୁନ୍। ପୋଲିସ ନରିସାଙ୍କୁ ତାଙ୍କ ଘରୁ ଗିରଫ କରିଛି। ନରିସାଙ୍କ ଘରୁ ୨ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ସହ ୧ ଲକ୍ଷ ୬୬ ହଜାର ଟଙ୍କା ଜବତ କରାଯାଇଛି। ଏହି ରାକେଟ୍ରେ ନରିସାଙ୍କ ସମେତ ଅନ୍ୟ ୬ ଜଣ ମଧ୍ୟ ସାମିଲ ଥିଲେ। ତେବେ ରାକେଟ୍ରେ ସଂପୃକ୍ତ ଅନ୍ୟ ୬ ଜଣଙ୍କୁ ପୋଲିସ ଖୋଜୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।